ରାତିରେ ପାକିସ୍ତାନ ଆତଙ୍କବାଦୀ ଆକ୍ରମଣ କରିବ ଓ ଦିନରେ ଆମେ ତାଙ୍କ ସହିତ କ୍ରିକେଟ ଖେଳିବୁ, ଏହା ସମ୍ଭବ ନୁହେଁ


:ନ୍ୟୁୟର୍କ : ରାତିରେ ପାକିସ୍ତାନ ଆତଙ୍କବାଦୀ ଆକ୍ରମଣ କରିବ ଓ ଦିନରେ ଆମେ ତାଙ୍କ ସହିତ କ୍ରିକେଟ ଖେଳିବୁ, ଏହା ସମ୍ଭବ ନୁହେଁ ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର । ଏଠାରେ କାଉନସିଲ ଅଫ ଫରେନ ରିଲେସନ୍ସ ସେ କହିଛନ୍ତି ଯେ ସମଗ୍ର ବିଶ୍ୱରେ ପାକିସ୍ତାନ ଏପରି ଏକମାତ୍ର ଦେଶ ଯିଏକି ଆତଙ୍କବାଦକୁ ନିଜର ରାଷ୍ଟ୍ରନୀତିରେ ସାମିଲ କରିଛି । ବିଶ୍ୱର ଅନେକ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହେଉଛି, କିନ୍ତୁ ଭାରତର ପଡୋଶୀ ଏକମାତ୍ର ଦେଶ ଯିଏକି ଆତଙ୍କବାଦୀଙ୍କୁ ସହାୟତା କରି ଭାରତକୁ ପଠାଉଛି ।

 ଗତକାଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହଦ୍ୱିପକ୍ଷୀୟ ଆଲୋଚନା କରିବା ପରେ କହିଥିଲେ ଯେ, ଭାରତ ଓ ପାକିସ୍ତାନ ଆଲୋଚନା ମାଧ୍ୟମରେ କାଶ୍ମୀର ପ୍ରସଙ୍ଗ ସମାଧାନ କରିପାରିବେ ବୋଲି ତାଙ୍କର ଆଶା । ଏହି ଅବସରରେ ସେ ମୋଦି ଓ ଇମ୍ରାନ ଖାନଙ୍କୁ ଆଲୋଚନା କରିବାପାଇଁ ପରୋକ୍ଷରେ ପରାମର୍ଶ ଦେଇଥିଲେ । କିନ୍ତୁ ପାକିସ୍ତାନ ଆତଙ୍କବାଦ ବନ୍ଦ କରୁବୋଲି ପଦେ ହେଲେ କହିନଥିଲେ । ଏହିପରିପ୍ରେକ୍ଷୀରେ ଏବେ ନ୍ୟୁୟର୍କରେ ଥିବା ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ, ପାକିସ୍ତାନ ସହ ଆଲୋଚନା ସମ୍ଭବ କିନ୍ତୁ ଆତଙ୍କୀସ୍ତାନ ସହ ନୁହେଁ । ସେ କହିଛନ୍ତି ଯେ, ପାକିସ୍ତାନ ଆଉ ପାକିସ୍ତାନ ହୋଇ ରହିନାହିଁ । ଏହା ଗୋଟାପଣେ ଆତଙ୍କବାଦର ଗଡ ପାଲଟିଛି । ଏଠାରେ ଆତଙ୍କବାଦୀଙ୍କୁ ସୃଷ୍ଟି ପାଇଁ କାରଖାନା ଲାଗିଛି । ଇସଲାମୀୟ ମୌଳବାଦ ଓ ଜିହାଦର ୍ରଅଫିମ ଶୁଙ୍ଗାଇ ଯେଉଁ ହଜାର ହଜାର ଆତଙ୍କବାଦୀଙ୍କୁ ତିଆରି କରାଯାଉଛି ସେମାନଙ୍କୁ ପାକିସ୍ତାନ କାଶ୍ମୀରରେ ଅଶାନ୍ତି ସୃଷ୍ଟି ପାଇଁ ଲଗାଇଦେଉଛି । କଲଚରାଲ ଅର୍ଗାନାଇଜେନ ଏସିଆ ସୋସାଇଟିକୁ ଉଦବୋଧନ ଦେବା ଅବସରରେ ଶ୍ରୀ ଜୟଶଙ୍କରଏହା କହିଛନ୍ତି । ସେ କହିଛନ୍ତି ଯେ, ପାକିସ୍ତାନର ମୁଣ୍ଡ ଏବେ ବିଗିଡିଯାଇଛି । ଧାରା ୩୭୦ଯୋଗୁ ଏହି ଦେଶ କାଶ୍ମୀରରେ ଏକପ୍ରକାର ଆତଙ୍କରାଜ ଚଳାଇଥିଲା । ଧାରା ୩୭୦ ଉଚ୍ଛେଦ ପରେ ପୂରା କାଶ୍ମୀର ଶାନ୍ତ ଅଛି । କାରଣ ଏଠାରେ ପାକିସ୍ତାନର କୌଣସି ଉଦ୍ୟମ ଆଉ ସଫଳ ହେଉନାହିଁ । ତେଣୁ ପାକିସ୍ତାନର ମୁଣ୍ଡ ଖରାପ ହୋଇଯାଇଛି । ତେଣୁ କଥା କଥାକେ ପାକିସ୍ତାନ ଏବେ ଘାଟିରୁ ପ୍ରଥମେ କର୍ଫ୍ୟୁ ଉଠାଯାଉ ବୋଲି ଦାବି କରୁଛି । ଏହି ପରିପ୍ରେକ୍ଷୀରେ ସେ ଧାରା ୩୭୦ ଉଚ୍ଛେଦର ସଫଳ ଦିଗ ସମ୍ପର୍କରେ ଜଣାଇଥିଲେ । ସେ କହିଛନ୍ତି ଯେ, ଯେଉଁମାନେ କାଶ୍ମୀରରେ ଘୃଣା ପ୍ରସାର କରୁଛନ୍ତି ଏବଂ ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି ସେମାନେ କାଶ୍ମୀରର ଶତ୍ରୁ । ଏଠାରେ ବିଚ୍ଛିନ୍ନତାବାଦୀଙ୍କୁ ସଫଳ ହେବାକୁ ଦିଆଯିବ ନାହିଁ ବୋଲି ସେ କହିଥିଲେ ।

Comments