ଶ୍ରୀରାମ ଜନ୍ମଭୂମି ମନ୍ଦିର ଉପରେ ଆକ୍ରମଣର ଇତିହାସ


-ଗୋଲଖ ଚନ୍ଦ୍ର ଦାସ
ଧର୍ମଗ୍ରନ୍ଥ ଆଧାରରେ ସମାଜର ଧାରଣା ଯେ, ଶ୍ରୀରାମଜୀ ପ୍ରଜାମାନଙ୍କ ସହିତ ଦିବ୍ୟଧାମ ପ୍ରସ୍ଥାନ କଲା ପରେ ସଂପୂର୍ଣ୍ଣ ଅଯୋଧ୍ୟା, ସେଠିକାର ଭବନ, ମଠ- ମନ୍ଦିର ସବୁ ସରଜୁ ନଦୀରେ ସମାହିତ ହୋଇ ଯାଇଥିଲା । ବାକି ରହି ଯାଇଥିଲା  ଅଯୋଧ୍ୟାର ଭୂଭାଗ । ଯାହାକି ବହୁଦିନ ପର୍ଯ୍ୟନ୍ତ ଅସଜଡା ହୋଇ ପଡିରହିଥିଲା ।
ସେହି ସମୟରେ ମହାରାଜ କୁଶ କୁଶାବତୀ (କୌଶାମ୍ବୀ)ରେ   ରାଜା ହୋଇ ରାଜତ୍ୱ କଲେ । ସେ ପୁର୍ନବାର ଅଯୋଧ୍ୟାକୁ ଫେରି ଆସି ସେଠାରେ ଅଯୋଧ୍ୟା ନଗର ପ୍ରତିଷ୍ଠା କଲେ ।  ଏହି ବିଷୟ କାଳିଦାସ ‘ରଘୁବଂଶ’ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି ।
 -ଲୋମଶ ରାମାୟଣ ଅନୁସାରେ ସେ କସୋଟୀ ପଥରରେ (କଳା ମୁଗୁନି ପଥର) ସ୍ତମ୍ଭଯୁକ୍ତ ମନ୍ଦିର ଜନ୍ମଭୂମିରେ ପ୍ରତିଷ୍ଠା କରିଥିଲେ । ଜୈନଗ୍ରନ୍ଥ ଅନୁସାରେ ଦ୍ୱିତିୟଥର ପାଇଁ ଅସଜଡା ଅଯୋଧ୍ୟାକୁ ପୂର୍ନବାର ଋଷଭ ଦେବ ବସାଇ ଥିଲେ ।
- ଭବିଷ୍ୟ  ପୁରାଣରେ ଉଲ୍ଲେଖ ଅଛି ଯେ, ଉଜ୍ଜୈନର ରାଜା ବିକ୍ରମାଦିତ୍ୟ ମୋକ୍ଷଦାୟିନୀ ସପ୍ତପୁର ନିର୍ମାଣ କରିଥିଲେ । ଯୀଶୁଙ୍କ ୫୭ ବର୍ଷ  ପୂର୍ବରୁ ବିକ୍ରମାଦିତ୍ୟ ଉଜ୍ଜୈନର ରାଜ ସିଂହାସନ ଆରୋହଣ କରିଥିଲେ । ସେବେ ଠାରୁ ବିକ୍ରମ ସମ୍ବତ୍ ପ୍ରଚଳନ ହୋଇଥିଲା ।
-ବିକ୍ରମାଦିତ୍ୟଙ୍କ ପୂର୍ବରୁ ଅଯୋଧ୍ୟା ପୁଣି ଥରେ ଉଜୁଡି ଯାଇଥିଲା  । ବିଭିନ୍ନ ପୁରାଣ ଓ ଗ୍ରନ୍ଥର ବର୍ଣ୍ଣନା ଅନୁସାରେ ବିକ୍ରମାଦିତ୍ୟ ସରଜୁ  ନଦୀର ଲକ୍ଷ୍ମଣ  ଘାଟକୁ ଆଧାର କରି ବିଭିନ୍ନ ସ୍ଥାନକୁ ଚିହ୍ନଟ କରି  ୩୬୦ ମନ୍ଦିର ନିର୍ମାଣ କରିଥିଲେ । ତାଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ବିଶେଷ ସ୍ଥଳ ମଧ୍ୟରେ ରାମକୋଟ-ରାମ ଜନ୍ମଭୂମି, ନାଗେଶ୍ୱରନାଥ ମନ୍ଦିର, ମଣିପର୍ବତ ଆଦି ପ୍ରମୁଖ ଅଟେ । ସେ ଭଗବାନ ବିଷ୍ଣୁଙ୍କର ପରମ ଭକ୍ତ ହୋଇଥିବା କାରଣରୁ  ବିଷ୍ଣୁପଦ ନାମକ ପର୍ବତ ଉପରେ ବିଷ୍ଣୁଧ୍ୱଜ ସ୍ଥାପନ କରିଥିଲେ  ତଥା ଶ୍ରୀରାମ ଜନ୍ମଭୂମି ଉପରେ ଏକ ଭବ୍ୟ ମନ୍ଦିର ମଧ୍ୟ ନିର୍ମାଣ କରିଥିଲେ ।
-ଆକ୍ରମଣକାରୀ ସାଲାର ମସୁଦ ୧୦୩୩ ଖ୍ରୀ.ଅରେ ଅଯୋଧ୍ୟା ଆକ୍ରମଣ କରିବାକୁ ଆସି ସାକେତ ଅଥବା ଅଯୋଧ୍ୟାରେ ଡେରା ପକାଇଥିଲା । ସେହି ସମୟରେ  ଜନ୍ମଭୂମିରେ ଥିବା ପ୍ରସିଦ୍ଧ ମନ୍ଦିରକୁ ଧ୍ୱଂସ କରିଦେଇଥିଲା ।
- ସାଲାର ମସୁଦ ଯେତେବେଳେ ମନ୍ଦିରକୁ ଭାଙ୍ଗି ଫେରି ଯାଉଥିଲା ସେହି ସମୟରେ ବହରାଇଚ ଠାରେ ରାଜା ସୁହେଲଦେବଙ୍କ ସହିତ ଏକ ଭିଷଣ  ସଂଗ୍ରାମ ହୋଇଥିଲା । ୧୪ ଜୁନ ୧୦୩୩ରେ ହୋଇଥିବା ଏହି ଯୁଦ୍ଧରେ ବୀର ପରାକ୍ରମୀ ରାଜା ସୁହେଲଦେବ ସାଲାର ମସୁଦକୁ ପରାସ୍ତ କରି ହତ୍ୟା କରିଥିଲେ । ମହାରାଜ ସୁହେଲଦେବଙ୍କ ଏହି ସଂଗ୍ରାମର ପରିଣାମ ଏତେ  ଭୟଙ୍କର ଥିଲା ଯଦ୍ୱାରାକି ଭୟଭିତ ହୋଇ ଅନେକ ବର୍ଷ ପର୍ଯ୍ୟନ୍ତ ଆକ୍ରମଣ କରିବା ପାଇଁ କେହି ସାହସ କରିନଥିଲେ । ଏହାପରେ ଗହଡବାଲ ବଂଶୀୟ ରାଜା ପୂର୍ନବାର  ଜନ୍ମଭୂମିରେ ମନ୍ଦିର ନିର୍ମାଣ କରିଥିଲେ ।
-୧୫୨୬ ମସିହାରେ ବାବର ଅଯୋଧ୍ୟା  ନଗରୀକୁ ଆକ୍ରମଣ କରିବାକୁ ଆସି ସରଜୁ କୁଳରେ ଶିବିର ପକାଇଥିଲା । ସେ ଭାରତ ଉପରେ ବିଜୟ ପ୍ରାପ୍ତ କରିବାକୁ ଚାହୁଁଥିଲା । ସେଥିପାଇଁ ସେ ନିଜର ଧର୍ମଗୁରୁଙ୍କୁ ଭେଟିଥିଲା ।  ଧର୍ମଗୁରୁ ବାବାରକୁ ଅଯୋଧ୍ୟା ସ୍ଥିତ ଶ୍ରୀରାମ ଜନ୍ମଭୂମି ମନ୍ଦିରକୁ ଭାଙ୍ଗିବା ପାଇଁ ପରାମର୍ଶ ଦେଇଥିଲେ, କାରଣ ଯଦି ଏହି ମନ୍ଦିରକୁ ଧ୍ୱଂସ କରି ଦିଆଯାଏ ତେବେ ହିନ୍ଦୁ ସୈନିକଙ୍କ ମନୋବଳକୁ ପ୍ରଭାବିତ କରିବ । ଏହାପରେ ବାବାର ନିଜର ସେନାପତି ମିରବାକିକୁ ଜନ୍ମଭୂମି ମନ୍ଦିରକୁ ଭାଙ୍ଗିବା ପାଇଁ ଆଦେଶ ଦେଇଥିଲା ।
-ବାବର ସେନା ୧୫୨୮ରେ ଅଯୋଧ୍ୟା ଆକ୍ରମଣ କରି ଜନ୍ମଭୂମି ଉପରେ ନିର୍ମିତ ହୋଇଥିବା ମନ୍ଦିରକୁ ଭାଙ୍ଗି ମସଜିଦ ତିଆରି କରିବା ପାଇଁ ଉଦ୍ୟମ କରି ବିଫଳ ହୋଇଥିଲା । କାରଣ  ହିନ୍ଦୁଙ୍କ ପ୍ରଚଣ୍ଡ ବିରୋଧ ଯୋଗୁଁ ସେ ସଫଳ ହୋଇ ପାରିନଥିଲା । ଏହି କାରଣରୁ ଏଠାରେ ମିନାର ତିଆରି ହୋଇ ପାରିନାହିଁ, ନମାଜ ପଢିବା ପୂର୍ବରୁ ହାତଗୋଡ ଧୋଇବା ପାଇଁ ବଜୁ  ତିଆରି ହୋଇ ପାରିନାହିଁ । ମନ୍ଦିରର ଉପରିଭାଗକୁ ଭାଙ୍ଗି ଦେଇ କେବଳ ଗମ୍ବୁଜ ତିଆରି କରିବା ପାଇଁ ଚେଷ୍ଟା କରି କିଛି ମାତ୍ରାରେ ସଫଳ ହୋଇଥିଲେ । ଏହି ପ୍ରକାର ଏହା ମାତ୍ର ଏକ ଢାଂଚା ଥିଲା । ମସଜିଦ କଦାପି ନୁହେଁ । ସେହି ସମୟରୁ ଢାଂଚାର ବାହାର ଲାଗିଥିବା ପଥର ଉପରେ ପାର୍ସିରେ  ଲେଖା ହୋଇଛି ‘  ଫରିସ୍ଥୋଂ କା ଅବରତରଣ ସ୍ଥଳ ’(ଆଲ୍ଲାଙ୍କ ଦୂତଙ୍କର ଅବତରଣ ସ୍ଥଳ) । ଗୋଟିଏ ଜାଗାରେ ସୀତା ପାକ ସ୍ଥାନ ବୋଲି ଲେଖା ଯାଇଥିଲା । ନିରନ୍ତର ଆକ୍ରମଣ ଏବଂ ସଂଘର୍ଷ କାରଣରୁ ଅଯୋଧ୍ୟାର ବହୁତ ସ୍ଥାନ ଖାଲି ହୋଇ ଯାଇଛି । ସେହି ଦିନ ଠାରୁ ଶ୍ରୀରାମଜନ୍ମଭୂମି ମନ୍ଦିର ଉପରେ ବାରମ୍ବାର ଆକ୍ରମଣ ଲାଗି ରହିଥିଲା ।
-ଆକ୍ରମଣକାରୀମାନେ ଯେତେଥର ଜନ୍ମଭୂମି ମନ୍ଦିର ଉପରେ ଆକ୍ରମଣ କରିଛନ୍ତି ସେମାନଙ୍କୁ ହିନ୍ଦୁ ରାଜା, ମହାରାଜ, ସାଧୁସନ୍ଥ ଓ ହିନ୍ଦୁମାନେ ସଂଗଠିତ ହୋଇ ପ୍ରଚଣ୍ଡ ବିରୋଧ କରିଛନ୍ତି । ଯାହା ଫଳରେ ଜନ୍ମଭୂମିକୁ କେହି ଅଧିକାର କରି ପାରିନାହାଁନ୍ତି ।
-ବାବରଙ୍କ ସମୟରେ ୧୫୨୮ ରୁ ୧୫୩୦ ମଧ୍ୟରେ ୪ଥର ଆକ୍ରମଣ ହୋଇଛି । ଏହି ଆକ୍ରମଣକୁ ଭିଟି ନରେଶ ମହତାବ ସିଂହ, ହିଂସବରର ରାଜଗୁରୁ  ଦେବୀଦିନ ପାଣ୍ଡେୟ, ହଂସବରର ରାଜା  ରଣ ବିଜୟ ସିଂହ, ହିଂସବରର ରାଣୀ ଜୟରାଜକୁମାରୀ ବିରୋଧ କରି ଯୁଦ୍ଧ କରିଥିଲେ ।
-ହୁମାୟୁନଙ୍କ ସମୟରେ ଅର୍ଥାତ ୧୫୩୦ ରୁ ୧୫୫୬ ଖ୍ରୀ.ଅ ମଧ୍ୟରେ ୧୦ ଥର ଆକ୍ରମଣ ହୋଇଛି । ସାଧୁଙ୍କର ସେନାକୁ ନେଇ ସ୍ୱାମୀ ମହେଶାନନ୍ଦ ଏବଂ ନାରୀ ସେନାଙ୍କୁ ନେଇ ରାଣୀ ଜୟରାଜକୁମାରୀ ଆକ୍ରମଣକାରୀଙ୍କୁ ପ୍ରତିରୋଧ କରିଥିଲେ ।
-ସେହିପରି ୧୫୬୬ ରୁ ୧୬୦୬ ମଧ୍ୟରେ ୨୦ ଥର ଆକ୍ରମଣ ହୋଇଛି । ଏ ସମୟରେ ମଧ୍ୟ ଆକବରଙ୍କ ଶାସନ ଥିଲା । ମୋଗଲସେନାଙ୍କ ସହିତ ସ୍ୱାମୀ ବଳରାମାଚାର୍ଯ୍ୟଙ୍କ ସହିତ  ନିରନ୍ତର ସଂଗ୍ରାମ ହୋଇଥିଲା ।
-ସବୁଠାରୁ ବେଶୀ ଆଉରଙ୍ଗଜେବଙ୍କ ସମୟରେ ବା ୧୬୫୮ ରୁ ୧୭୦୭ ଖ୍ରୀ.ଅ ମଧ୍ୟରେ ୩୦ଥର ଆକ୍ରମଣ ହୋଇଛି । ବାବା ବୈଷ୍ଣବ ଦାସ, ଗୁରୁ ଗୋବିନ୍ଦ ସିଂହ, କୁବେର ଗୋପାଳ ସିଂହ, ଠାକୁର ଜଗଦମ୍ବା ସିଂ, ଠାକୁର ଗଜରାଜ ସିଂହ ବିଭିନ୍ନ ସମୟରେ ଆକ୍ରମଣକାରୀଙ୍କୁ ସହିତ ଜନ୍ମଭୂମିର ମନ୍ଦିର ରକ୍ଷା ପାଇଁ ଯୁଦ୍ଧ କରିଛନ୍ତି ।
-ନବାବ, ଆଦତ ଅଲ୍ଲୀଙ୍କ  ସମୟରେ ବା ୧୭୭୦ ରୁ ୧୮୧୪ ମଧ୍ୟରେ ୫ଥର ଆକ୍ରମଣ  ହୋଇଥିଲା । ଆମେଠୀ ରାଜା ଗୁରୁଦତ ସିଂହ, ପିପରାର ରାଜକୁମାର ସିଂହ ଏହି ଆକ୍ରମଣକାରୀଙ୍କୁ ଉଚିତ ଜବାବ ଦେଇଥିଲେ ।
-ନାସିରୁଦ୍ଦିନ ହୈଦର ଙ୍କ ସମୟ ୧୮୧୪ ରୁ ୧୮୩୬ ମଧ୍ୟରେ ୩ଥର ଆକ୍ରମଣ ହୋଇଛି । ମକରହିର ରାଜା ସେହି ଆକ୍ରମଣକାରୀଙ୍କୁ ପ୍ରତିରୋଧ କରିଥିଲେ ।
-ବାଜିଦ ଅଲ୍ଲି ସାହଙ୍କ ସମୟରେ ୧୮୪୭ ରୁ ୧୮୫୭ ୨ ମଧ୍ୟରେ ହୋଇଥିବା ଆକ୍ରମଣକୁ ବାବା ଉଦ୍ଧବ ଦାସ, ଶ୍ରୀରାମ ଚରଣ ଦାସ, ଗୋଣ୍ଡା ନରେଶ ଦେବୀ ବରୁଶ ସିଂହ ପ୍ରତିହତ କରିଥିଲେ ।
-ଇଂରେଜ ଶାସନ ସମୟର ୧୯୧୨ ରୁ ୧୯୩୪ ମଧ୍ୟରେ ୨ଥର ଆକ୍ରମଣ ହୋଇଛଇ । ଏହି ଆକ୍ରମଣକୁ  ସାଧୁସନ୍ଥଙ୍କ ନେତୃତ୍ୱରେ ସଂପୂର୍ଣ୍ଣ ହିନ୍ଦୁ ସମାଜ ଏକାଠି ହୋଇ ଆକ୍ରମଣକାରୀଙ୍କୁ ପ୍ରତିହତ କରିଥିଲେ ।
ତେଣୁ ଅଯୋଧ୍ୟା ବିବାଦ ସାମାନ୍ୟ ମନ୍ଦିର -ମସଜିଦର ବିବାଦ ନୁହେଁ । ଏହା ଭଗବାନଙ୍କ ଜନ୍ମଭୂମି ପାଇବା ପାଇଁ ସଂଘର୍ଷ । ଭଗବାନଙ୍କ ସଂପତି ଉପରେ ଅନ୍ୟ କାହାରି ଅଧିକାର ନାହିଁ । ଯେକୌଣସି ରାଷ୍ଟ୍ରର ଅସ୍ତିତ୍ୱ ଏବଂ ଅସ୍ମିତା ସତ୍ୱ ଏବଂ ସ୍ୱାଭିମାନ ସେହି ଦେଶର ଶ୍ରଦ୍ଧା ଓ ଆସ୍ଥାର କେନ୍ଦ୍ର । ମହାପୁରୁଷଙ୍କ ସ୍ମୃତିସ୍ଥଳ ଏବଂ ସାଂସ୍କୃତିକ ପୀଠର ସଂରକ୍ଷଣ ଓ ସମ୍ବର୍ଦ୍ଧନ ଉପରେ ନିର୍ଭର କରେ ।

Comments