ଅଯୋଧ୍ୟା ସଂଘର୍ଷଗାଥା: ୧୫୨୮ ରୁ ୧୯୪୯


                                -ଗୋଲଖ ଚନ୍ଦ୍ର ଦାସ
୧୫୨୮ ଖ୍ରୀଷ୍ଟାଦ୍ଧ ଅର୍ଥାତ ଆଜିଠାରୁ ପ୍ରାୟ ୪୯୧ ବର୍ଷ ପୂବେ ଆକ୍ରମଣକାରୀ ବାବର ଆଦେଶରେ ତାର ସେନାପତି ମୀର ବାକି ଭଗବାନ ଶ୍ରୀରାମଙ୍କ ମନ୍ଦିର ଉପରେ ଆକ୍ରମଣ କରି ଭଙ୍ଗାରୁଜା କରିବା ସହିତ ତା’ଉପରେ ବାବରୀ ଢାଞ୍ଚା ନିର୍ମାଣ କରିଥିଲା ।
ଦୁଇ ଥର ରାଣା ସାଂଗାଙ୍କ ଠାରୁ ପରାସ୍ତ ହେବାପରେ ବାବର ହିନ୍ଦୁ ସଂସ୍କୃତିର ଆରାଧ୍ୟ ଶ୍ରୀରାମଙ୍କ ଜନ୍ମଭୂମି ଉପରେ ଆକ୍ରମଣ କରି ବଜୟ ହୋଇଥିଲା । ହିନ୍ଦୁ ଧର୍ମଗୁରୁ ଶ୍ୟାମାନନ୍ଦଙ୍କର କଥିତ ମୁସଲିମ ଫକିର ଶିଷ୍ୟ ଖ୍ୱାଜା ଅବାସ ମୁସା ଏବଂ ଜଲାଲଶାହ ବାବରକୁ ହିନ୍ଦୁ ଶ୍ରଦ୍ଧା ଏବଂ ଅଭିନ୍ନ କେନ୍ଦ୍ର ଶ୍ରୀରାମ ମନ୍ଦିରକୁ ଧ୍ୱଂସ କରିବା ପାଇଁ ପରାମର୍ଶ ଦେଇଥିଲେ ।
୧୫୨୬ ରୁ ୧୫୩୦ ପର୍ଯ୍ୟନ୍ତ ବାବାର ଭାରତରେ ଶାସନ କରିଥିଲେ । କିନ୍ତୁ ନିଜର ଜେହାଦି ଆତଙ୍କି ମାନସିକତା ଯୋଗୁଁ ଭାରତୀୟ ଆସ୍ଥାର ଶ୍ରେଷ୍ଠ ଧର୍ମସ୍ଥଳ ଗୁଡିକ ଉପରେ ସେ ବାରମ୍ବାର ଆକ୍ରମଣ କରୁଥିଲା । ସମସ୍ତ ପବିତ୍ର ଧର୍ମପୀଠକୁ ରକ୍ଷା କରିବା ପାଇଁ  ହିନ୍ଦୁ ସମାଜ ଯଥାଶକ୍ତି ପ୍ରତିରୋଧ କରିଥିଲେ ।
ବ୍ରିଟିଶ ଐତିହାସିକ Sir Alexander Cunningham ଉଲ୍ଲେଖ କରିଛନ୍ତି ଯେ, ବାବରଙ୍କ ଆଦେଶରେ ଯେତେବେଳେ ମୀରବାକି ତୋପ ଦ୍ୱାରା ଭଗବାନ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ଧ୍ୱଂସ କରିବା ପାଇଁ ଆଗେଇ ଆସିଲା ସେତେବେଳେ ହିନ୍ଦୁମାନଙ୍କ ତରଫରୁ ପ୍ରବଳ ବିରୋଧ ଓ ସଂଘର୍ଷ ହୋଇଥିଲା । ଏହି ସଂଘର୍ଷରେ ୧ ଲକ୍ଷ ୨୩ ହଜାର ରାମଭକ୍ତଙ୍କର ବଳିଦାନ  ଦେଇଥିଲେ ।
ପ୍ରଚଣ୍ଡ ବିରୋଧ ସତ୍ତେ୍ୱ ଆକ୍ରମଣକାରୀ ବାବର ଶ୍ରୀରାମ ମନ୍ଦିର ଉପରେ  କେବଳ ଢାଞ୍ଚା ସ୍ଥାପନ କରି ପାରିଥିଲା ଏବଂ ଆଦେଶଜାରି କରିଥିଲା ଯେ ହିନ୍ଦୁସ୍ତାନର କୌଣସି ପ୍ରଦେଶର ହିନ୍ଦୁ  ଅଯୋଧ୍ୟାରେ ପ୍ରବେଶ କରି ପାରିବେ ନାହିଁ ।
ଅବୁଲ ଫଜଲଙ୍କ ଆଇନ୍-ଏ-ଆକବରୀ (୧୫୯୮) ରେ ଆକବରଙ୍କ ଶାସନ ସମୟର ପ୍ରଶାସନିକ ଏବଂ ଆର୍ଥିକ ଘଟଣା ସହିତ  ଭଗବାନ ରାମଙ୍କ ମହଲ ଏବଂ ଅନ୍ୟ ଭବନ ସଂପର୍କରେ ଉଲ୍ଲେଖ ରହିଛି । ସେଥିରେ ଉଲ୍ଲେଖ ଅଛି ଯେ ଅଯୋଧ୍ୟା ହିନ୍ଦୁଙ୍କର ସବୁଠାରୁ ପୁରାତନ ଓ ପବିତ୍ର ସ୍ଥଳି । ମୀରବାକିଙ୍କ ପ୍ରଶାସନିକ ଅଧିକାରୀ , ଐତିହାସିକ ହେମିଲଟନ ବାରବଙ୍କି ଗେଜିଟିୟରରେ ରାମଜନ୍ମଭୂମି ପାଇଁ  ହିନ୍ଦୁଙ୍କ ସହିତ ବାବର, ହୁମାୟୁନ ଏବଂ ଆକବରଙ୍କ ସମୟରେ ହୋଇଥିବା ସଂଘର୍ଷ ବିଷୟରେ ପର୍ଯ୍ୟାପ୍ତଭାବେ ବର୍ଣ୍ଣନା କରାଯାଇଛି ।
ନିଜର ଆରାଧ୍ୟ ଏବଂ ଇଷ୍ଟଦେବ ଶ୍ରୀରାମଙ୍କ ଜନ୍ମସ୍ଥାନ ମୁକ୍ତି ପାଇଁ ହିନ୍ଦୁ ସମାଜର ସଂଘର୍ଷ କେବେ ବନ୍ଦ ହୋଇ ନାହିଁ । ଏହି କାରଣରୁ ମନ୍ଦିର ଉପରେ ଢାଞ୍ଚା ହେବା ସତ୍ତେ୍ୱ ମଧ୍ୟ ମୁସଲିମ ସମାଜ ନମାଜ ପଢିବାର କେବେ ଦେଖାଯାଇ ନାହିଁ । ଭାରତୀୟ ମୁସଲମାନମାନେ ଏହାକୁ ଶ୍ରୀରାମ ମନ୍ଦିର ରୂପେ ମାନନ୍ତି କେବଳ ଆକ୍ରମଣକାରୀ ବିଦେଶୀ ମୁସଲମାନମାନେ ଏହା ଉପରେ ପ୍ରଶ୍ନ ସୃଷ୍ଟି କରିଚାଲିଛନ୍ତି ।
ହୁମାୟୁନଙ୍କ ଶାସନକାଳରେ ୧୫୫୫ଖ୍ରୀ.ଅ ପର୍ଯ୍ୟନ୍ତ ରାମଜନ୍ମଭୂମି ପାଇଁ ଅନେକ ସଂଘର୍ଷ ହୋଇଥିଲା । ହୁମାୟୁନ ଜନ୍ମଭୂମିକୁ ଦଖଲ କରିବା ପାଇଁ ନିଜର ସୈନ୍ୟବାହିନିକୁ ପଠାଇଥିଲେ । ରାଜା ରଣବିଜୟ ସିଂହ, ମହାରାଣୀ ଜୟରାଜ କୁମାରୀ ଏବଂ ମହେଶଚନ୍ଦ୍ରଙ୍କ ନେତୃତ୍ୱରେ ଅସଂଖ୍ୟ ରାମଭକ୍ତ ନିଜର ପ୍ରାଣକୁ ବଳି ଦେଇଥିଲେ ।
୧୫୩୭ରେ ଗୁରୁ ନାନକ ଦେବ ଅଯୋଧ୍ୟାର ପବିତ୍ର ବ୍ରହ୍ମାକୁଣ୍ଡ ଦର୍ଶନ ପାଇଁ ଆସିଥିଲେ । ଏଠାରେ ଆରାଧନା କରିବା ସହିତ ଅଯୋଧ୍ୟାବାସୀଙ୍କୁ ଓଁକାରର ଅସ୍ତିତ୍ୱ ସଂପର୍କରେ ଉପଦେଶ ଦେଇଥିଲେ ।
ଏହି ସମୟ ମଧ୍ୟରେ ଅଯୋଧ୍ୟାରେ କେବେବି ନମାଜର ସ୍ୱର ଶୁଣାଯାଇ ନାହିଁ, ଏହା ସତ୍ୟ ସର୍ବବିଦିତ ।   ନମାଜ ପୂର୍ବରୁ ମୁହଁ ହାତ ଧୋଇବା ପାଇଁ  ପାଣି କୁଣ୍ଡ ବା  ଛୋଟ ଜଳଶୟ ଏଠାରେ ମଧ୍ୟ ନାହିଁ ।
ହୁମାୟୁନଙ୍କ ମୃତ୍ୟୁ ପରେ ୧୫୫୬ ଖ୍ରୀ.ଅ. ରୁ  ୧୫୮୦ ପର୍ଯ୍ୟନ୍ତ ଆକବର ସିଂହାସନ ଆରୋହଣ କରିଥିଲେ । ଆକବର ନିଜ ସାମ୍ରାଜ୍ୟକୁ ୧୨ଟି ସୁବା ବା  ପ୍ରଦେଶରେ ଭାଗ କରିଥିଲେ । ସେହି ୧୨ଟି ମଧ୍ୟରେ ଗୋଟିଏ ଥିଲା ଅବଧ । ଏହି ଅବଧର ରାଜଧାନୀ ଥିଲା ଅଯୋଧ୍ୟା । ଆକବରଙ୍କ ସମୟରେ ମଧ୍ୟ ରାମଭକ୍ତମାନେ ସ୍ୱାମୀ ବଳରାମାଚାର୍ଯ୍ୟଙ୍କ ନେତୃତ୍ୱରେ ଜନ୍ମଭୂମିର ମୁକ୍ତି ପାଇଁ ୨୦ ଥର ସଂଗ୍ରାମ କରିଛନ୍ତି । ଅଯୋଧ୍ୟାରେ ଶ୍ରୀରାମଜନ୍ମଭୂମିର ମୁକ୍ତି ପାଇଁ ଲାଗି ରହିଥିବା ସଂଘର୍ଷର ସମାଧାନ ହେବା ଦରକାର । ତେଣୁ ଆକବର ଦୁଇ ସମୁଦାୟଙ୍କ ମଧ୍ୟରେ କଥାବାର୍ତ୍ତା କରିବାକୁ ମଧ୍ୟସ୍ଥତା କରିବା ପାଇଁ ତୋଡରମଲ  ଏବଂ ବୀରବଲଙ୍କୁ ଦାୟିତ୍ୱ ଦେଇଥିଲେ । ତୋଡରମଲ ଏବଂ ବୀରବଲ ବହୁ ସଂଖ୍ୟାକ ହିନ୍ଦୁ ସମାଜଙ୍କ ଆସ୍ଥାର ସମ୍ମାନ ପାଇଁ ଢାଞ୍ଚା ନିକଟରେ ରାମ ଚବୁତରା ନିର୍ମାଣକରି  ପୂଜା କରିବାକୁ ଅନୁମତି ଦେଇଥିଲେ ।
ଜାହାଙ୍ଗୀର(୧୫୫୯-୧୬୨୭) ଏବଂ ଶାହାଜାହାନ(୧୫୯୨-୧୬୬୬)ଙ୍କ ଶାସନକାଳରେ ମଧ୍ୟ ରାମଜନ୍ମଭୂମି ମୁକ୍ତି ପାଇଁ ସଂଘର୍ଷ ପୂର୍ବପରି ଚାଲିଥିଲା ।  ହିନ୍ଦୁ ବିରୋଧି ଜେହଦୀ ଏବଂ ନିଷ୍ଠୁର ଶାସକ ଆଉରଙ୍ଗଜେବ (୧୬୧୮ ରୁ ୧୭୦୭) ଗାଦିରେ ବସିଥିଲେ । ସେ ବାବରର ପ୍ରତିଛବି ଥିଲେ । ଯାହାଙ୍କର କଳଙ୍କିତ କାରନାମା ଇତିହାସରେ ଲିପିବଦ୍ଧ ହୋଇ ରହିଛି ।  ଆଉରଙ୍ଗଜେବଙ୍କ  ପ୍ରଥମ ଶାହି ଫରମାନ ବା କଠୋର  ନିର୍ଦ୍ଦେଶ ଥିଲା ରାମମନ୍ଦିର ଆଖପାଖ ଏବଂ ରାମ ଚବୁତରାକୁ ସଂପୂର୍ଣ୍ଣ ରୂପେ ନଷ୍ଟ କରିଦିଅ । ଆଉରଙ୍ଗଜେବଙ୍କ ପୋତି(ପୁଅର ଝିଅ) (୧୭ତମ ଶତାବ୍ଦୀର ଶେଷଭାଗରେ) ‘ସଫିହା-ଏ-ଚହଲ ନସୀହ ବହାଦୁର ଶାହୀ’ରେ ସ୍ୱୀକାର କରିଛନ୍ତି ଯେ,  ବାବରୀ ଢାଞ୍ଚା ନିର୍ମାଣ ପାଇଁ ରାମ ମନ୍ଦିରକୁ ଧ୍ୱଂସ କରାଯାଇଛି । ସେ ଉଲ୍ଲେଖ କରିଛନ୍ତି ଯେ, ‘ମଥୁରା, ବନାରସ, ଅବଧ  ପରି ନଗରର ନିବାସୀ କାଫିର ହିନ୍ଦୁ (ମୁଶାରିକ ହିନ୍ଦୁ)ଙ୍କର ସମସ୍ତ ପୂଜାସ୍ଥଳୀ, ଯେଉଁମାନେ କି ଦୁଷ୍ଟ ଏବଂ ଅପାତ୍ର(କୁଫ୍ର-ଏ-ନକବାର) ନିଜର ଆସ୍ଥା କହ୍ନେୟା(ଭଗବାନ କୃଷ୍ଣ)ଙ୍କ ଜନ୍ମସ୍ଥାନ(ମୌଲାଦ ଗାହ), ସୀତାଙ୍କ ରୋଷାଇ (ଭଗବାନ ରାମଙ୍କ ସମ୍ବୋଧିତ), ଲଙ୍କା ବିଜୟ ପରେ ରାମଚନ୍ଦ୍ର ଦ୍ୱରା ସ୍ଥାପିତ ହନୁମାନ ଗଡି ଆଦିକୁ ଧ୍ୱଂସ କରି ମସଜିଦ ନିର୍ମାଣ କରାଗଲା । ଯାହାଫଳରେ ଇସଲାମ ମଜହବ ମଜବୁତ ହୋଇ ପାରିବ । ’
୧୭୨୯ ଖ୍ରୀ.ଅରେ ଦଶମ ଶିଖ୍ ଗୁରୁ ମହାଯୋଦ୍ଧା ଗୁରୁ ଗୋବିନ୍ଦ ସିଂହ ଅଯୋଧ୍ୟା ଆସିଥିଲେ । ଏହାପରେ ସେ ରାମଜନ୍ମଭୂମି ପାଇଁ ଅନେକ ଥର ଯୁଦ୍ଧ କରିଛନ୍ତି ।
 ଅବଧର ନବାବ ସୁଜାଉଦୌଲା (୧୭୫୪-୧୭୭୫) ଅଯୋଧ୍ୟା ଠାରୁ ୩ ମାଇଲ ପଶ୍ଚିମରେ ଫୈଜାବାଦ ନଗର ବସାଇ ଥିଲେ ।
୧୭୮୯ରେ ହିନ୍ଦୁ ରାଜା ମହାଦଜୀ ସିନ୍ଦିଆ ଦିଲ୍ଲି ବିଜୟ ପରେ ଅଯୋଧ୍ୟାର ନିଜ ପ୍ରତିନିଧି ଶାହ ଆଲମଙ୍କ ମାଧ୍ୟମରେ  ଗୋବଧ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏଥି ସହିତ ଶାହ ଆଲମ ମଥୁରା, ବୃନ୍ଦାବନ ଏବଂ କାଶୀର ତୀର୍ଥ ସ୍ଥଳକୁ ହିନ୍ଦମାନଙ୍କୁ ଫେରାଇ ଦିଆଗଲା ବୋଲି ଘୋଷଣା କରିଥିଲେ ।
୧୮୫୫ରେ ବାଜିଦ ଅଲ୍ଲୀ ଶାହଙ୍କ ଶାସନ ପରେ ଅମୀର ଅଲ୍ଲି ଅମେଠି ନେତୃତ୍ୱରେ ହୋଇଥିବା ଜେହାଦର ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ଥିଲେ ମିର୍ଜା ଜାନ । ସେ ‘ହଦିସ-ଏ-ଶୋହଦା-୧୮୫୬’ ସେହି ଜେହାଦର ବର୍ଣ୍ଣନା କରିଛନ୍ତି । ବାବାରୀ ଢାଞ୍ଚାର ଶହେ ଗଜ ଦୁରରେ ଥିବା ହନୁମାନ ଗଡିକୁ ହିନ୍ଦୁମାନଙ୍କ ଠାରୁ ଛଡାଇ ଆଣି ପୁର୍ନବାର ଅଧିକାର କରି ନେଇଥିଲେ ।
୧୮୫୩ରେ ରାମଜନ୍ମଭୂମି ମୁକ୍ତି ପାଇଁ ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ଭୟଙ୍କର ସଂଘର୍ଷ ହୋଇଥିଲା । ୧୮୫୫ରେ ହନୁମାନଗଡି ବିବାଦର ସଂଘର୍ଷ ଉଗ୍ରରୂପ ଧାରଣ କରିଥିଲା । ଅବଧର ଶେଷ ନବାବ ବାଜିଦ ଅଲ୍ଲୀ ଶାହ (୧୮୨୨-୧୮୮୭) ଏହାକୁ ହିନ୍ଦୁଙ୍କୁ ଫେରାଇ ଦେଇଥିଲେ ।
ନାନା ଫଡନବୀସ କହିବାରୁ ଶାହ ଆଲମ ଶ୍ରୀରାମ ଜନ୍ମଭୂମି ହିନ୍ଦୁଙ୍କୁ ଫେରାଇ ଦେବାପାଇଁ ପ୍ରସ୍ତୁତ ହେଉଥିଲେ । କିନ୍ତୁ ଇଂରେଜଙ୍କ ବିରୋଧରେ ୧୮୫୭ ସ୍ୱାଧିନତା ଆନ୍ଦୋଳନରେ ଦୁଇ ଜଣ ଦେଶ ପାଇଁ ସହିଦ ହୋଇଗଲେ । ଯେଉଁଥି ପାଇଁ ସେହି କାର୍ଯ୍ୟ ଅଧୁରା ରହିଗଲା ।
ଏହାପରେ ଦେଶଭକ୍ତ ବୁଦ୍ଧିଜୀବୀ ମୁସଲମାନ ଅମୀର ଅଲ୍ଲୀ ଖାନ ଏକ ବଡ ସମ୍ମିଳନୀ କରି ମୁସଲମାନ ସମାଜକୁ ପ୍ରସ୍ତାବ ଦେଇଥିଲେ ଶ୍ରୀରାମ ଜନ୍ମଭୂମି ହିନ୍ଦୁଙ୍କର ତେଣୁ ତାହାକୁ ହିନ୍ଦୁମାନଙ୍କୁ ଫେରାଇ ଦିଆଯାଉ । ଏଥିରେ ଇଂରେଜ ବାଧକ ସାଜିଲେ । ଏହାକୁ ସଫଳ ହେବାକୁ ଦେଲେ ନାହିଁ ।
୩୦ ନଭେମ୍ବର ୧୮୫୮ରେ ମହମ୍ମଦ ଅସଗର ଏବଂ ବାବରୀ ମସଜିଦର ଖାତିବ ଏବଂ ମୁଅଜ୍ଜନ ବୈରାଗିୟା-ଏ-ଜନ୍ମସ୍ଥାନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଦାଲତରେ ଏକ ପିଟିସନ  ଦାୟର କଲେ । ଯେଉଁଥିରେ ବାବରୀ ମସଜିଦକୁ  ମସଜିଦ-ଏ- ଜନ୍ମସ୍ଥାନ ତଥା ମେହରାବ ଏବଂ ଚବୁତରା ନିକଟରେ ଥିବା ଅଗଣାକୁ ମୁକାମ-ଏ-ଜନ୍ମସ୍ଥାନ ରୂପେ ଇଂଗିତ କରାଗଲା । ସେମାନେ ଚାହୁଁଥିଲେ ଯେ, ବୈରାଗିୟା ଅଗଣାରେ ଯେଉଁ ଚବୁତୁରା  ତିଆରି କରିଛି ତାହାକୁ ଭାଙ୍ଗି ଦିଆଯାଉ ।
୧୮୫୯ରେ ଇଂରେଜ ଜନ୍ମଭୂମି ଚାରି ପାଖରେ ତାରବାଡ ଲଗାଇ ଦେଲେ । ଏବଂ ହିନ୍ଦୁ ମୁସଲମାନମାନଙ୍କ ପୂଜା ଅର୍ଚ୍ଚନା ପାଇଁ ଭିନ୍ନ ଭିନ୍ନ ସ୍ଥାନ ସ୍ଥିର କରିଦେଲେ ।
ରାମଜନ୍ମଭୂମି ଦାବିରୁ ହିନ୍ଦୁମାନେ ଓହରି ଯାଆନ୍ତୁ ବୋଲି  ୧୮୭୭ରେ ସୈୟଦ ମହମ୍ମଦ ଅସଗର ମୌଲବୀ ରୂପେ ଫୈଜାବାଦ କମିଶନଙ୍କ ନିକଟରେ ଏକ ପିଟିସନ ଦାଖଲ କଲେ । କିନ୍ତୁ ହିନ୍ଦୁମାନେ ଜନ୍ମଭୂମି ଦାବିରୁ କେବେବି ଓହରି ନାହାଁନ୍ତି କି ରାମଜନ୍ମଭୂମିକୁ ଛାଡି ନାହାଁନ୍ତି ।
ଏହି ମାମଲାରେ ଫୈଜାବାଦ ଡିଷ୍ଟିକ ଜର୍ଜ କର୍ଣ୍ଣେଲ ଏଫ୍ଇଏ ଚେମିୟର କୌଣସି ପ୍ରକାର ଅନୁମତି ଦେବାକୁ ମନାକରି ଦେଲେ । କିନ୍ତୁ ଏକଥା ସ୍ୱୀକାର କଲେ, ଦୁର୍ଭାଗ୍ୟପୂର୍ଣ୍ଣ ଯେ, ହିନ୍ଦୁମାନଙ୍କର ପବିତ୍ର ସ୍ଥଳ ଏବଂ ଆସ୍ଥାର କେନ୍ଦ୍ର ଉପରେ ମସଜିଦ ତିଆରି ହୋଇଛି ।
ନିଜର ଆରାଧ୍ୟ ଶ୍ରୀରାମଙ୍କ ଜନ୍ମସ୍ଥାନ ମୁକ୍ତି ପାଇଁ ଅନେକ ବର୍ଷ ଧରି ହିନ୍ଦୁ ସମାଜ ପକ୍ଷରୁ ଚାଲୁଥିବା ସଂଘର୍ଷର ଅନ୍ତ ହୋଇ ନାହିଁ । ରାମ ଜନ୍ମ ଭୂମିର ମୁକ୍ତି ପାଇଁ ଲଗାତର ଭାବେ ଇଂରେଜ ସେନା ସହିତ ୧୯୧୨ରୁ ୧୯୩୪ ପର୍ଯ୍ୟନ୍ତ ସଂଘର୍ଷ ଲାଗି ରହିଥିଲା । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ହିସାବ କଲେ ପ୍ରାୟ ରାମଜନ୍ମ ଭୂମିର ମୁକ୍ତି ପାଇଁ ୭୬ଥର  ସଂଗ୍ରାମ ହୋଇଛି ।
୧୯୩୪ରେ ରାମଭକ୍ତମାନେ ବାବରୀ ଢାଞ୍ଚାକୁ ଧ୍ୱଂସ କରିଦେଇଥିଲେ । ତାହାକୁ ଫୈଜାବାଦ ଡେପୁଟି କମିଶନର  ଜେ.ପି. ନିକଲସନ ଜିର୍ଣ୍ଣୋଦ୍ଧାର କରିଥିଲେ ।
୧୯୪୦ ପୂର୍ବରୁ ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମିର ଏହି ସ୍ଥଳକୁ ମସଜିଦ୍- ଏ- ଜନ୍ମସ୍ଥାନ କୁହାଯାଉଛି ।
ଐତିହାସିକ ବିବରଣୀ
୧୬୩୪ରେ ଥମାସ ହରବର୍ଟ ଅଯୋଧ୍ୟା ଆସିଥିଲେ । ଅଯୋଧ୍ୟାର ପଣ୍ଡିତଙ୍କ ଦ୍ୱାରା ଶ୍ରୀରାମଧନୁର ପ୍ରସ୍ତୁତି ସଂପର୍କରେ ବର୍ଣ୍ଣନା କରିଥିଲେ, କୌଣସି ମସଜିଦ ବିଷୟରେ ତାଙ୍କ ବିବରଣୀରେ ଉ୍ଲ୍ଲେଖ ନାହିଁ ।
ବିଲିୟମ ଫ୍ରିଚ ଅଯୋଧ୍ୟା ଆସିଥିଲେ । ସେ ରାମକୋଟର ଖଣ୍ଡହରୋର ଅସ୍ତିତ୍ୱ ବିଷୟରେ ଉଲ୍ଲେଖ କରିଛନ୍ତି । ଯେଉଁଠାରେ ଶ୍ରୀରାମଙ୍କ ଜନ୍ମ ହୋଇଥିଲା ।
୩୮ ବର୍ଷ ଧରି ଭାରତରେ ରହିଥିବା ଜୋସେଫ ଟିଫିନଥେଲର (Joseph Tiefenthaler) ଅଷ୍ଟ୍ରିଆନ ମୁଳ ନିବାସୀ ୟୁରୋପିୟ ମିଶନାରୀ ପାଦ୍ରି ଥିଲେ । ‘ହିଷ୍ଟ୍ରି ଏଣ୍ଡ ଜୋଗ୍ରାଫି ଅଫ୍ ଇଣ୍ଡିଆ’ ନାମକ ପୁସ୍ତକ ସେ ଲାଟିନ୍ ଭାଷାରେ ଲେଖିଛନ୍ତି । ତାଙ୍କ ବିବରଣୀରେ ମଧ୍ୟ  ଅଯୋଧ୍ୟା ବିଷୟରେ ବର୍ଣ୍ଣନା କରାଯାଇଛି ।
୧୭୮୬ରେ ଟିପିନଥେଲରଙ୍କ ପୁସ୍ତକକୁ ଫ୍ରାସିଂସ ବିଦ୍ୱାନ ଜୋସେଫ ବର୍ଣ୍ଣିଲ ଫ୍ରେଞ୍ଚ ଭାଷାରେ ଅନୁବାଦ କରି ପ୍ରକାଶ କରିଥିଲେ । ଏଥିରେ ପ୍ରସ୍ତୁତ ତଥ୍ୟ ବିଟିଶ ଦସ୍ତାବିଜ । ବିଶେଷକରି ୧୮୩୮ରେ ମୋଣ୍ଟଗୋମେରି ମାଟିନ ଦ୍ୱାରା ରାମଜନ୍ମ ଭୂମି ମନ୍ଦିର ବିଷୟରେ ପ୍ରସ୍ତୁତ ତଥ୍ୟ ଠାରୁ ବହୁତ ପ୍ରାଚୀନ ।
ମନ୍ଦିର ମସଜିଦ ବିଷୟରେ  ଟିପିନଥେଲର ଲେଖିଛନ୍ତି ଯେ, ‘ବାଦଶାହ ଆଉରଙ୍ଗଜେବ ରାମକୋଟ ନାମକ ଏକ କିଲ୍ଲାକୁ ଧ୍ୱଂସ କରି ଦେଇଛନ୍ତି ଏବଂ ସେହି ସ୍ଥାନରେ ତିନୋଟି ଗମ୍ବୁଜର ଇସଲାମିକ ଢାଞ୍ଚା ତିଆରି କରିଛନ୍ତି ।’
୧୮୩୮ରେ ବ୍ରିଟିଶ ସର୍ବେକ୍ଷକ ମୋଣ୍ଟଗୋମେରି ମାଟିନ ଲେଖିଛନ୍ତି ଯେ ବାବରୀ ଢାଞ୍ଚାରେ ଯେଉଁ ସ୍ତମ୍ଭ ବ୍ୟବହାର କରାଯାଇଛି ତାହା ହିନ୍ଦୁ ମନ୍ଦିରର ।
ଏହିପରି ଅଗଣିତ ପ୍ରମାଣ ଏବଂ ତଥ୍ୟ ଅଛି ଯେଉଁଥିରେ ଅଯୋଧ୍ୟା ବିଷୟରେ ଉଲ୍ଲେଖ କରାଯାଇଛି । ଏଠାରେ ରାମ ଜନ୍ମସ୍ଥାନ ଏବଂ ଅନ୍ୟ ମନ୍ଦିରକୁ ଧ୍ୱଂସକରି ମସଜିଦ ନିର୍ମାଣ କରାଯାଇଛି ।
ବ୍ରିଟିଶ ସର୍ବେକ୍ଷକ ମୋଣ୍ଟଗୋମେରି ମାଟିନଙ୍କ ରିପୋଟ ‘ବାଇ ମୋଣ୍ଟଗୋମେରି ମାଟିନ (୧୮୩୮)’ । Edward Thornton u East-India Company Gazetteer  (୧୮୫୪),  P. Carnegie ଙ୍କ ଐସଗ୍ଦଗ୍ଧକ୍ଟକ୍ସସମବକ୍ଷ ଝଳରଗ୍ଧମଷ କ୍ଟଲ ୠଚ୍ଚଚ୍ଛବଭବୟ-୧୮୭୦Historical Sketch of Fyzabad-1870,Gazetteer of the Province of Awadh. In 1877, Fyzabad SETTLEMENT REPORT-1880,The Imperial Gazetteer of India--୧୮୮୧ କର୍ଣ୍ଣେଲ ଏଫ୍ ଇ ଏ ଚମିୟର, ଜିଲ୍ଲା ନ୍ୟାୟାଧୀଶ, ଫୈଜାବାଦଙ୍କ  Court verdict. A. Fuhrer, Report of the Archaeological Survey of India - 1891). H. R. Nevill
District Gazetteer of BARABANKI, H. R. Nevill, District Gazetteer (1905).] Fyzabad,Archaeological Survey of India -  - ୧୯୩୪  ।
ଘିଗିଡିଆ, ବାରୁଅ, କେନ୍ଦ୍ରାପଡା
ମୋ-୦୯୬୧୦୨୮୫୫୩

Comments