ବ୍ରସେଲ୍ସ : ପାକିସ୍ତାନ ନିଜ ମାଟିରେ ଆତଙ୍କବାଦକୁ ସୁରକ୍ଷା ଏବଂ ପ୍ରୋତ୍ସାହନ ପ୍ରଦାନ କରିଥିବା ବେଳେ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ନିମନ୍ତେ ପାକିସ୍ତାନ ହିଁ ଦାୟୀ । ୟୁରୋପୀୟ ରାଷ୍ଟ ସଂଘର ବହୁ ବରିଷ୍ଠ ସାଂସଦ ଓ ମନ୍ତ୍ରୀ ଏହି ମତବ୍ୟକ୍ତ କରିବା ସହିତ ଆତଙ୍କବାଦ ବିରୋଧି ଲଢ଼େଇରେ ଭାରତକୁ ସମର୍ଥନ କରିଛନ୍ତି । କାଶ୍ମୀର ପରିସ୍ଥିତି ସମ୍ପର୍କରେ ସଂଘ ପକ୍ଷରୁ ଆୟେଜିତ ବୈଠକରେ ଏହି ମତ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି ସମ୍ବିଧାନର ଧାରା ୩୭୦ ଉଚ୍ଚେଦ କରିବା ଭାରତର ଆଭ୍ୟନ୍ତରୀଣ ମାମଲା । ସମ୍ବିଧାନର ଗଣ୍ଡି ଭିତରେ ଗଣତାନ୍ତ୍ରିକ ଉପାୟରେ ଏହା କରାଯାଇଛି । ଏଥିରେ ଅନ୍ୟ କେହି ହସ୍ତକ୍ଷେପ କରିବାର ଆବଶ୍ୟକତା ନାହିଁ । କାଶ୍ମୀର ଭାରତର ଅଭିନ୍ନ ଓ ଅବିଚ୍ଛେଦ୍ୟ ଅଙ୍ଗ । ଏଥିରେ ଅନ୍ୟ କୋ÷ଣସି ବିଦେଶୀ ରାଷ୍ଟ୍ରଙ୍କ ହସ୍ତକ୍ଷେପର ଆବଶ୍ୟକତା ନାହିଁ ବୋଲି ସଂଘ ପକ୍ଷରୁ ମତପ୍ରକାଶ ପାଇଛି । ସଂଘ ପକ୍ଷରୁ କୁହାଯାଇଛି ଯେ, ପାକିସ୍ତାନ ଏହାର ସମସ୍ତ କଳବଳ କୋ÷ଶଳ ଆତଙ୍କବାଦକୁ ପ୍ରୋତ୍ସାହନ ଦେବାରେ ବିନିଯୋଗ କରିଛି । ଏହାର ପ୍ରଭାବ ସମଗ୍ର ବିଶ୍ୱ ଉପରେ ପଡ଼ିଛି । ଧାରା ୩୭୦ ଉଚ୍ଛେଦକୁ ସମର୍ଥନ କରି ସଂଘ ପକ୍ଷରୁ କୁହାଯାଇଛି ଯେ, ଏହା ଦ୍ୱାରା ଜାମ୍ମୁକାଶ୍ମୀର ଅଂଚଳର ବାସିନ୍ଦା ଭାରତର ଅନ୍ୟ ରାଜ୍ୟର ନାଗରିକଙ୍କ ଭଳି ସମାନ ସୁବିଧା ଏବଂ ସୁଯୋଗ ଲାଭ କରିବେ । ଭାରତ ଓ ପାକିସ୍ତାନ ମଧ୍ୟରେ ଯାହା କିଛି ସମସ୍ୟା ରହିଛି ଉଭୟ ରାଷ୍ଟ୍ର ମଧ୍ୟରେ ସିଧା ଆଲୋଚନା ମାଧ୍ୟମରେ ତାହାର ସମାଧାନ ହୋଇପାରିବ ବୋଲି କୁହାଯାଇଛି ।

Comments
Post a Comment