ସ୍ୱେଚ୍ଛସେବୀ ସଂଗଠନମାନଙ୍କର କର୍ମଶାଳା

ଉକ୍ରଳ ବିପନ୍ନ ସହାୟତା ସମିତି ପରିସରରେ ବିଭିନ୍ନ ସେବା ପ୍ରକଳ୍ପ ଓ ସେବା ଯୋଗାଇ ଦେଉଥିବା ୧୯ଟି ସ୍ୱେଚ୍ଛାସେବୀ ସଂଗଠନମାନଙ୍କର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇ ଅଛି ।  ସମିତି ବା ରାଷ୍ଟ୍ରୀୟ ସେବା ଭାରତୀ ଦ୍ୱାରା ପଞ୍ଜିକୃତ ଉକ୍ତ ସଂଗଠନମାନେ ଯୋଗ, ପ୍ରାକୃତିକ ଚିକିତ୍ସା, ଭୌତିକ ଚିକିତ୍ସା, ଗୋ-ପାଳନ, ଜୈବିକ କୃଷି, ମହିଳା ସଶକ୍ତିକରଣ, ବନିକରଣ ଓ ବୃକ୍ଷ ରୋପଣ ତଥା ମଦ ଓ ନିଶା ନିବାରଣ ସମ୍ପର୍କରେ ତଥ୍ୟମାନ ଉପସ୍ଥାପନ କରିଥିଲେ । ସମ୍ପାଦକ ଶ୍ରୀ କୃଷ୍ଣଗୋପାଳ ସମିତି ଦ୍ୱାରା ପ୍ରଦାନ କରାଯାଉଥିବା ଯୋଗ, ପ୍ରାକୃତିକ ଚିକିତ୍ସା, ଭୌତିକ ଚିକିତ୍ସା ଓ ରଥଯାତ୍ରା, ମାଘମେଳା ସମୟରେ ସେବା ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ । ସଭାପତି ଶ୍ରୀ ଅଭୟ ସାମନ୍ତରାୟ ସେବାକୁ ଜୀବନର ବ୍ରତଭାବେ ଗ୍ରହଣ କରିଥିବା ଗୋପବନ୍ଧୁ, ଭୀମଭୋଇ ଆଦିଙ୍କର ଉଦାହରଣ ସହ “ମାନବ ସେବା ହିଁ ମାଧବ ସେବା” ବୋଲି କହିଥିଲେ । ଶ୍ରୀ ସୀମାଞ୍ଚଳ ଖଟୁଆ ବୈଭବଶ୍ରୀ ପ୍ରକଳ୍ପ ମାଧ୍ୟମରେ ତାମିଲନାଡୁର ମହିଳା ସ୍ୱୟଂସହାୟକ ଗୋଷ୍ଠୀମାନଙ୍କର ଉନ୍ନତି ତଥା ପରିବର୍ତ୍ତନ ଆସିଛି ବୋଲି କହିଥିଲେ ଓ ଶ୍ରୀ କୈଳାସ ଚନ୍ଦ୍ର ଜେନା  ରାଉରକେଲା ଠାରେ ଅକ୍ଟୋବର୨୩ ଓ ୨୪, ୨୦୧୯ ତାରିଖରେ ତଥା ଜୟପୁର, ରାଜସ୍ଥାନ ଠାରେ  ମାର୍ଚ୍ଚ ୨୬, ୨୭   ଓ ୨୮-୨୦୨୦ ତାରିଖରେ ରାଷ୍ଟ୍ରୀୟ ସେବା ଭାରତୀର ବୈଠକରେ ଯୋଗ ଦେବା ସହ ନିଜ ନିଜର ପ୍ରକଳ୍ପ,  ବିବରଣୀ ଓ ସ୍ଥିର ଚିତ୍ର  ଇତ୍ୟାଦି ପ୍ରଦର୍ଶନ କରିବା ପାଇଁ ଅନୁରୋଧ କରିଥିଲେ । ସୁଶ୍ରୀ ଦିପ୍ତିମୟୀ ନାୟକ ବୈଠକ ପରିଚାଳନା ତଥା ଶ୍ରୀ ରୁଦ୍ରନାରାୟଣ ମହାପାତ୍ର ଧନ୍ୟବାଦ ଅର୍ପଣ ପରେ ସଭାସାଙ୍ଗ ହୋଇଥିଲା ।

Comments