ଅନୀଲ ପରିହାର ଓ ଚନ୍ଦ୍ରକାନ୍ତ ଶର୍ମାଙ୍କ ହତ୍ୟାକାଣ୍ଡରେ ସଂପୃକ୍ତ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ହିଜବୁଲ ମୁଜାହିଦ୍ଦିନର ୩ଜଣ ଆତଙ୍କବାଦୀଙ୍କୁ ସୋମବାର\nଜମ୍ମୁ କାଶ୍ମୀର ପୁଲିସ ଗିରଫ କରିଛି । କିସ୍ତୱାଡା ଜିଲ୍ଳାରେ ସକ୍ରିୟ ଥିବା ଏହି ଆତଙ୍କବାଦୀ ମାନେ ଗତବର୍ଷ ଜଣେ ବିଜେପି ଓ ଆରଏସଏସ ନେତାଙ୍କୁ ହତ୍ୟା କରିଥିଲେ । ଏହି ଆତଙ୍କବାଦୀମାନଙ୍କ\nପରିଚୟ ମିଳିଛି । ସେମାନେ ହେଲେ ନିଶାର ଅହମ୍ମଦ ସେଖ, ନିଶାଦ ଅହମ୍ମଦ ଏବଂ ଆଜାଦ ହୁସେନ । କିସ୍ତୱାଡା ଜିଲ୍ଳାର ସେକ୍ଟର-୯ରେ ଏହି ଆତଙ୍କବାଦୀମାନେ ଏକ ଗୁପ୍ତ ଷଡଯନ୍ତ୍ରରେ ଲିପ୍ତ ଥିବାବେଳେ ସେମାନଙ୍କୁ ସିଆରପିଏଫ ଓ ପୋଲିସର ମିଳିତ ଅଭିଯାନରେ ଗିରଫ\nକରାଯାଇଛି । ଗତବର୍ଷ ନଭେମ୍ବର ପହିଲାରେ ବିଜେପି ନେତା ଅନିଲ ପରିହାର ଓ ତାଙ୍କ ଭାଇ ଅଜିତ ପରିହାରଙ୍କୁ ସେମାନେ ଗୁଳିକରି ହତ୍ୟା କରିଥିଲେ । ଗତ ମାର୍ଚ୍ଚ ୮ତାରିଖରେ ଡେପୁଟି କମିଶନର ଦଲିପ କୁମାରଙ୍କ ଠାରୁ ସର୍ଭିସ ରାଇଫଲ ଛଡାଇନେଇଥିଲେ  । ଗତ ଏପ୍ରିଲ ୯ତାରିଖରେ ସେମାନେ କିସ୍ତୱାଡା ଜିଲ୍ଳାରେ ଆରଏସଏସ ନେତା ଚନ୍ଦ୍ରକାନ୍ତ ଶର୍ମାଙ୍କୁ ଓ ତାଙ୍କ ସୁରକ୍ଷାକର୍ମୀଙ୍କୁହତ୍ୟା କରି ବନ୍ଧୁକ ଛଡାଇନେଇଥିଲେ । କେବଳ ସେତିକି ନୁହେଁ , ଗତ ୧୩ତାରିଖରେ ସେମାନେ ପିଡିପି ଜିଲ୍ଳା ସଭାପତି ସେଖ ନସୀର ହୁସେନଙ୍କ ଗୌରିଆଁ ଗ୍ରାମ ସ୍ଥିତ ତାଙ୍କ ବାସଭବନରେ ଆକ୍ରମଣ କରିତାଙ୍କ ସୁରକ୍ଷାକର୍ମୀଙ୍କଠାରୁ ସର୍ଭିସ ରାଇଫଲ ଛଡାଇନେଇ ପଳାଇଥିଲେ । ଆଜିର ଏହି ଗିରଫଦାରୀ ପରେ ପୁଲିସ ପକ୍ଷରୁ କୁହାଯାଇଛି ଯେ, ଏବେ ଜମ୍ମୁ ଅଂଚଳରେ ୬ଜଣ ଆତଙ୍କବାଦୀ ସକ୍ରିୟ ଅଛନ୍ତି । ସେମାନଙ୍କ ମଧ୍ୟରେ ଜାହାଙ୍ଗୀର ସରୁରୀ,ଓସାମା ସେଖ,ମହମ୍ମଦ ଆମିନ, ହାରୁନ, ରୁସ୍ତମ ଓ ଜାହିଦ ଅନ୍ୟତମ ।

Comments