ପୁଣେର ବନ୍ୟାକ୍ଷତିଗ୍ରସ୍ତଙ୍କୁ ସଂଘର ସ୍ୱୟଂସେବକ ଦ୍ୱାରା ସାହାର୍ଯ୍ୟ




ପୁଣେ: ପ୍ରବଳ ବର୍ଷା ଯୋଗୁଁ ପୁଣେର ଅନେକ ଅଂଚଳ ବାହ୍ୟ ଜଗତରୁ ବିଛିନ୍ନ ହୋଇ ପଡିଛି । ପଦ୍ମାବତୀ, ସାତରା ରୋଡ, ସହକାର ନଗର, ସିଂହଗଡ ମାର୍ଗ, ଧାୟରୀ, ଦନ୍ତେୱାଡା, ଓଁବଗାଁ, କାତ୍ରେଜ ଆଦି ଅଂଚଳରେ ବନ୍ୟାଜଳ  ପଶି ଯାଇଛି । ବସ୍ତି ତଥା ଗାଁର ଘରଗୁଡିକରେ ଚାରି ପାଂଚ ପୁଟ ପାଣି ଓ କଚଡା ଜମା ହୋଇ ଯାଇଥିଲା । ସ୍ଥାନୀୟ ସ୍ୱୟଂସେବକ ଜନକଲ୍ୟାଣ ସମିତି ଦ୍ୱାରା ପ୍ରଶାସନ ସହିତ ମିଶି ସେବାକାମ କରିଛନ୍ତି । ସ୍ୱୟଂସେବକମାନେ ୨୫ ତାରିଖ ଦିନ ରାତ୍ରୀ ୧୧ଟା ସମୟରୁ ସେବା କାମ ଆରମ୍ଭ କରି ବସ୍ତି ଓ ଗାଁ ଗଣ୍ଡାରେ ଜମା ହୋଇଥିବା ଅଳିଆ ଆବର୍ଜନା ସଫେଇ କରିଥିଲେ । ବନ୍ୟାବିପନ୍ନ ଲୋକମନଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ସହିତ ସେମାନଙ୍କର ଖାଦ୍ୟପ୍ରେୟ  ତଥା ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ କରିଥିଲେ ।  ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ୨୬ ତାରିଖ ପର୍ଯ୍ୟନ୍ତ ୧୫୦୦ ଚଦର, ବ୍ଲାକେଟ ବିତରଣ କରିବା ସହିତ ୨୦୦୦ ଖାଦ୍ୟ ପ୍ୟାକେଟ ବିତରଣ କରିଛନ୍ତି । ଏହି ସେବା କାମରେ ୨୦୦ରୁ ଉଦ୍ଧ୍ୱର୍ ସ୍ୱୟସେବକ ସାମିଲ ହୋଇଛନ୍ତି । 

Comments