‘ଲଭ ଜେହାଦ’ର ନିଶାଣରେ କେରଳର ଖ୍ରୀଷ୍ଟିୟାନ ଯୁବତୀ


ନୂଆଦିଲ୍ଲୀ, ୨୪/୯  : ଜେହାଦ ନାମରେ ହିଂସାକାଣ୍ଡ ଭିଆଇବା ଲାଗି ଇସ୍ଲମୀୟ ମୌଳବାଦୀମାନେ ଏବେ ନୂତନ ପନ୍ଥା ଅବଲମ୍ବନ କରୁଛନ୍ତି । ସେମାନେ ଖ୍ରୀଷ୍ଟିୟାନ ଯୁବତୀମାନଙ୍କୁ ପ୍ରେମଜାଲରେ ଫସାଇ ସେମାନଙ୍କୁ ଆତଙ୍କୀ ଆକ୍ରମଣ ଲାଗି ବ୍ୟବହାର କରୁଛନ୍ତି ବୋଲି ରାଷ୍ଟ୍ରୀୟ ସଂଖ୍ୟାଲଘୁ ଆୟୋଗ ବା ନ୍ୟାସନାଲ କମିଶନ ଫର ମାଇନରଟିସ (ଏନ୍ସିଏମ୍) କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ ଜରିଆରେ ଅବଗତ କରାଇଛି  । ଏନ୍ସିଏମ୍ର ଅଧ୍ୟକ୍ଷ ଜର୍ଜ କୁରିୟନ ଏ ସଂକ୍ରାନ୍ତରେ ପତ୍ର ଲେଖି କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଅବଗତ କରାଇଛନ୍ତି  । ବିଶେଷ କରି କେରଳରେ ଖ୍ରୀଷ୍ଟୀୟ ଯୁବତୀମାଙ୍କୁ ଲଭ୍ ଜେହାଦର ଜାଲରେ ଫସାଇ ସେମାନଙ୍କୁ ଇସଲାମିକ ମୌଳବାଦୀମାନେ ଆତଙ୍କୀ କାର୍ଯ୍ୟକଳାପରେ ବ୍ୟବହାର କରୁଛନ୍ତି ବୋଲି ସେ ଉକ୍ତ ପତ୍ରରେ ଦର୍ଶାଇଛନ୍ତି  । ୨୦୦୫ରୁ ୨୦୧୨ ଏହିଭଳି ୭ ବର୍ଷ ମଧ୍ୟରେ କେରଳରେ ପ୍ରାୟ ୪୦୦୦ ଖ୍ରୀଷ୍ଟିୟାନ ଯୁବତୀ ଲଭ୍ ଜେହାଦର ଶିକାର ହୋଇଥିବା କୁରିୟନ ଦର୍ଶାଇଛନ୍ତି  । ଏହି ଘଟଣାର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ଦ୍ୱାରା କରାଇବାକୁ ମଧ୍ୟ ସେ ସୁପାରିଶ କରିଛନ୍ତି ।

Comments