ନ୍ୟୁୟର୍କ, ୨୬/୯ : ପାକିସ୍ତାନରେ ଏବେ ଏକ ଭୟଙ୍କର ଘଟଣାକ୍ରମ ଆରମ୍ଭ ହୋଇଛି । ପାକିସ୍ତାନର ସିନ୍ଧ, ବେଲୁଚିସ୍ତାନରେ ଜବରଦସ୍ତ ସଂଖ୍ୟାଲଘୁ ହିନ୍ଦୁ ଓ ଶିଖ ସମୁଦାୟର ଯୁବତୀଙ୍କୁ ଇସ୍ଲାମ ଧର୍ମରେ ଧର୍ମାନ୍ତୀକରଣ କରାଯାଉଛି । ପାକିସ୍ତାନ ଏବେ କାଙ୍ଗାଳ ହୋଇସାରିଛି ଏବଂ ଆମେରିକା ଦେଉଥିବା ଭିଖରେ ଚଳୁଛି । ପାକିସ୍ତାନରେ ଏବେ ଯୁବତୀମାନଙ୍କୁ ଦେହବ୍ୟାପାର ଲାଗି ଚୀନକୁ ପଠାଯାଉଛି ବୋଲି ପାକିସ୍ତାନରେ ଜନ୍ମ ଗ୍ରହଣ କରି କାନାଡାରେ ରହୁଥିବା ଲେଖକ ତାରେକ ଫତେହ ଏକ ରୋମାଚଂକର ତଥ୍ୟ ଉପସ୍ଥାପନ କରିଛନ୍ତି ।
ସେ କହିଛନ୍ତି ଯେ, ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଯେଉଁ ଜିଦ୍ ଧରି ବସିଛି ସେଥିପାଇଁ ସେ ଦିନେ ଖଣ୍ଡଖଣ୍ଡ ହୋଇଯିବ । ମୁସଲମାନମାନେ ମୃତ୍ୟୁ ପରେ ହିଁ ଜୀବନ ଆରମ୍ଭ ହୁଏ ଏବଂ ସ୍ୱର୍ଗପ୍ରାପ୍ତି ହୋଇଥାଏ ବୋଲି କହିଥାନ୍ତି । ଏଥିଲାଗି ମୌଲାନାମାନେ ଏହି ପ୍ରସଙ୍ଗକୁ କିଶୋର ଓ ଯୁବକଙ୍କ ମସ୍ତିଷ୍କରେ ଢୁକାଇ ସେମାନଙ୍କୁ ଆତଙ୍କବାଦୀ କରାଉଛନ୍ତି ବୋଲି ଫତେହ କହିଛନ୍ତି ।\nସୋ ଆହୁରି କହିଛନ୍ତି ଯେ,ନିକଟରେ ମିଳିତ ଜାତିସଂଘର ସାଧାରଣ ପରିଷଦ ବୈଠକରେ ଯୋଗ ଦେବାକୁ ଯାଇଥିବା ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ ବେଳେ ପ୍ରଭାବିତ କରିବା ଲାଗି କଳାଯାଦୁର ପ୍ରୟୋଗ କରିଥିଲେ । ଏଥିପାଇଁ ସେହି ସମୟରେ ସେ ହାତରେ ମାଳା ଧରି ଜପୁଥିଲେ । ତାଙ୍କୁ ଏଭଳି କରିବା ଲାଗି ଇମ୍ରାନଙ୍କ ତୃତୀୟ ପତ୍ନୀ ତଥା କଳାଯାଦୁରେ ସିଦ୍ଧହସ୍ତ ବୁସ୍ରା ମାନେକା ତାଙ୍କୁ କହିଥିଲେ । ଖାଲି ସେତିକି ନୁହେଁ ପାକିସ୍ତାନ ଭିତରେ ଓ ବିଦେଶରେ କେଉଁଠି ଇମ୍ରାନ କିଭଳି ଭାଷଣ ଦେବେ ତାହା ମଧ୍ୟ ବୁସ୍ରା ନିର୍ଣ୍ଣୟ ନିଅନ୍ତି ବୋଲି ତାରକେ ଫତେହ କହିଛନ୍ତି । \nସେହିଭଳି ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ତାରେକ ଫତେହ ମୋଦିଙ୍କ ପଦକ୍ଷେପକୁ ପ୍ରଶଂସା କରି କହିଛନ୍ତି ଯେ, ପ୍ରଥମେ ଭାରତ ଏହି ପ୍ରସଙ୍ଗରେ ବ୍ୟାଟିଂ କରୁଥଲା ଏବେ ପାକିସ୍ତାନ ଠାରୁ ପିଓକେ ଏବଂ ଗିଲଗିଟ୍ ବାଲଟିସ୍ତାନ ଫେରସ୍ତ ମାଗୁଛି । ପ୍ରଥମ ଥର ପାଇଁ କେହି ଜଣେ ଭାରତର ନେତା(ମୋଦି) କାଶ୍ମୀର କାର୍ଡ ଖେଳିଛନ୍ତି । ତାଙ୍କ ନେତୃତ୍ୱ ଉପରେ ବିଶ୍ୱାସ ରଖି ଏବେ ପିେଓକେରେ ଲୋକେ ବିଦ୍ରୋହ କରି ପାକିସ୍ତାନ ଠାରୁ ସ୍ୱତନ୍ତ୍ର ହେବାକୁ ଚାହୁଁଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏବେ ‘ରାଇଟ୍’ ଓ ‘ଲେଫ୍ଟ’ର ରାଜନୀତକୁ ବଦଳାଇ ଦେଇଛନ୍ତି ।
Comments
Post a Comment