ଧାରା ୩୭୦ ହଟିବା ପରେ ୫୦୦ରୁ ଊଦ୍ଧ୍ୱର୍ ବଙ୍କର ନିର୍ମାଣ କରିଛି ସେନା


ଶ୍ରୀନଗର, ୩୦/୯  : ଆଗକୁ ଅକ୍ଟୋବର ମାସ ପର ଠାରୁ ଜମ୍ମୁ-କାଶ୍ମୀରରେ ପ୍ରବଳ ଶୀତ ଅନୁଭୂତ ହେବ  । ଦିନରେ ମଧ୍ୟ ତାପମାତ୍ରା ଶୂନ ଡିଗ୍ରୀକୁ ଖସିଯାଉଥିଲାବେଳେ ରାତିରେ ଏଠାରେ ତାପାମାତ୍ରା ବିଯୁକ୍ତ ୨୦କୁ ଖସିଯାଇଥାଏ  । ଏପରିସ୍ଥଳେ ସୀମା ଏବଂ ଭିତରେ ନିରାପତ୍ତା ଦାୟିତ୍ୱରେ ଥିବା ସେନାର ଜୱାନଙ୍କ ପକ୍ଷେ ପ୍ରତିକୂଳାତ୍ମକ ପରିସ୍ଥିତିରେ କାମ କରିବା ଅତ୍ୟନ୍ତ କଷ୍ଟଦାୟକ ହୋଇପଡ଼ିଥାଏ  । ତେଣୁ ପ୍ରବଳ ଥଣ୍ଡା କାକରରେ କର୍ତ୍ତବ୍ୟପାଳନ କରିବା ଉଦ୍ଦେଶ୍ୟରେ ଭାରତୀୟ ସେନା ପକ୍ଷରୁ ଜମ୍ମୁ-କାଶ୍ମୀରରେ ଏକାଧିକ ବଙ୍କର ନିର୍ମାଣ କରାଯାଇଛି  । ଘାଟୀରୁ ଧାରା ୩୭୦ ହଟିଯିବା ପରେ ଭାରତୀୟ ସେନା ସେଠାରେ ପ୍ରାୟ ୫୦୦ରୁ ଊଦ୍ଧ୍ୱର୍ ବଙ୍କର ନିର୍ମାଣ କରିଛି  । ଏହି ବଙ୍କରଗୁଡ଼ିକ ଘାଟୀର ଅନେକ ସମ୍ବେଦନଶୀଳ ଅଞ୍ଚଳ ଏବଂ ଛକଜାଗାଗୁଡ଼ିକରେ ବନାଯାଇଛି  । ଏହି ବଙ୍କରଗୁଡ଼ିକରେ ଅର୍ଦ୍ଧସାମରିକ ବାହିନୀର ଜୱାନମାନେ ରହି ପହରା ଦେବେ  । 

Comments