ନୂଆଦିଲ୍ଲୀ,୨୩ା୯: ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ଭାରତରେ ଭୟଙ୍କର ହମଲା କରିବାକୁ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ଅଣ୍ଟା ଭିଡିଛନ୍ତି । ଭାରତ ଓ ପାକିସ୍ତାନ ସୀମାନ୍ତରେ ପ୍ରାୟ ୫୦ରୁ ଅଧିକ ତାଲିମ ପ୍ରାପ୍ତ ଆତଙ୍କବାଦୀ ଅନୁପ୍ରବେଶ ଅପେକ୍ଷାରେ ରହିଛନ୍ତି । ଭାରତରେ ଏପର୍ଯ୍ୟନ୍ତ ଯେତେସବୁ ଆତଙ୍କୀ ହମଲା ହୋଇଛି, ତା’ଠାରୁ ବଡଧରଣର ହିଂସା ଘଟାଇବାକୁ ଏହି ଆତଙ୍କବାଦୀମାନେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ଏହି ଖବର ମିଳିବା ପରେ ସେନାକୁ ସବୁ ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ସେନା ନିଜ ଇଚ୍ଛା ଅନୁସାରେ ସ୍ଥାନ, ସମୟ ଓ ଶୈଳୀ ଆପଣାଇ ପାରିବ ବୋଲି ସରକାରୀ ସୂତ୍ରରେ ଅନୁମୋଦନ ମିଳିଥିବା ଜଣାପଡିଛି । ଏଥିପାଇଁ ଏଲ୍ଓସିରେ ହାଇଆଲର୍ଟ ଜାରି କରାଯାଇଛି । ସୁରକ୍ଷାକର୍ମୀଙ୍କୁ ପାକିସ୍ତାନ ସହ ଲାଗିଥିବା ସମସ୍ତ ସୀମା ଉପରେ ତୀକ୍ଷ୍ଣ ନଜର ରଖିବାକୁ କୁହାଯାଇଛି । ଆଜି ସକାଳେ ସ୍ଥଳସେନା ମୁଖ୍ୟ ଜେନେରା ବିପିନ ରାୱତ ମଧ୍ୟ ବାଲାକୋଟରେ ପୁଣିଥରେ ପାକିସ୍ତାନ ସହାୟତାରେ ଟେରର କ୍ୟାମ୍ପ ସକ୍ରିୟ ହୋଇଥିବା କଥା କହିଥିଲେ । ଫେବୃଆରୀ ୨୬ରେ ଏହି ବାଲାକୋଟରେ ଥିବା ଜୈଶର ଆତଙ୍କୀ କ୍ୟାମ୍ପ ଉପରେ ଭାରତୀୟ ବାୟୁସେନା ଏୟାର ଷ୍ଟ୍ରାଇକ୍ କରିଥିଲା । ଏହାପରେ ଏହି ଆଡ୍ଡା ଛିନ୍ଛତର ହୋଇଯାଇଥିଲା । କିନ୍ତୁ ଏବେ ସେଠାରେ ପୁଣିଥରେ ଆତଙ୍କୀ କ୍ୟାମ୍ପ ଆରମ୍ଭ ହୋଇଛି ବୋଲି ଜେନେରାଲ ରାୱତ ସୂଚନା ଦେଇଥିଲେ । ସେ ଆହୁରି କହିଥିଲେ, ଏଲ୍ଓସି ନିକଟରେ ଦିନକୁ ଦିନ ଆତଙ୍କୀ ଲଞ୍ଚ ପ୍ୟାଡ ସଂଖ୍ୟା ବଢ଼ିବାରେ ଲାଗିଛି । ଭାରତରେ ଅନୁପ୍ରବେଶ ପାଇଁ ୫୦୦ରୁ ଅଧିକ ଆତଙ୍କୀ ଅପେକ୍ଷା କରି ରହିଛନ୍ତି । ହେଲେ ସେନା ଏହାର ମୁକାବିଲା ପାଇଁ ପ୍ରସ୍ତୁତ ଥିବା ସେ କହିଥିଲେ । ଜେନେରାଲ ରାୱତଙ୍କ ଏହି ସୂଚନା ପରେ ସେନାକୁ ନିଜ ଇଚ୍ଛା ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଥିବା ଜଣାପଡିଛି । ସୂତ୍ର ଅନୁସାରେ, ୪ଦିନ ପୂର୍ବରୁ ହିଁ ବାଲାକୋଟରେ ପୁଣିଥରେ ଆତଙ୍କୀ କ୍ୟାମ୍ପ ଆରମ୍ଭ ହୋଇଛି । ଏଠାରେ ଆତଙ୍କୀମାନଙ୍କୁ ଭାରତରେ ହମଲା କରିବାକୁ ସ୍ୱତନ୍ତ୍ର ଭାବେ ତାଲିମ ଦିଆଯାଉଛି । ତେବେ ଆତଙ୍କବାଦୀଙ୍କୁ ମୁକାବିଲା ପାଇଁ ଭାରତୀୟ ସେନା ସ୍ୱତନ୍ତ୍ର ଯୋଜନା ଏବେଠାରୁ ପ୍ରସ୍ତୁତ କରିସାରିଛି । ସମସ୍ତ କ୍ରାପ୍ସର ସେନା କମାଣ୍ଡୋମାନଙ୍କୁ ନିଜ ଇଚ୍ଛା ଅନୁସାରେ ସମୟ, ସ୍ଥାନ ଓ ଶୈଳୀ ଆପଣାଇ ଆତଙ୍କବାଦୀଙ୍କ ମୁକାବିଲା ଓ ନିପାତ କରିବାକୁ କୁହାଯାଇଛି । ଗତ ୨ମାସ ମଧ୍ୟରେ ୬୦ରୁ ଅଧିକ ଆତଙ୍କବାଦୀ ଏଲଓସି ଓ ଅନ୍ତର୍ଜାତୀୟ ସୀମା ଡେଇଁ ଭାରତରେ ଅନୁପ୍ରବେଶ କରିଛନ୍ତି । ଏବେ ଏଲଓସି ନିକଟରେ ୪ରୁ ୫ଟି ଆତଙ୍କୀ ଲଞ୍ଚ ପ୍ୟାଡ ନିର୍ମାଣ କରାଯାଇଛି । ଏହି ଲଞ୍ଚ ପ୍ୟାଡ୍ ଦ୍ୱାରା ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବାକୁ ଯୋଜନା ହୋଇଛି । ଭାରତ ସରକାର ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିବାରୁ ପାକିସ୍ତାନ ଏହାର ପ୍ରତିଶୋଧ ନେବାକୁ ଚାହୁଁଛି । ଏଥିପାଇଁ ପାକିସ୍ତାନ ସେନାଓ ସରକାର ହିଁ ଆତଙ୍କବାଦୀଙ୍କୁ ଅନୁପ୍ରବେଶ ପାଇଁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେଉଛନ୍ତି । ତେଣୁ ଏହାର ମୁକାବିଲା କରିବାକୁ ସେନାକୁ ସମସ୍ତ ପ୍ରକାରର ଅନୁମତି ଦିଆଯାଇଥିବା ଜଣାପଡିଛି । ଅନ୍ୟପକ୍ଷରେ ଜେନେରାଲ ରାୱତ ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ଠାରୁ ଆହୁରି ବଡଧରଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ମଧ୍ୟ ସଙ୍କେତ ଦେଇଛନ୍ତି । ଏଥିସହ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଘଂନ କରିଚାଲିଛି । ଏଭଳି କରି ପାକିସ୍ତାନ ଭାରତରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାରେ ସହଯୋଗ କରୁଛି । ହେଲେ ଭାରତୀୟ ସେନା ଏହାର ମୁକାବିଲା କରି ଚାଲିଛି । ଏକାଧିକ ଅନୁପ୍ରବେଶ ଉଦ୍ୟମକୁ ସେନା ପକ୍ଷରୁ ପଣ୍ଡ କରିଦିଆଯାଇଛି । ଏହାର ମୁକାବିଲା ପାଇଁ ଆମେ ପ୍ରସ୍ତୁତ ବୋଲି ସେ କହିଥିଲେ । \n

Comments
Post a Comment