କେନ୍ଦ୍ରାପଡା,୧୫ ।୯:ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ କେନ୍ଦ୍ରାପଡା ଜିଲ୍ଲା ଆନୁକୂଲ୍ୟରେ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଗତ ରବିବାର ସହରର ଶାନ୍ତସାହି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଆରଏସଏସ ଜିଲ୍ଳା ସଂଘଚାଳକ ନିହାର ରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତର ଓଡିଶା ବିଶ୍ୱବିଦ୍ୟାଳୟ ଅବସରପ୍ରାପ୍ତ କୁଳପତି ପ୍ରଫୁଲ୍ଲ ମିଶ୍ର ଯୋଗଦେଇଥିଲେ । ଏ ଅବସରରେ ଶ୍ରୀ ମିଶ୍ର ହିନ୍ଦୁ କୌଣସି ସଂପ୍ରଦାୟବାଚକ ଶବ୍ଦ ନୁହେଁ । ଏହା ଏକ ସାଂସ୍କୃତିକ ପ୍ରବାହମାନ ଧାରା । ହିନ୍ଦୁ ସଂସ୍କୃତି ଦେଶର ଜଳବାୟୁ ସାଂସ୍କୃତିକ ଭାବ ଧାରା ଓ ବ୍ୟକ୍ତିର ଜୀବନଧାରା ସହିତ ଓତପ୍ରୋତ ଭାବେ ଜଡିତ ଥିବାରୁ ବୈଦେଶିକ ଆକ୍ରମଣ ସତ୍ୱେ ମଧ୍ୟ ହିନ୍ଦୁଧର୍ମ ଏବେବି ତିଷ୍ଠି ରହିଛି । ରାଜନୈତିକ ଦୃଷ୍ଟିକୋଣରୁ ଧର୍ମନିରପେକ୍ଷତା ନାମରେ ହିନ୍ଦୁ ସଂସ୍କୃତିକୁ ସଙ୍କୁଚିତ କରିବାର ହୀନ ଉଦ୍ୟମକୁ ତୀବ୍ର ବିରୋଧ କରିବା ସହ ହିନ୍ଦୁତ୍ୱ ହିଁ ରାଷ୍ଟ୍ରୀୟତା ବୋଲି ମତ ଦେଇଥିଲେ । ଏ ନେଇ ହିନ୍ଦୁଧର୍ମରେ ଜାତି ଓ ଭାଷାର ପ୍ରଭେଦ ନାହିଁ ବୋଲି ଉଲ୍ଲେଖ କରି ହିନ୍ଦୁଧର୍ମର ସୁରକ୍ଷା ନେଇ ଆଗେଇଆସିବାକୁ ଆହ୍ୱାନ ଦେଇଥିଲେ । ଏହି ବୁଦ୍ଧିଜୀବୀ ସମ୍ମିଳନୀରେ ବିଭିନ୍ନ ବର୍ଗର ୩୦୦ରୁ ଉଦ୍ଧ୍ୱର୍ ବୁଦ୍ଧିଜୀିବୀମାନେ ଉପସ୍ଥିତ ଥିଲେ ।

Comments
Post a Comment