ପାକିସ୍ତାନ ଆତଙ୍କବାଦୀ ତିଆରି କରୁଥିଲା


ନ୍ୟୁୟର୍କ,୨୪/୯: ଆଫଗାନିସ୍ତାନରେ ଲଢିବା ପାଇଁ ଅଲକାଏଦା ଓ ଅନ୍ୟ ଆତଙ୍କବାଦୀ ସଂଗଠନକୁ ପାକିସ୍ତାନର ସେନା ଏବଂ ଗୁଇନ୍ଦା ସଂସ୍ଥା ଆଇଏସଆଇ ପକ୍ଷରୁ ଟ୍ରେନିଂ ଦିଆଯାଇଥିବା କଥାକୁ ଇମ୍ରାନ ସ୍ୱୀକାର କରିଛନ୍ତି । ଜାତିସଂଘର ସାଧାରଣ ପରିଷଦ ବୈଠକରେ କହୁକହୁ ଏଭଳି କିଛି ସତ ଓଗାଳିଛନ୍ତି ଇମ୍ରାନ । ଆତଙ୍କୀ ସଂଗଠନକୁଗୁଡିକୁ ପାକିସ୍ତାନ ପକ୍ଷରୁ ତାଲିମ ଦିଆଯାଉଥିବା ଅଭିଯୋଗ ଆସୁଥିଲେ ମଧ୍ୟ ପାକିସ୍ତାନ ପକ୍ଷରୁ ଏହାକୁ ଅସ୍ୱାକାର କରାଯାଉଥିଲା । ଆଉ ଏବେ ଏହା ଜଣାପଡିବା ପରେ ପୁଣିଥରେ ପାକିସ୍ତାନର ଅସଲ ମୁଖା ସମସ୍ତଙ୍କ ସାମ୍ନାରେ ଖୋଲିଛି । ୧୯୮୮ରେ ଓସାମା ବିନ ଲାଡେନ ପକ୍ଷରୁ ଆତଙ୍କବାଦୀ ସଂଗଠନ ଅଲକାଏଦା ଗଠନ ହୋଇଥିଲା । ବିଶେଷ କରି ପାକିସ୍ତାନର ପେଶାୱାର ସହରରେ ଏହାର ଭିତିଭୂମି ପଡିଥିଲା । ତାହା ପରଠାରୁ ପାକିସ୍ତାନ ପକ୍ଷରୁ ଏହାକୁ ବିଭିନ୍ନ ସମୟରେ ସହଯୋଗ ଯୋଗାଇ ଦିଆଯାଉଥିଲା । ଆତଙ୍କବାଦଙ୍କ ବିରୋଧରେ ଆମେରିକା ଯେଉର୍ ଯୁଦ୍ଧ କରିଥିଲା ସେଥିରେ ୭୦ହଜାର ପାକିସ୍ତାନୀଙ୍କ ମୃତ୍ୟୁ ଘଟିଥିଲା । ଏହାଦ୍ୱାରା ପାକିସ୍ତାନର ଅର୍ଥନୀତି ୧୫୦ ଅରବ ଡଲାରରୁ ୨୦୦ଡଲାର କ୍ଷତି ହୋଇଥିବାତାଙ୍କ ଦେଶର ଅର୍ଥବିଶେଷଜ୍ଞମାନେ କୁହନ୍ତି ବୋଲି ଇମ୍ରାନ କହିଛନ୍ତି । ଏହାସହ ଆମେରିକାରେ ହୋଇଥିବା ସେପ୍ଟେମ୍ବର ୨୦୦୧ର ଆକ୍ରମଣ ଏହା ପାକିସ୍ତାନର ସବୁଠାରୁ ବଡ ଭୁଲରୁ ଗୋଟିଏ ବୋଲି ମଧ୍ୟ କହିଥିଲେ ।

Comments