ଗୋଲଖ ଚନ୍ଦ୍ର ଦାସ
୧: ବିବାଦର କେନ୍ଦ୍ର
୧ ଅଯୋଧ୍ୟାର ବିବାଦ ସାମାନ୍ୟ ମନ୍ଦିର-ମସଜିଦର ବିବାଦ ନୁହେଁ ।
୨ ଏହା ଭଗବାନଙ୍କର ଜନ୍ମଭୂମି ପ୍ରାପ୍ତ କରିବା ପାଇଁ ସଂଘର୍ଷ । ଏହି ଜନ୍ମସ୍ଥାନ ଯେଉଁ ଦେବତାଙ୍କର ତାହା ଅନ୍ୟ ଦେବତାଙ୍କ ସହିତ ବଣ୍ଟା ଯାଇ ପାରିବ ନାହିଁ । ଜନ୍ମସ୍ଥାନରେ ବିରାଜିତ ରାମଲଲା ବିଧି ସମ୍ବୋଧିତ ପ୍ରାଣୀ । ଯିଏ କି ଶ୍ୱାସତ, ଚିରନ୍ତନ । ଭଗବାନଙ୍କ ସମ୍ପତି ଉପରେ ଅନ୍ୟ କେହି ମାଲିକ ହୋଇ ପାରିବେ ନାହିଁ ।
୩ ଜନ୍ମଭୂମି ଅପରିବର୍ତ୍ତନୀୟ । ଏହାର ଅଦଳ-ବଦଳ ହୋଇ ପାରିବ ନାହିଁ । ଏହା ବିକ୍ରି ହୋଇ ପାରିବ ନାହିଁ କି ଦାନ ଦିଆଯାଇ ପାରିବ ନାହିଁ ।
୪ ଅଧିକ ରୁ ଅଧିକ କେବଳ୧୪୬୦ ବର୍ଗଫୁଟର ଜମିକୁ ନେଇ ସଂପୂର୍ଣ୍ଣ ବିବାଦ । ଯାହାର ଲମ୍ବ -ଓସାର ହେଉଛି ୧୪୦ ୧୦୦ ଫୁଟ । ଭାରତ ସରକାରଙ୍କ ଦ୍ୱାରା ଅଧିଗୃହୀତ ହୋଇଥିବା ୭୦ ଏକର ଜମି ଏହାଠାରୁ ଅଲଗା,ଯାହାକି ବର୍ତ୍ତମାନ ଏହା ଭାରତ ସରକାରଙ୍କ ନିକଟରେ ଅଛି । ଏହି ଜମି ଉପରେ ଅଦାଲତରେ କୌଣସି ମକଦ୍ଦମା ନାହିଁ ।
୫ ନ୍ୟାୟାଳୟରେ ବିଚାରାଧୀନ ଥିବା ଜମି ଉପରେ ରାମଲାଲା ବିରାଜମାନ । ଏହା ଭଗବାନଙ୍କ ଜନ୍ମଭୂମି, ଲୀଳାଭୂମି ଓ କ୍ରିଡାଭୂମି । ହଜାର ବର୍ଷ ପୂର୍ବେ ଲିଖିତ ସ୍କନ୍ଦ ପୁରାଣରେ ଏହି ସ୍ଥାନର ମହତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି ଯେ, ରାମଜନ୍ମ ସ୍ଥାନ ଦର୍ଶନ କଲେ ମୋକ୍ଷ ପ୍ରାପ୍ତି ମିଳେ ।
୬ କୌଣସି ସମୁଦାୟ, ସମାଜ, ଧର୍ମ ସଂପ୍ରଦାୟର ଆରାଧ୍ୟ ଦେବୀ-ଦେବତାଙ୍କ ମନ୍ଦିର ଅନେକ ସ୍ଥାନରେ ନିର୍ମାଣ କରାଯାଇ ପାରେ । ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଅନେକ ସ୍ଥାନରେ ସ୍ଥାପିତ ହୋଇ ପାରେ କିନ୍ତୁ ତାଙ୍କର ପ୍ରକଟ ସ୍ଥଳ/ ଜନ୍ମସ୍ଥାନ ସେହି ସ୍ଥାନ ଅଟେ । ଏହା କେବେ ବଦଳଯାଇ ନପାରେ । ଜନ୍ମଭୂମି ଅପରିବର୍ତ୍ତନୀୟ ।
୭ ମୁସଲମାନମାନଙ୍କ ପାଇଁ ମକ୍କା ଯେତିକି ମହତ୍ତ୍ୱ ହିନ୍ଦୁମାନଙ୍କ ପାଇଁ ଅଯୋଧ୍ୟା ସେତିକି ମହତ୍ତ୍ୱ । ଅଯୋଧ୍ୟାରେ କୌଣସି ନୂଆ ମସଜିଦ / ସ୍ମାରକୀ / ଇସଲାମୀକ ସାଂସ୍କୃତିକ କେନ୍ଦ୍ର ପ୍ରତିଷ୍ଠା କରାଯାଇ ପାରିବ ନାହିଁ । କାରଣ ୧୫୨୮ ଖ୍ରୀ.ଅ ଅପମାନକୁ ସବୁ ବେଳେ ମନେ ପକାଇବ ।
୨ ସଂଘର୍ଷ ଏବଂ ଆନ୍ଦୋଳନର ଇତିହାସ
୧ ୧୫୨୮ ଖ୍ରୀ.ଅ ରୁ ଜନ୍ମଭୂମି ମୁକ୍ତି କରିବା ପାଇଁ ଆନ୍ଦୋଳନ ଚାଲୁ ରହିଛି ।
୨ ସଂପୂର୍ଣ୍ଣ ଦେଶର ହିନ୍ଦୁ ସମାଜ ଏହି ସଂଘର୍ଷରେ ଲଢୁଛନ୍ତି । ଅଯୋଧ୍ୟାର ସାଧୁସନ୍ଥ ଏବଂ ଆଖପାଖର ରାଜା ମହାରାଜାଙ୍କର ଏହି ମହାସଂଘର୍ଷରେ ବିଶେଷ ଭୂମିକା ରହିଛି ।
୩ ଇତିହାସ ପୃଷ୍ଠାରେ ଶ୍ରୀରାମଜନ୍ମଭୂମି ମୁକ୍ତି ପାଇଁ ହୋଇଥିବା ୭୬ଟି ଯୁଦ୍ଧ ବିଷୟରେ ବଣ୍ଣିତ ହୋଇଛି ।
୪ ଏହିସବୁ ସଂଘର୍ଷରୁ ସ୍ପଷ୍ଟ ପ୍ରତ୍ୟମାନ ହେଉଛି ଯେ ହିନ୍ଦୁମାନେ ନିଜର ଏହି ଜନ୍ମସ୍ଥାନକୁ ଅନ୍ୟ କେହି ନେଇ ଯାଉ ତାକୁ ସହ୍ୟ କରି ପାରିନାହାଁନ୍ତି । ନିଜ ଜନ୍ମସ୍ଥାନକୁ ନିଜର କରି ରଖିବା ପାଇଁ ସଂଘର୍ଷ କରିଛନ୍ତି । ଏହି ଦାବିରୁ କେବେ ଓହରି ନାହାଁନ୍ତି ।
୫ ଏହି ସଂଘର୍ଷରୁ ଆଉ ଗୋଟିଏ ଦିଗ ଦେଖିବାକୁ ମିଳୁଛି ଯେ ମୁସଲମାନ ଆକ୍ରମଣକାରୀ ଏବଂ ତାଙ୍କ ବଂଶଧରମାନେ ଏହି ସ୍ଥାନକୁ କେବେ ଶାନ୍ତିପୂର୍ଣ୍ଣ ଭାବେ କି ଲଗାତାର ଭାବେ ଦଖଲ କରି ନାହାଁନ୍ତି ।
୬ ୧୮୮୫ ମସିହାରେ ନିମୋହି ଆଖାଡା ତତ୍କାଳୀନ ସରକାରୀ ଅଧିକାରୀଙ୍କୁ ଜନ୍ମଭୂମି ପରିସରର ବାହାରେ ଥିବା ରାମ ଚବୁତର ଛପରକୁ ପକ୍କା କରିବା ପାଇଁ ଅନୁମତି ମାଗିଥିଲେ । ଏହି ଘଟଣାରେ ଇଂଗ୍ରେଜ ବିଚାରପତି କର୍ଣ୍ଣେଲ ଚେମିୟର ନିମୋହି ଆଖଡାକୁ ଅନୁମତି ଦେଇନଥିଲେ । ପରନ୍ତୁ ନିଜର ନିର୍ଣ୍ଣୟରେ ସ୍ୱୀକାର କରିଥିଲେ ବହୁତ ଦୁର୍ଭାଗ୍ୟପୂର୍ଣ୍ଣ ଯେ ଏକ ମନ୍ଦିରକୁ ଭାଙ୍ଗି ତାହା ଉପରେ ମସଜିଦ ତିଆରି କରାଯାଇଛି ।
୭ ମାର୍ଚ୍ଚ, ୧୯୮୩ ରେ ଉତ୍ତରପ୍ରଦେଶ ର ମୁଜାଫରନଗର ସହରରେ ଆୟୋଜିତ ହିନ୍ଦୁ ସମ୍ମିଳନୀରେ ସ୍ୱର୍ଗୀୟ ଦାଉଦୟାଲ ଖାନ୍ନା ରାମଭକ୍ତଙ୍କୁ ଆହ୍ୱାନ କରିଥିଲେ ‘ଅଯୋଧ୍ୟା, ମଥୁରା ଏବଂ କାଶୀର ପବିତ୍ର ସ୍ଥଳକୁ ମୁକ୍ତ କରାଅ ଏବଂ ହିନ୍ଦୁସ୍ତାନର ଗୌରବକୁ ଫେରାଇ ଆଣ । ’
୮ ୭ ଓ ୮ ଅପ୍ରେଲ, ୧୯୮୪ ରେ ଦିଲ୍ଲୀର ବିଜ୍ଞାନ ଭବନରେ ସନ୍ଥ ସମ୍ମିଳନୀ (ପ୍ରଥମ ଧର୍ମସଂସଦ) ଅନୁଷ୍ଠିତ ହୋଇଥିଲା । ଶ୍ରୀରାମ ଜନ୍ମଭୂମି କୁ ମୁକ୍ତ କରିବା ପାଇଁ ସଂକଳ୍ପ ନିଆ ଯାଇଥିଲା । ସନ୍ଥଙ୍କର ଏହି ଆଦେଶକୁ ପାଳନ କରିବା ପାଇଁ ବିଶ୍ୱହିନ୍ଦୁ ପରିଷଦ ୭୭ ବର୍ଷଧରି ସଂଘର୍ଷ କରି ଆସୁଛି ।
୯ ସର୍ବପ୍ରଥମେ ଜନ୍ମଭୂମିରେ ପଡିଥିବା ତାଲାକୁ ଖୋଲିବା ପାଇଁ ଜନଜାଗରଣ ଆରମ୍ଭ କରାଯାଇଥିଲା । ସୀତାମଢୀ ରେ ରାମ-ଜାନକୀ ରଥ ପୂଜନ ହୋଇଥିଲା । ୭ ଅକ୍ଟୋବର, ୧୯୮୪ରେ ଅଯୋଧ୍ୟାର ସରଜୁ କୂଳରେ ରାମ-ଜାନକୀ ରଥ ପହଁଚି ଥିଲା । ହଜାର ହଜାର ରାମଭକ୍ତମାନେ ସରଜୁ ନଦୀର ଜଳକୁ ହାତରେ ଧରି ଶ୍ରୀରାମ ଜନ୍ମଭୂମି ମୁକ୍ତ କରିବା ପାଇଁ ପ୍ରତିଜ୍ଞା ନେଇଥିଲେ ।
୧୦ ଅକ୍ଟୋବର,୧୯୮୫ରେ ସମ୍ପୂର୍ଣ୍ଣ ଉତ୍ତର ପ୍ରଦେଶରେ ୬ଟି ରଥ ଦ୍ୱାରା ଜନଜାଗରଣ ଆରମ୍ଭ ହୋଇଥିଲା । ପରିଣାମ ସ୍ୱରୂପ ଶ୍ରୀରାମ ଜନ୍ମଭୂମିରେ ୧୯୪୯ ମସିହାରେ ପଡିଥିବା ତାଲା ଅଦାଲତ ଆଦଶରେ ୧୯୮୬ ମସିହା ଫେବୃୟାରୀ ୧ରେ ଖୋଲାଯାଇ ଥିଲା । ରାମଲଲାଙ୍କ ଦର୍ଶନ-ପୂଜନକୁ ଅଟକାଇବା ପାଇଁ ଅନେକ ପ୍ରୟାସ ହୋଇଥିଲା କିନ୍ତୁ ଅଦାଲତ ଏହାକୁ ସ୍ୱୀକାର କରିନଥିଲେ ।
୧୧ ଏହାପରେ ଜାଗରଣ ଅଭିଯାନର ଏକ ଏକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଶୀଳାପୂଜନର କାର୍ଯ୍ୟକ୍ରମ ସାରା ଦେଶରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଦେଶର ତିନି ଲକ୍ଷ ଗ୍ରାମ ଭାଗ ନେଇଥିଲେ । ଦେଶ ବିଦେଶରୁ ମଧ୍ୟ ଶିଳା ପୂଜନ ହୋଇ ଅଯୋଧ୍ୟାରେ ପହଞ୍ôଚ ଥିଲା । ପୂଜ୍ୟ ସାଧୁ ସନ୍ଥଙ୍କ ଉପସ୍ଥିତିରେ ଅନୁସୁଚିତ ଜାତିର ଜଣେ କାର୍ଯ୍ୟକର୍ତ୍ତା ଶ୍ରୀ କାମେଶ୍ୱର ଚୌପାଳଙ୍କ ଦ୍ୱାରା ଭବ୍ୟ ଶ୍ରୀରାମ ମନ୍ଦିରର ଶିଳାନ୍ୟାସ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରାମଭକ୍ତଙ୍କର ଶକ୍ତି ସହିତ ସମରସତାର ଏକ ଅଦ୍ଭୁତ ଉଦାହରଣ ଥିଲା ।
୧୨ ଶ୍ରୀରାମ ଜ୍ୟୋତି ରଥଯାତ୍ରା, ଶ୍ରୀରାମଚରଣ ପାଦୁକା ପୂଜନ ରଥଯାତ୍ରା, ବିଜୟ ମନ୍ତ୍ର ଜପ ଅଭିଯାନ ପରି ଅନେକ କାର୍ଯ୍ୟକ୍ରମ ଦେଶର ଅଦ୍ୱିତୀୟ ଜନଜାଗରଣ ।
୧୩ ୧୯୯୦ ମସିହା ଜୁନ ୨୪ ତାରିଖ ଦିନ ହରିଦ୍ୱାର ଠାରେ କେନ୍ଦ୍ରୀୟ ମାର୍ଗଦର୍ଶକ ମଣ୍ଡଳ ବୈଠକରେ ନିର୍ଣ୍ଣୟ ହେଲା ଯେ, ଦେବସ୍ଥାନ ଏକାଦଶୀ, ୧୯୯୦ମସିହା ଅକ୍ଟୋବର ୩୦ ତାରିଖ ଦିନ ଅଯୋଧ୍ୟାରେ କରସେବା ଆରମ୍ଭ ହେବ । ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଅଯୋଧ୍ୟାର ଚାରିପାଖରେ ସୁରକ୍ଷା ବଳ ମୁତୟନ କରି ଘେରାବନ୍ଦି କରିଦେଲେ ଏବଂ ଘୋଷଣା କଲେ ଯେ, ‘ପରିନ୍ଦା ଭି ପର ନହିଂ ମାର ସକତା’ । ଏହି ଆହ୍ୱାନକୁ ହିନ୍ଦୁ ସମାଜ ସ୍ୱୀକାର କଲା । ସରକାରଙ୍କ ସବୁ ପ୍ରକାର ବାଧା,ବିରୋଧ ଏବଂ ଦମନ ସତ୍ତେ୍ୱ ହଜାର ହଜାର ଲୋକ ଅଯୋଧ୍ୟାରେ ପହଞ୍ôଚ ଥିଲେ । ଯେଉଁ ସମୟ ସ୍ଥିର ହୋଇଥିଲା ଠିକ୍ ସେହି ସମୟରେ କାରସେବା ହେଲା । ଗମ୍ବୁଜ ଉପରେ ଗୈରୀକ ପତାକା ଉଡିଲା । ଏହି ସମୟରେ ହୋଇଥିବା ଗୁଳିକାଣ୍ଡରେ କରସେବକଙ୍କ ବଳିଦାନ ହୋଇଥିଲା । ୧୯୯୦ ନଭେମ୍ବର ୨ ତାରିଖ ଗୁଳିକାଣ୍ଡ ସର୍ବବିଦିତ । ଶେଷରେ ସରକାର ମୁଣ୍ଡ ନୁଆଁଇଲେ ଏବଂ ସମସ୍ତ କରସେବକଙ୍କୁ ଦର୍ଶନ କରିବାକୁ ଅନୁମତି ଦେଲେ । ଏହାପରେ କରସେବକମାନେ ନିଜ ଘରକୁ ଫେରିଥିଲେ ।
୧୪ ଦଶ ଦିନ ଧରି ସତ୍ୟାଗ୍ରହ ହୋଇଥିଲା । ପ୍ରତିଦିନ ଏଥିରେ ହଜାର ହଜାର ଲୋକ ଭାଗ ନେଉଥିଲେ । ଦେଶ ସାରା କରସେବକଙ୍କ ଅସ୍ତି କଳସ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
୧୫ ୧୯୯୧ ମସିହା ଏପ୍ରେଲ ୪ ତାରିଖ ଦିନ ଏକ ବିଶାଳ ଐତିହାସିକ ଜନସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ୨୫ ଲକ୍ଷରୁ ଅଧିକ ରାମଭକ୍ତ ଭାଗନେଇ ଥିଲେ । ସଭା ସରିବା ପରେ ପରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ମୁଲାୟମ ସିଂହ ଯାଦବ ଇସ୍ତଫା ଦେଇଥିଲେ । ଏହାପରେ ଉତ୍ତର ପ୍ରଦେଶରେ ନିର୍ବାଚନ ଅନୁ୍ଷ୍ଠିତ ହୋଇଥିଲା ଏବଂ ଶ୍ରୀ କଲ୍ୟାଣ ସିଂହ ମୁଖ୍ୟମନ୍ତ୍ରୀ ହୋଇଥିଲେ ।
୧୬ ପୁଣି ଘୋଷଣା କରାଗଲା ୧୯୯୨ ମସିହା ଡିସେମ୍ବର ୬ ତାରିଖ ଦିନ କରସେବା ହେବ । ମୁଖ୍ୟମନ୍ତ୍ରୀ ଶ୍ରୀ କଲ୍ୟାଣ ସିଂହ ମଧ୍ୟ ଘୋଷଣା କଲେ ଗୁଳିକାଣ୍ଡ ହେବ ନାହିଁ । ଅଯୋଧ୍ୟାର ଚାରି ପାଖରେ ମଧ୍ୟ ସୁରକ୍ଷାବଳ ମୁତୟନ କରାଯାଇ ଥିଲା । ରାମଭକ୍ତଙ୍କ ଉପରେ ହୋଇଥିବା ଅତ୍ୟାଚାର କାରଣରୁ ସମସ୍ତଙ୍କ ମନରେ ଥିବା ପୁଞ୍ଜିଭୁତ କ୍ରୋଧର ଉଦ୍ଗିରଣ ହୋଇଥିଲା । ଯାହା ଫଳରେ ବାବରୀ ଢାଞ୍ଚା ଧ୍ୱଂସ ହୋଇଯାଇଥିଲା ।
୧୯୮୪ ରୁ ଆରମ୍ଭ ହୋଇଥିବା ଶ୍ରୀରାମ ଜନ୍ମଭୂମି ସଂଘର୍ଷର ଏହି ସୋପାନରେ କୋଟି କୋଟି ରାମଭକ୍ତ ଭାଗ ନେଇଥିଲେ । ରାମଭକ୍ତଙ୍କ ସଂକଳ୍ପ ପ୍ରତ୍ୟକ ଅଭିଯାନ ସହିତ ମଜବୁତ ହୋଇଥିଲା ।
୦୩ ସ୍ୱାଧୀନ ଭାରତରେ ଶ୍ରୀରାମ ଜନ୍ମଭୂମି ଉପରେ ମୋକଦ୍ଦମା ଇତିହାସ
୧ ୧୯୪୯ ମସିହା ଡିସେମ୍ବର ୨୨-୨୩ ତାରିଖ ମଧ୍ୟରାତ୍ରୀରେ ରାମ ଜନ୍ମସ୍ଥାନରେ ରାମଲଲା ପ୍ରକଟ ହୋଇଥିଲେ । ଶାନ୍ତି ପ୍ରତିଷ୍ଠା ବାହାନାରେ ପ୍ରଶାସନ ଢାଞ୍ଚାର ଦ୍ୱାରରେ ତାଲା ପକାଇଦେଲେ । ସମାଜର ଅଭିଯୋଗ ପରେ ନ୍ୟାୟାଳୟ ପ୍ରତିଦିନ ସକାଳେ ଓ ସଂଧ୍ୟାରେ ତାଲା ଖୋଲି ଭଗବାନଙ୍କର ପୂଜା ଓ ଆରତି କରିବାକୁ ଅନୁମତି ଦେଲେ । ଆଜି ବି ସେହି ସ୍ଥାନରେ ରାମଲଲା ବିରାଜମାନ ଅଛନ୍ତି ଏବଂ ନିରନ୍ତର ପୂଜା ହୋଇ ଆସୁଛନ୍ତି ।
୨ ଜାନୁଆରୀ ୧୯୫୦ରେ ଗୋପାଳ ସିଂହ ବିଶାରଦ ଅଦାଲତରେ ଏକ ମାମଲା ଦାଏର କରିଥିଲେ । ସେ ସେଥିରେ ଉଲ୍ଲେଖ କରିଥିଲେ ଯେ, ‘ମୁଁ ଭଗବାନଙ୍କ ଭକ୍ତ । ପ୍ରତିଦିନ ଦର୍ଶନ କରିବା ପାଇଁ ଆସୁଛି, ତେଣୁ ମୋର ଦର୍ଶନ-ପୂଜନରେ ଯେପରି କୌଣସି ବ୍ୟକ୍ତି ବା ପ୍ରଶାସନ ପ୍ରତିବନ୍ଦକ ସୃଷ୍ଟି ନକରନ୍ତୁ । ’ ଏହପରେ ପ୍ରଶାସନ ସେହି ସ୍ଥାନର ପରିଚାଳନା ପାଇଁ ଜଣେ ରିସିବର ନିଯୁକ୍ତି କଲେ ।
୩ ୧୯୫୯ ମସିହାରେ ନିମୋହି ଆଖଡା ଫୈଜାବାଦ ଅଦାଲତରେ ନିଜ ପକ୍ଷ ଦାଏର କରିଥିଲେ । ସେ ସେଥିରେ ଦର୍ଶାଇଥିଲେ ସରକାରଙ୍କ ଦ୍ୱାରା ନିଯୁକ୍ତ ରିସିବରକୁ ହଟାଯାଇ ଆମକୁ ପରିଚାଳନା ଦାୟିତ୍ୱ ଦିଆଯାଉ ।
୪ ୧୮ ଡିସେମ୍ବର ୧୯୬୧ ମସିହାରେ ଉତ୍ତର ପ୍ରଦେଶ ସୁନ୍ନି ମୁସଲିମ ୱାକଫ ବୋର୍ଡ ମୋକଦ୍ଦମା ଦାୟର କରିଥିଲେ । ସେମାନେ ଢାଂଚାକୁ ମସଜିଦ ଘୋଷଣା କରିବା ସହିତ ଢାଂଚା ମଧ୍ୟରେ ଥିବା ପୂଜା ସାମଗ୍ରୀ ହଟାଇ ନିଆଯାଉ ବୋଲି ଦାବି କରିଥିଲେ ।
୫ ଜୁଲାଇ, ୧୯୮୯ ମସିହାରେ ସ୍ୱୟଂ ଭଗବାନ ରାମଲଲା ନିଜ ଜନ୍ମ ସ୍ଥାନରେ ରହିବା ପାଇଁ ମୋକଦ୍ଦମା ଦାୟର କଲେ । ଭଗବାନ ନିଜେ ନିଜର ପକ୍ଷ ରଖିଲେ ।
୬ ୧୯୮୯ ମସିହାରେ ଉପାୟୁକ୍ତ ଏହି ଚାରୋଟି ମୋକଦ୍ଦମାକୁ ନିମ୍ମ ଅଦାଲତରୁ ଉଠାଇ ଆଣି ଏହ୍ଲାବାଦ ଉଚ୍ଚ ନ୍ୟାୟାଳୟର ଲକ୍ଷୈ÷୍ନା ପୀଠରେ ସାମୁହିକ ବିଚାର ପାଇଁ ପଠାଇ ଦେଲେ । ଏହାପରେ ଏହି ଚାରୋଟି ମୋକଦ୍ଦମାର ବିଚାର ଏକା ସହିତ ଚାଲିଲା ।
୭ ଜନତାଙ୍କର ଭାବନାକୁ ବୁଝିବାକୁ ସରକାର ଡେରି କରିଦେଲେ । ପରିଣାମ ସ୍ୱରୂପ ୧୯୯୨ ମସିହା ଡିସେମ୍ବର ୬ ତାରିଖ ଦିନ ସମାଜର ପୁଞ୍ଜିଭୁତ କ୍ରୋଧ ବିସ୍ପୋଟ ହେଲା, ଯାହା ହେଲା ତାହା ସମସ୍ତଙ୍କୁ ଜଣା ।
୮ ଢାଂଚା ଭାଙ୍ଗିଯିବା ପରେ ୭ ଜାନୁୟାରୀ ୧୦୦୩ ମସିହାରେ ଭାରତ ସରକାର ଆଇନ ତିଆରି କରି ଅଧିନିୟମ ୩୩/ ୧୯୯୩ ଦ୍ୱାରା ତଥାକଥିତ ବିବାଦିତ ଜମି ଏବଂ ତାର ଚର୍ତୁପାଶ୍ୱର୍ରେ ଥିବା ହିନ୍ଦୁ ସମାଜର ୬୭ ଏକର ଜମିକୁ
ନିଜ ଅକ୍ତିଆରକୁ ନେଇଗଲେ ।
୯ ସରକାରଙ୍କର ଏହି ଅଧିଗ୍ରହଣ ବିରୋଧରେ ୧୯୯୩ ମସିହାରେ ଇସ୍ମାଇଲ ଫାରୁକ ନାମକ ଜଣେ ମୁସଲିମ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ମାମଲା ଦାୟର କରିଥିଲେ । ମସଜିଦର ଜମିକୁ ଅଧିଗ୍ରହଣ କରାଯାଇ ପାରିବ ନାହିଁ ବୋଲି ଦାବି କରିଥିଲେ ।
ଏହି ସମୟ ମଧ୍ୟରେ ରାଷ୍ଟ୍ରପତି ମହୋଦୟ ସମ୍ବିଧାନର ଧାରା ୧୪୩ ଅନ୍ତର୍ଗତ ସର୍ବୋଚ୍ଚ ନ୍ୟାୟାଳୟକୁ ଏକ ପ୍ରଶ୍ନର ଉତ୍ତର ଦେବା ପାଇଁ ନିବେଦନ କରିଥିଲେ । ରାଷ୍ଟ୍ରପତିଙ୍କ ପଶ୍ନ ଥିଲା ‘ବିବାଦୀୟ ସ୍ଥଳୀ ଉପରେ ୧୫୨୮ ପୂର୍ବରୁ କୌଣସି ହିନ୍ଦୁ ଉପାସନ ସ୍ଥଳ ଥିଲା କି ?’
୧୦ ଅଧିଗ୍ରହଣକୁ ଚ୍ୟାଲେଂଜ ଦେଇଥିବା ଯାଚିକା ଏବଂ ରାଷ୍ଟ୍ରପତି ମହୋଦୟଙ୍କ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ପାଂଚ ଜଣ ବିଚାରପତିଙ୍କୁ ନେଇ ଏକ ସାମ୍ବିଧାନ ବେଂଚ ଗଠନ କଲେ । ପ୍ରାୟ ୨୨ ମାସ ଧରି ଶୁଣାଳି ପରେ ସାମ୍ବିଧାନିକ ଖଣ୍ଡପୀଠ ରାଷ୍ଟ୍ରପତି ମହୋଦୟଙ୍କର ପ୍ରଶ୍ନର ଉତ୍ତର ନେଦଇ ଫେରାଇ ଦେଲେ । ଏବଂ ଲେଖିଲେ ୧୫୨୮ ପୂର୍ବରୁ ଏହାର ସ୍ଥିତି କଣ ଥିଲା ସେ ବିଷୟରେ ଜାଣିବା ପାଇଁ ବିଜ୍ଞାନ ଏବଂ ପତ୍ନତାତ୍ତିକ ସଂସ୍ଥାର ସାହାର୍ଯ୍ୟ ନିଆଯାଇପାରେ ।
୧୧ ଏହା ପରେ ସର୍ବୋଚ୍ଚ ନ୍ୟାୟାଳୟ ବହୁମତ ଆଧାରରେ ବିବାଦୀୟ ଜମିର ଅଧିଗ୍ରହଣ ରଦ କରିଦେଲେ । ବିବାଦୀୟ ସ୍ଥଳୀ ସମ୍ବନ୍ଧିୟ ସମସ୍ତ ମୋକଦ୍ଦମା ପୁର୍ନବାର ଚାଲୁ କରିବା ପାଇଁ ଆଦେଶ ଦେଲେ । ଏହା ମଧ୍ୟ କହିଲେ ଯେ, ଭାରତ ସରକାର ଏହି ବିବାଦୀୟ ଜମିର ଯଥାସ୍ଥିତି ବଜାୟ ରଖିବେ ଏବଂ ସୁରକ୍ଷା ଦେବେ । ବିବାଦୀୟ ପୀଠ ଛାଡି ଅନ୍ୟ ସଂପୂର୍ଣ୍ଣ ୬୭ ଏକର ଜମିକୁ ଭାରତ ସରକାର ନିଜ ଅକ୍ତିଆରକୁ ନେଇଥିବା ମାମଲାକୁ ନ୍ୟାୟାଳୟ ସ୍ୱୀକର କରି ନେଲେ । ଏହି ମୋକଦ୍ଦମା ଇସ୍ମାଇଲ ଫାରୁଖ ନାମରେ ଜଣାଯାଏ । ଏହି ନିର୍ଣ୍ଣୟ ଅକ୍ଟୋବର ୧୯୯୪ ମସିହାରେ ହୋଇଥିଲା ।
୧୨ ୧୯୯୫ରେ ଲକ୍ଷୈା୍ନ ଉଚ୍ଚ ନ୍ୟାୟାଳୟ ଶ୍ରୀରାମ ଜନ୍ମଭୂମି ସମ୍ବୋଧିତ ସମସ୍ତ ମାମଲାର ବିଚାର କରିବା ପାଇଁ ବିଚାରପତିମାନଙ୍କର ଏକ ଖଣ୍ଡପୀଠ ଗଠନ କଲେ । ଏହି ଖଣ୍ଡପୀଠ ୧୫ ବର୍ଷ ପର୍ଯ୍ୟନ୍ତ ଟ୍ରାୟଲ କୋର୍ଟରେ ଶୁଣାଳି କରିଥିଲେ ।
୧୩ ୧୫୨୮ - ୨୦୦୩ ଖ୍ରୀ.ଅ ପୂର୍ବର ସ୍ଥିତି ଜାଣିବା ପାଇଁ ଉଚ୍ଚ ନ୍ୟାୟାଳୟ ଲକ୍ଷୈା୍ନ ଖଣ୍ଡପୀଠ ଏହି ସ୍ଥାନ ଉପରେ ରାଡର ତରଙ୍ଗ ମାଧ୍ୟମରେ ମାଟି ତଳର ଫଟୋ ଗ୍ରାଫି କାନାଡା ବିଶେଷଜ୍ଞ ମାନଙ୍କ ଦ୍ୱାରା କରାଇ ଥିଲେ । ଏହି ଫଟୋ ଗ୍ରାଫି ରିପୋର୍ଟର ସତ୍ୟତା ଜାଣିବା ପାଇଁ ଭାରତ ସରକାର ପତ୍ନତାତ୍ତିକ ସଂସ୍ଥା ଦ୍ୱାରା ଖୋଦେଇ କରିଥିଲେ ।
୧୪ ରାଡର ଫଟୋଗ୍ରାଫି ରିପୋର୍ଟ, ପତ୍ନତାତ୍ତିକ ସଂସ୍ଥା ଦ୍ୱାରା ଖୋଦେଇ ରିପୋର୍ଟ ଏବଂ ଉଚ୍ଚ ନ୍ୟାୟାଳୟ ଲକ୍ଷୈା୍ନ ଖଣ୍ଡପୀଠ ୩୦ ସେପ୍ଟେମ୍ବର ୨୦୧୦ ଦେଇଥିବା ରାୟ ଦ୍ୱାର ସ୍ପଷ୍ଟ ହୋଇ ଯାଇଛି ଯେ ଏହି ବିବାଦିତ ଭୂମି ଉପରେ ୧୫୨୮ ମସିହା ପୂର୍ବରୁ ପ୍ରଥମରୁ ହିଁ ଏଠାରେ ଏକ ମନ୍ଦିର ଥିଲା ।
୧୫ ଶ୍ରୀରାମଲଲାଙ୍କ ବିରାଜମାନ ସତ୍ତେ୍ୱ ବିବାଦୀୟ ଜମିକୁ ଉଚ୍ଚ ନ୍ୟାୟାଳୟ ନିମୋହି ଆଖଡା, ସୁନି ଓା୍ୱକଫ ବୋର୍ଡ ଏବଂ ରାମଲଲାଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟିବା ପାଇଁ ଆଦେଶ ଦେଲେ, ଯାହା ନ୍ୟାୟସଂଗତ ନୁହେଁ । ଏହି କାରଣରୁ ସୁପ୍ରିମକୋର୍ଟରେ ଅପିଲ କରିବାକୁ ପଡିଲା ।
୧୬ ସମସ୍ତ ଅଭିଯୋଗ ସୁପ୍ରିମକୋର୍ଟରେ ଡିସେମ୍ବର ୨୦୧୦ ସୁଦ୍ଧା ଦାଖଲ ହୋଇଥିଲା । ଜୁଲାଇ, ୨୦୧୭ ପର୍ଯ୍ୟନ୍ତ ଅପିଲର ନମ୍ବର ଆସିଲା ନାହିଁ । ଅଗଷ୍ଟ,୨୦୧୭ରେ ପ୍ରଥମ ଥର ସୁପ୍ରିମକୋର୍ଟ କେସ ଦେଖି ଜାଣିବାକୁ ପାଇଲେ ଯେ, ହିନ୍ଦି, ସଂସ୍କୃତ, ଫରାସୀ, ଉର୍ଦ୍ଦୁ ଏବଂ ପ୍ରେଂସ ଭାଷାରେ ଦସ୍ତାବିଜ ଗୁଡିକ ଥିବାରୁ ଏହାକୁ ଇଂରାଜୀ ଭାଷାରେ ଅନୁବାଦ ହେବା ଆବଶ୍ୟକ । ଉତ୍ତର ପ୍ରଦେଶ ସରକାର ୪ ମାସ ଭିତରେ ପ୍ରାୟ ୧୪,୦୦୦ ପୃଷ୍ଠାର ଇଂରାଜୀ ଅନୁବାଦ କରିଥିଲେ ।
୧୭ ୨୯ ଅକ୍ଟୋବର ୨୦୧୮ ସୁପ୍ରୀମକୋର୍ଟ ଅଭିଯୋଗର ଶୁଣାଳି କରିବା ପରିବର୍ତ୍ତେ ଅଦାଲତ ଟିପଣୀ ଦେଲେ ଯେ, ଅନେକ ମୋକଦ୍ଦମା ଅଛି, ଏହା ଆମର ପ୍ରାଥମିକତା । ଏହି କହି ଜାନୁଆରୀ ୨୦୧୯ ପର୍ଯ୍ୟନ୍ତ ଏହି ମୋକଦ୍ଦମା ଘୁଂଚାଇଦେଲେ । ଏଥି ସହିତ ଆଦେଶ ଦେଲେ ପାଂଚ ଜଣିଆ ଖଣ୍ଡପୀଠ ଏହି ମୋକଦ୍ଦମାର ଶୁଣାଳୀ କରିବ ।
Comments
Post a Comment