୫୦ହଜାର ହିନ୍ଦୁ ମନ୍ଦିରଗୁଡିକର ପୁନଃରୁଦ୍ଧାର ପାଇଁ ଘୋଷଣା

ନୂଆଦିଲ୍ଲୀ: ଖ୍ରୀ. ୧୩୧୫ରେ ଜମ୍ମୁ କାଶ୍ମୀରକୁ ପ୍ରଥମ ଇସଲାମୀୟ ଶାସକ ଆସିଥିଲା । ସେ ଯୁଦ୍ଧ କରି କାହାକୁ ପରାସ୍ତ କରି ଆସିନଥିଲା । କିମ୍ବା ଖଣ୍ଡା ଧରି ଆସିନଥିଲା । ସ୍ୱାତ ପ୍ରଦେଶରେ କ୍ଷମତା ପାଇଁ ଷଡଯନ୍ତ୍ର କରି ଧରାପଡିବା ପରେ ପ୍ରାଣ ବଂଚାଇବା ପାଇଁ ଶରଣ ନେବାକୁ ଆସିଥିଲା । ଜମ୍ମୁ କାଶ୍ମୀରର ପ୍ରଥମ ଇସଲାମୀୟ ଶାସନର କର୍ଣ୍ଣଧାର ତଥା ଶମସୁଦ୍ଦିନ ରାଜବଂଶର ମୂଳଦୁଆ ପକାଇଥିବା ‘ଶାହ ମୀର’ ନାମକ ଏହି ଇସଲାମୀୟ ଷଡଯନ୍ତ୍ରକାରୀ ଦୀର୍ଘ ୨୪ବର୍ଷ ପରେ ୧୩୩୯ରେ ହିନ୍ଦୁ ରାଜା ଓ ତାଙ୍କ ପରିବାରକୁ ହତ୍ୟା କରି କ୍ଷମତାସୀନ ହେଲା । ଏହାର ପ୍ରାୟ ୧୦୦ବର୍ଷ ପର୍ଯ୍ୟନ୍ତ ଜମ୍ମୁ କାଶ୍ମୀରରେ ସଂସ୍କୃତ ହିଁ ଏକମାତ୍ର ଭାଷା ଥିଲା । ସନାତନ ଧର୍ମ ଓ ସଂସ୍କୃତିର ପ୍ରାଣକେନ୍ଦ୍ର ଭାବେ ପ୍ରସିଦ୍ଧି ଲାଭ କରିଥିବା କାଶ୍ମୀରରେ ସେତେବେଳକୁ ଗଢିଉଠିଥିଲା ହଜାର ହଜାର ହିନ୍ଦୁ ମନ୍ଦିର । କିନ୍ତୁ ଶମସୁଦ୍ଦିନ ରାଜବଂଶର ୨୦ଜଣ ଶାସକ ଖ୍ରୀ. ୧୩୩୯ରୁ ୧୫୬୧ ପର୍ଯ୍ୟନ୍ତ ଓ ପରେ ପରେ ପଠାଣ, ହୁନ, କୁଶାଣ, ମୋଗଲ ପ୍ରଭୃତି ତସ୍କରଙ୍କ ଦ୍ୱାରା ସେଗୁଡିକ ଛିନଭିନ କରି ଦିଆଗଲା । ଏବେ କେନ୍ଦ୍ର ସରକାର ଜମ୍ମୁ କାଶ୍ମୀରରେ ନଷ୍ଟ ହୋଇଯାଇଥିବା ଏଭଳି ପ୍ରାୟ ୫୦ହଜାର ହିନ୍ଦୁ ମନ୍ଦିରଗୁଡିକର ପୁନଃରୁଦ୍ଧାର ପାଇଁ ଘୋଷଣା କରିଛନ୍ତି । ଏହାଛଡା ଆତଙ୍କବାଦ ଯୋଗୁ ଏଠାରେ ବନ୍ଦ ପଡିଥିବା ସ୍କୁଲଗୁଡିକୁ ମଧ୍ୟ ମରାମତି କରି ଖୋଲିବା ପାଇଁ ନିଷ୍ପତି ହୋଇଛି । ଏଥିନିମନ୍ତେ ଏକ ସର୍ବେକ୍ଷଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବେଙ୍ଗାଲୁରୁଠାରେ ସୋମବାର କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଜି କିଷାନ ରେଡ୍ଡୀ କହିଛନ୍ତି ଯେ, କାଶ୍ମୀରରେ ବନ୍ଦ ଥିବା ସ୍କୁଲଗୁଡିକର ସର୍ବେକ୍ଷଣ ପରେ ସେଗୁଡିକୁ ଖୋଲିବାପାଇଁ ଏକ କମିଟି ଗଠନ କରାଯାଇଛି । ସେହିପରି ରାଜ୍ୟରେ ପ୍ରାୟ ୫୦ହଜାର ହିନ୍ଦୁ ମନ୍ଦିରକୁ ନଷ୍ଟ କରିଦିଆଯାଇଥିବାବେଳେ ସେଗୁଡିକରେ ଥିବା ମୂର୍ତ୍ତିକୁ ମଧ୍ୟ ଭାଙ୍ଗିଦିଆଯାଇଛି । ଏହିସବୁ ମନ୍ଦିରର ପୁନଃରୁଦ୍ଧାର କରି ଦେବାଦେବୀ ପୁନଃ ପୂଜାର୍ଚ୍ଚନା ଆରମ୍ଭ କରିବାପାିଁଇଁ ସର୍ବେକ୍ଷଣ କରିବାକୁ ନିଷ୍ପତି ହୋଇଛି । ପ୍ରକାଶ ଥାଉକି, ରବିବାର ପ୍ରଧାନମନ୍ତ୍ରୀ ହ୍ୟୁଷ୍ଟନ ଠାରେ କାଶ୍ମୀର ପଣ୍ଡିତମାନଙ୍କୁ ଭେଟିବା ସମୟରେ ଭାବବିହ୍ୱଳ ହୋଇପଡିଥିଲେ । ଏହି ଅବସରରେ ସେଠାରେ ବନ୍ଦ ଥିବା ମନ୍ଦିରଗୁଡିକୁ ଖୋଲିବାପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଉଥିବା ସେ କହିଥିଲେ ।

Comments