ଭାରତର ପ୍ରାଚୀନ ଇତିହାସକୁ ପୁଣି ଥରେ ଲେଖିବାର ଆବଶ୍ୟକତା ଅଛି ଗୁରୁବାର ପୁନେଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏହା କହିଛନ୍ତି।
ଭେଙ୍କୟା କହିଛନ୍ତି ଯେ ଇତିହାସରେ ଶିବାଜୀ ମହାରାଜ, ବସଭେଶ୍ୱର, ଜ୍ଞାନେଶ୍ୱର, ରାଣୀ ଲକ୍ଷ୍ମୀ ବାଇ, ଶଙ୍କରାଚାର୍ଯ୍ୟଙ୍କ ବିଷୟରେ ବିଶେଷ କିଛି ଉଲ୍ଲେଖ କରାଯାଇ ନାହିଁ। ତେଣୁ ଭାରତର ଇତିହାସକୁ ପୁନଃ ଲେଖିବାର ଆବଶ୍ୟକତା ରହିଛି।
ଏକ ସମୟରେ ଭାରତ ‘ବିଶ୍ୱ ଗୁରୁ’ ଭାବେ ପରିଚିତ ଥିଲା। ସେତେବେଳେ ଆମ ମୋଟ ଘରୋଇ ଉତ୍ପାଦ (ଜିଡିପି) ବିଶ୍ୱର ୨୦% ଥିଲା। ଭାରତ କେବେ ବି ଅନ୍ୟ ଦେଶ ଉପରେ ଆକ୍ରମଣ କରିନାହିଁ। ହେଲେ ଭାରତ ଇତିହାସକୁ ସଠିକ ଭାବେ ଲେଖାଯାଇନାହିଁ। ଉପନିବେଶକ ଶାସକ ଆମ ଇତିହାସକୁ ଭାଙ୍ଗିରୁଜି ଉପସ୍ଥାପନ କରିଛନ୍ତି। ଯେଉଁ ଲୋକ ଭାରତକୁ ଆସି ଆମକୁ ଆକ୍ରମଣ କଲେ, ଶାସନ କଲେ, ଦେଶକୁ ବର୍ବାଦ କଲେ, ଲୁଟିଲେ, ଆମକୁ ଧୋକା ଦେଲେ, ସେହି ଲୋକଙ୍କୁ ଇତିହାସରେ ମହାନ ବୋଲି ଦର୍ଶାଯାଇଛି।

Comments
Post a Comment