ଯବାନ ବଞ୍ଚାଇଲେ ସ୍କୁଲ ପିଲାଙ୍କ ଜୀବନ September 15, 2019 Get link Facebook X Pinterest Email Other Apps ରାସ୍ତାରେ ଫସିଥିବା ସ୍କୁଲ୍ ପିଲାଙ୍କୁ ଭାରତୀୟ ସେନାର ଯବାନମାନେ ନିଜକୁ ଜୀବନକୁ ବାଜି ଲଗାଇ ବଂଚାଇଥିଲେ ।ତୁହାକୁ ତୁହା ଗୁଳି ଫୁଟୁଥିଲା | କିନ୍ତୁ ସ୍କୁଲ ଭିତରେ ରହିଯାଇଥିଲେ ହିଂସାକୁ ବୁଝୁନାଥିବା ଛୋଟ ଛୋଟ ପିଲା | ଏଭଳି ସ୍ଥିତିରେ କାଳେ ପାକିସ୍ତାନର ଗୁଳିରେ ସ୍କୁଲ ପିଲାଙ୍କର କ୍ଷତି ପହଂଚିବ ସେହି ଆଶଙ୍କା କରି ନିଜ ଜୀବନକୁ ଭ୍ରୁକ୍ଷେପ ନକରି କୁନି କୁନି ସ୍କୁଲ୍ ପିଲାଙ୍କ ଜୀବନ ବଂଚାଇଲେ ଯବାନ । ଶନିବାର ପାକିସ୍ତାନୀ ଯବାନ ନିୟନ୍ତ୍ରଣ ରେଖାର ଆରପଟେ ଭାରତୀୟ ସୀମା ଆଡକୁ ଅଚାନକ ଫାୟାରିଙ୍ଗ୍ କରିବା ଆରମ୍ଭ କରି ଦେଇଥିଲେ । ତେବେ କିଛି ସ୍କୁଲ୍ ପିଲା ଘରକୁ ଫେରୁଥିବା ସମୟରେ ଫାୟାରିଙ୍ଗ୍ ରେଞ୍ଜ ଭିତରେ ଚାଲିଆସିଥିଲେ । Comments
Comments
Post a Comment