ମହିଳାଙ୍କ ବିକାଶରେ ଉତ୍ଥାନର ପଥପ୍ରଦର୍ଶକ ପୁରୁଷ ହୋଇ ପାରିବେ ନାହିଁ, ମହିଳା ସ୍ୱୟଂ ସମର୍ଥ

ଦିଲ୍ଲୀ:  ମହିଳାଙ୍କ ଉପରେ ‘ଦୃଷ୍ଟି’ର ସର୍ଭେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ. କାରଣ ସର୍ବେକ୍ଷଣରେ ସମସ୍ତ ବିଷୟ ସହିତ ଜଡିତ । ମାତୃଶକ୍ତିଙ୍କ ପ୍ରବୋଧନ, ମାତୃଶକ୍ତି ସଂରକ୍ଷଣ ଏବଂ ଏହି କାର୍ଯ୍ୟକୁ ଆଗକୁ ବଢାଇବା ପାଇଁ ପ୍ରୋତ୍ସାହନ ଓ ସ୍ୱାଧୀନତା ର କାର୍ଯ୍ୟ  ଆମେ ନିଜ ଘରେ ଆରମ୍ଭ କରିବା ଏବଂ ଯେତେବେଳେ ଏହା ପ୍ରତ୍ୟେକ ଘରେ ଆରମ୍ଭ ହୋଇଯିବ ସେତେବେଳେ ଏହି ସର୍ଭେ ସଫଳ ହେବ ଏବଂ ଏଥିରେ ସାମିଲ ହୋଇଥିବା ଭଉଣୀମାନେ ଯେଉଁ ପରିଶ୍ରମ କରିଛନ୍ତି, ସେମାନଙ୍କୁ ବାସ୍ତବିକ ଅଭିନନ୍ଦନ ହେବ ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପରମପୂଜନୀୟ ସରସଂଘଚାଳକ ଡ.ମୋହନରାଓ ଭାଗୱତ ପ୍ରକାଶ କରିଛନ୍ତି ।
ଦୃଷ୍ଟି ସ୍ତ୍ରୀ ପ୍ରବୋଧନ ଏବଂ ଅଧ୍ୟୟନ କେନ୍ଦ୍ର ଦ୍ୱାରା ଭାରତରେ ମହିଳାଙ୍କ ସ୍ଥିତି କୁ ନେଇ କରାଯାଇଥିବା ସର୍ଭେ ରିପୋର୍ଟର ଲୋକାର୍ପଣ କାର୍ଯ୍ୟକ୍ରମରେ ସରସଂଘଚାଳକଜୀ ସମ୍ବୋଧନ କରିଥିଲେ । ସେ କହିଲେ ଯେ, ମହିଳାଙ୍କ ବିକାଶରେ ଉତ୍ଥାନର ପଥପ୍ରଦର୍ଶକ ପୁରୁଷ ହୋଇ ପାରିବେ ନାହିଁ, ମହିଳା ସ୍ୱୟଂ ସମର୍ଥ । ପୁରଷ ମହିଳାଙ୍କ ଉତ୍ଥାନ କରି ପାରିବେ, କରୁଛନ୍ତି, ଏପରି ଅହଂକାର ମନରେ ଆଣିବା ଅନୁଚିତ । \nସରସଂଘଚାଳକଜୀ  କହିଲେ ମହିଳାଙ୍କ ଉତ୍ଥାନ ପାଇଁ ପୁରୁଷବର୍ଗଙ୍କୁ ପ୍ରବୋଧନର ଆବଶ୍ୟକତା ଅଛି । ପରିବାରରେ ଥିବା ମହିଳାଙ୍କ ଶକ୍ତିକୁ ଆମେ  ଭୁଲି ଯାଉଛୁ । ସେମାନେ କଣ କଣ କରିପାରନ୍ତି । ମହିଳାମାନେ ମଧ୍ୟ ନିଜର ସ୍ଥିତିକୁ ବୁଝିବା ଦରକାର । ସେମାନେ ବାହାରକୁ ଆସିବା ଦରକାର । ଯାହା କରିବାର ଅଛି ସେମାନଙ୍କୁ ସ୍ୱାଧୀନତା ଦେବାକୁ ହେବ । ସେମାନଙ୍କୁ ସୁଯୋଗ ଦେବା ଉଚିତ । ସେଥିପାଇଁ ସେମାନଙ୍କୁ ପ୍ରଶିକ୍ଷଣ ଓ ପ୍ରବୋଧନ ଦେବା ଉଚିତ ।
ମୋହନ ଭାଗୱତ କହିଲେ ଯେ ମହିଳାମାନେ ଜଗତ ଜନନୀର ଅଂଶ । ସେମାନଙ୍କ ନିକଟରେ ସୃଷ୍ଟି ନିର୍ମାଣ ଶକ୍ତି ଅଛି । ସୃଷ୍ଟି ପାଳନ କରିବାର ଶକ୍ତି ମଧ୍ୟ ଅଛି । ଏତେ ଶକ୍ତି ସେମାନଙ୍କ ନିକଟରେ ଅନ୍ତନିର୍ହିତ । ଏହି ଶକ୍ତିର ପ୍ରମୁଖ କାରଣ ହେଉଛି ତାଙ୍କ ନିକଟରେ ବାତ୍ସଲ୍ୟ । ସମାଜକୁ ଯୋଡେ, ଉନ୍ନତି କରେ ଧର୍ମ । ଧର୍ମ କାର୍ଯ୍ୟର ଅଧିକାର ସନ୍ନ୍ୟାସୀ ନୁହଁନ୍ତି କି ବ୍ରହ୍ମଚାରୀ ନୁହଁନ୍ତି । ସମାଜକୁ ଯୋଡିବା ବା ଉପରକୁ ଉଠାଇବାର ଯେଉଁ କାର୍ଯ୍ୟ ହେଉଛି ସେଥିପାଇଁ ଗୃହସ୍ତଙ୍କର ଭୂମିକା ରହିଛି । କାରଣ  ଏଥିପାଇଁ ଦୁଇ (ପୁରୁଷ ଓ ମହିଳା)ଙ୍କର ଆବଶ୍ୟକ । \nସେ କହିଲେ ଯେ, ମହିଳାଙ୍କ ବିକାଶର ରାସ୍ତା ପୁରୁଷ ସ୍ଥିର କରି ପାରିବେ ନାହିଁ । ମାତୃଶକ୍ତିମାନେ ବଭିନ୍ନ ସ୍ଥାନକୁ ଯାଇ ଏହି ସର୍ଭେ କରିଛନ୍ତି ।  ଦେଶରେ ମହିଳାଙ୍କ ମଧ୍ୟରେ ମଲ୍ଟିଟ୍ରାକିଂ ଏକ୍ସପର୍ଟ ମଧ୍ୟ ଅଛନ୍ତି । ଏହା କରି ଦେଖାଇଛନ୍ତି । ପୁରୁଷବର୍ଗଙ୍କୁ ଆହ୍ୱାନ ସେମାନେ ସର୍ଭେକୁ ଅଧ୍ୟୟନ କର ତଥା ପ୍ରୋତ୍ସାହନ ଓ ସ୍ୱାଧୀନତାର କାର୍ଯ୍ୟ ନିଜ ଘରୁ ଆରମ୍ଭ କରନ୍ତୁ ।\
କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କହିଲେ ଯେ ଆଇନ୍ର ସମର୍ଥନ ମଧ୍ୟ ଆବଶ୍ୟକ । ମହିଳାମାନଙ୍କୁ ଆଗକୁ ଆସି ବିଭିନ୍ନ କାର୍ଯ୍ୟରେ ଭାଗ ନେବା ଉଚିତ । ଅସୁରକ୍ଷା ଭାବ ପରିତ୍ୟାଗ କରିବାକୁ ହେବ । ଭାରତର ଅନୁସନ୍ଧାନ  କ୍ଷେତ୍ରରେ ମଧ୍ୟ ମହିଳାମାନେ ମଧ୍ୟ କାର୍ଯ୍ୟରତ । ଆରକ୍ଷଣ ଦାବି କରିବା ଭୁଲ ନୁହେଁ । କିନ୍ତୁ ଆମକୁ ମଧ୍ୟ ଚ୍ୟାଲେଂଜ ନେବାକୁ ହେବ । ମହିଳାମାନେ  ଯେପଯ୍ୟନ୍ତ ଆଗକୁ ଆସି ନିଜର ଦାବି ଉପସ୍ଥାପନ ନକରିଛନ୍ତି ସେପର୍ଯ୍ୟନ୍ତ କେହି ଶୁଣିବେ ନାହିଁ ।
ଦେଶର ୨୯ଟି ରାଜ୍ୟ ୭ଟି କେନ୍ଦ୍ରଶାସିତ ଅଂଚଳର ୪୬୫ଟି  ଜିଲ୍ଲାର  ମହିଳାଙ୍କୁ ନେଇ ବର୍ତ୍ତମାନ ସବୁଠାରୁ ବଡ ଅଧ୍ୟୟନ କରାଯାଇଛି । ୧୮ ବର୍ଷରୁ ଉଦ୍ଧ୍ୱର୍ ବୟସର ୪୩,୨୫୫ ଜଣ ମହିଳାଙ୍କ ସହିତ ସାକ୍ଷାତକାର ହୋଇଛି । ଅନ୍ତରାଷ୍ଟ୍ରୀୟ ସୀମାରେ ଥିବା ୧୦୬ଟି ଜିଲ୍ଲା ମଧ୍ୟରୁ ୭୦ଜିଲ୍ଲାର ମହିଳାଙ୍କ ରାୟ ମଧ୍ୟ ଏହି ଅଧ୍ୟୟନରେ ସାମିଲ ହୋଇଛି । ଏହି କ୍ରମରେ ୨୫ଟି ରାଜ୍ୟ ଏବଂ ୨ କେନ୍ଦ୍ରଶାସିତ ପ୍ରଦେଶର  ୨୮୩ ଜିଲ୍ଲାରେ ୧୮ ବର୍ଷରୁ କମ ବୟସର ୭୬୭୫ ବାଳିକାଙ୍କର ମଧ୍ୟ ସାକ୍ଷାତକାର ନିଆଯାଇଛି ।

Comments