ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀ ଠାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପରମପୂଜନୀୟ ସରସଂଘଚାଳକ ଡ.ମୋହନ ଭାଗବତ ୫୦ରୁ ଉଦ୍ଧ୍ୱର୍ ଦେଶ ଓ ବିଦେଶର ଗଣମାଧ୍ୟମ ସଂଗଠନର ପ୍ରତିନଧିଙ୍କ ସହିତ ମିଳନ ହୋଇଥିଲା । ଆଜିର ଏହି କାର୍ଯ୍ୟକ୍ରମ ନିରନ୍ତର ଚାଲୁଥିବା ପ୍ରକ୍ରିୟାର ଏକ ଅଂଶ । ସରସଂଘଚାଳକ ସମାଜର ବିଭିନ୍ନ ବର୍ଗଙ୍କ ସହିତ ସାକ୍ଷାତ କରି ନିରନ୍ତର ରଚନାତ୍ମକ ସଂବାଦ କରିବା ସହ ମହତ୍ୱପୂର୍ଣ୍ଣ ବିଷୟରେ କଥା ହୁଅନ୍ତି । ଏଥିରେ ୮୦ରୁ ଉଦ୍ଧ୍ୱର୍ ସାମ୍ବାଦିକ ଉପସ୍ଥିତ ଥିଲେ । ପ୍ରାୟ ଅଢେଇ ଘଂଟାଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ମୋହନ ଭାଗବତ ବିଦେଶୀ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସଂଘର ଦୃଷ୍ଟିକୋଣ ଏବଂ କାର୍ଯ୍ୟ ବିଷୟରେ ଅବଗତ କରାଇଥିଲେ । ଏହାପରେ ଅନୁଷ୍ଠିତ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ବିଭିନ୍ନ ବିଷୟ ଉପରେ ରଚନାତ୍ମକ ଚର୍ଚ୍ଚା ହୋଇଥିଲା ।
ଏହି ଅବସରରେ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ସରକାର୍ଯ୍ୟବାହ ମାନନୀୟ ସୁରେଶ (ଭୟାଜୀ) ଯୋଷୀ, ସହ ସରକାର୍ଯ୍ୟବାହ ଡା. ମନମୋହନ ବୈଦ୍ୟ, ଡା.କୃଷ୍ଣଗୋପାଳ, ଉତ୍ତର କ୍ଷେତ୍ର ସଂଘଚାଳକ ଡ.ବଜରଂଗଲାଲ ଗୁପ୍ତା ଏବଂ ଦିଲ୍ଲୀ ପ୍ରାନ୍ତ ସଂଘଚାଳକ କୁଳଭୂଷଣ ଆହୁଜା ମଧ୍ୟ ଉପସ୍ଥିତ ଥିଲେ ।

Comments
Post a Comment