ଜୟପୁର: ବିଚାର, ବିକାଶ ଏବଂ ସଂସ୍କୃତି ମିଶିକରି ଯାହା ତିଆରି ହୋଇଛି, ତାହାହିଁ ଭାରତ । ରାଜନୀତିର କର୍ତ୍ତବ୍ୟ ହେଉଛି ଦେଶର ପରମ୍ପରାକୁ ସୁରକ୍ଷିତ ରଖି ସର୍ବବିଦିତ କରିବା । ଦୀନଦୟାଲଙ୍କ ବିଚାର ଯୋଗୁଁ ଆଜି ବିଜେପି ଶକ୍ତିଶାଳୀ ହୋଇଛି । ସେ ଦେଶର ଏକତା ପାଇଁ ଅନେକ ଆନ୍ଦୋଳନ କରିଛନ୍ତି । ୧୯୬୨ରୁ ୧୯୬୫ ମଧ୍ୟରେ ଚୀନ ସହିତ ଯୁଦ୍ଧ ସମୟରେ ଦୀନଦୟାଲ ଉପାଧ୍ୟାୟ ଜନସଂଘର କାର୍ଯ୍ୟକର୍ତ୍ତାଙ୍କୁ ସରକାର ସହିତ ଛିଡା ହେବାକୁ ଆହ୍ୱାନ ଦେଇଥିଲେ । ଏହା ଦେଖି ସାରା ବିଶ୍ୱ ଚକିତ ହୋଇ ପଡିଥିଲା ଯେ ବିରୋଧି ମଧ୍ୟ ଏକଜୁଟ ହୋଇ ଗଲେଣି । ଶତ୍ରୁ ସହିତ ମୁକାବିଲା କରିବା ପାଇଁ ଦେଶ ଏକାଠି ହୋଇ ଯାଇଛି । ଏଥିପାଇଁ ସେ ଏକତାର ସଂନ୍ଦେଶ ଦେଇଥିଲେ ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସହସରକାର୍ଯ୍ୟବାହ ଡ. କୃଷ୍ଣଗୋପାଳଜୀ ଏହା ପ୍ରକାଶ କରିଛନ୍ତି । \n ଜୟପୁର ରେଳ ଷ୍ଟେସନ ସ୍ଥିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ରାଷ୍ଟ୍ରୀୟ ସ୍ମାରକରେ ଆୟୋଜିତ ଦୀନଦୟାଲ ଉପାଧ୍ୟାୟ ଜୟନ୍ତୀ ସମାରୋହରେ ସମ୍ବୋଧିତ କରି ଡ. କୃଷ୍ଣଗୋପାଳଜୀ କହିଲେ ଯେ ଶ୍ରୀଗୁରୁଜୀ କହିଥିଲେ ଦେଶର ରାଜନେତା ଏପିର କାର୍ଯ୍ୟ କରିବା ଉଚିତ ଯାହାର ପରିଭାଷା ବଦଳି ଯିବ । ଶ୍ରୀଗୁରୁଜୀଙ୍କ ବିଚାର ଅନୁସାରେ ଦୀନଦୟାଲ ଉପାଧ୍ୟାୟ କାର୍ଯ୍ୟ କରିଥିଲେ । \n ସେ କହିଥିଲେ ଯେ, ଦୀନଦୟାଲ ଜୀ କହିଥିଲେ ଏକ ରାଷ୍ଟ୍ର ଆମର ମୁଖ୍ୟ ବିଚାର । ଏଥିପାଇଁ କାର୍ଯ୍ୟ କରିବା ଆମର ଲକ୍ଷ୍ୟ । ସ୍ୱାଧୀନତା ଆନ୍ଦୋଳନ ସମୟରେ ମହାତ୍ମା ଗାନ୍ଧୀ କହିଥିଲେ ଯେ ସ୍ୱାଧୀନତା ପରେ କଂଗ୍ରେସକୁ ସମାପ୍ତ କରି ଦିଆଯିବ । କିନ୍ତୁ କଂଗ୍ରେସର ନେତାମାନେ ଗାନ୍ଧୀଜୀଙ୍କର ସେହି କଥାକୁ ପାଳନ ନକରି ଭୁଲିଗଲେ । କଂଗ୍ରେସ ସରକାର ନୀତି ମହାତ୍ମା ଗାନ୍ଧୀ ଓ ସର୍ଦ୍ଧାର ପଟେଲ ଆଦିଙ୍କ ବିଚାରର ବିପରୀତ । ସ୍ୱାଧୀନତା ପରେ ଦେଶର ଶାସନ ଡୋର ସେହିମାନଙ୍କ ହାତରେ ଥିଲା । ଗୀତା ଓ ରାମାୟଣର ଆଦର୍ଶକୁ ମାନୁଥିବା ଦେଶର ବିଚାର ଦୁଷିତ ହେବାରେ ଲାଗିଲା । ଏହି ବିଚାରକୁ ସଂରକ୍ଷଣ କରିବା ପାଇଁ କୌଣସି ରାଜନେତା ନଥିଲେ । କଗ୍ରେସ ଦୁର୍ନିତୀର ଚରମ ସୀମାରେ ଥିଲା । ବାମପନ୍ଥୀ ଭାରତକୁ ଏକ ଦେଶ ବୋଲି ମାନୁନଥିଲେ । ଦେଶ ତୁଷ୍ଟିକରଣ ନୀତି ଉପରେ ଚାଲୁଥିଲା । ଦେଶ ସମ୍ମୁଖରେ ପଶ୍ନ ସୃଷ୍ଟି ହେଲା କଂଗ୍ରେସ ସହିତ କିଏ ମୁକାବିଲା କରିବ । ଏହି ସମୟରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଦେଶକୁ ମାର୍ଗ ଦର୍ଶନ କଲେ । ଦୀନଦୟାଲଜୀ ପାଠ ପଢା ପରେ ସଂଘରେ ସାମିଲ ହୋଇ ସଂଘକାମ କଲେ । ତାପରେ ସେ ଜନସଂଘକୁ ଆସିଲେ । ସେତେବେଳେ ତାଙ୍କର ରାଜନୀତି କରିବା ପାଇଁ ଇଛା ନଥିଲା । କିନ୍ତୁ ଗୁରୁଜୀଙ୍କର ଆଗ୍ରହ ଦ୍ୱାରା ସେ ଜନସଂଘର ଦାୟିତ୍ୱ ନେଇଥିଲେ ଏବଂ ଜନସଂଘର ମହାମନ୍ତ୍ରୀ ହୋଇଥିଲେ । \nସରକାର୍ଯ୍ୟବାହ କହିଲେ ଯେ, ଦୀନଦୟାଲଜୀଙ୍କ ବିଚାର ଥିଲା ଆମ ଦେଶର ସାଧାରଣ ବ୍ୟକ୍ତି ଗାଁରେ ରହୁଛନ୍ତି । ସେମାନଙ୍କୁ ସରକାରୀ ଯୋଜନାର ଲାଭ ମିଳିବା ଉଚିତ । ଦେଶର ଜନତାଙ୍କୁ ରୋଜଗାର ମିଳୁ, ଲୋକ ସାଧନ ସମ୍ପନ୍ନ ହେଉ । ସେଥିପାଇଁ ସେ ଅନ୍ତଦ୍ୱୟର ବିଚାର ଦେଇଥିଲେ । ଅନ୍ତିମ ପକ୍ତିରେ ଛିଡା ହୋଇଥିବା ବ୍ୟକ୍ତି କୁ ମଧ୍ୟ ଲାଭ ମିଳିବା ଉଚିତ । \nତାଙ୍କରି ସମୟରେ ରାଜନେତାଙ୍କ କାରଣରୁ କାଶ୍ମୀର ସହିତ ଅନ୍ୟାୟ ହୋଇଥିଲା । କାଶ୍ମୀରରେ ଦୁଇଟି ଝଣ୍ଡା, ଦୁଇଟି ସମ୍ବିଧାନ ହୋଇଗଲା । ଲେକମାନଙ୍କ ଉପରେ ଅତ୍ୟାଚାର ବଢିଚାଲିଲା । ସେ କାଶ୍ମୀରରେ ଆନ୍ଦୋଳନ କଲେ । ଏଥିପାଇଁ ଶ୍ୟାମାପ୍ରସାଦ ମୁଖାର୍ଜିଙ୍କର ମଧ୍ୟ ବଳିଦାନ ହେଲା । ଏକ ଦେଶରେ ଦୋ ନିଶାନ, ଦୋ ବିଧାନ ଏବଂ ଦୋ ପ୍ରଧାନ ଚାଲିବ ନାହିଁ ଚାଲିବ ନାହିଁ । ଏହାର ସମାଧାନ ଅଳ୍ପଦିନ ତଳେ ହୋଇଗଲା । \nଏହି କାର୍ଯ୍ୟକ୍ରମରେ ଭାରତର ରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ମୁଖ୍ୟ ଅତିଥି ରୂପେ ଯୋଗଦେଇ ମାର୍ଗଦର୍ଶନ କରିଥିଲେ ।

Comments
Post a Comment