ପ.ପୂ.ସରସଂଘଚାଳକ ଡ.ମୋହନ ଜୀ ଭାଗବତଙ୍କ ଶ୍ରୀ ବିଜୟାଦଶମୀ ଉତ୍ସବ ଉପଲକ୍ଷେ ଦିଆଯାଇଥିବା ଉଦ୍ବୋଧନର ସାରାଂଶ

RSS Mohan Bhagwat - India TV

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ
ଶ୍ରୀ ବିଜୟାଦଶମୀ ଉତ୍ସବ-୨୦୧୯ ଉପଲକ୍ଷେ
ପ.ପୂ.ସରସଂଘଚାଳକ ଡ.ମୋହନ ଜୀ ଭାଗବତଙ୍କ ଉଦ୍ବୋଧନର  ସାରାଂଶ \n(ମଙ୍ଗଳବାର ତା.୮ ଅକ୍ଟୋବର ୨୦୧୯)                      ଆଦରଣୀୟ ମୁଖ୍ୟ ଅତିଥି ମହୋଦୟ,  ଏହି ଉତ୍ସବକୁ ଦେଖିବା ନିମନ୍ତେ ବିଶେଷ କରି ଏଠାକୁ ଆମନ୍ତ୍ରିତ ହୋଇଥିବା ଅତିଥିବୃନ୍ଦ, ଶ୍ରଦେ୍ଧୟ ସନ୍ଥବୃନ୍ଦ, ଅନ୍ୟ ଗଣମାନ୍ୟ ବ୍ୟକ୍ତି ବିଶେଷ, ମାନନୀୟ ସଂଘଚାଳକ ଗଣ, ସଂଘର ସମସ୍ତ ମାନନୀୟ ଅଧକାରୀଗଣ, ମାଆ ଭଉଣୀ, ନାଗରିକ ସଜ୍ଜନ ଏବଂ ଆତ୍ମୀୟ ସ୍ୱୟଂସେବକ ବନ୍ଧୁ ।
            ଏହି ବିଜୟା ଦଶମୀ ପୂର୍ବରୁ ବିତିଥିବା ବର୍ଷଟି ଶ୍ରୀଗୁରୁ ନାନକ ଦେବଜୀଙ୍କ ୫୫୦ତମ ପ୍ରକାଶ ଉତ୍ସବ ଏବଂ  ସ୍ୱର୍ଗୀୟ ମହାତ୍ମା ଗାନ୍ଧୀଙ୍କ ଜନ୍ମର ୧୫୦ ବର୍ଷ ନିମନ୍ତେ ଏକ ବିଶେଷ କାଳଖଣ୍ଡ । ଏହି ଉପଲକ୍ଷେ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମମାନ ଆଉ କିଛି ସମୟଧରି ଚାଲିଥିବ । ଏହା ମଧ୍ୟରେ ସ୍ୱର୍ଗୀୟ ଦତ୍ତୋପନ୍ତ ଠେଙ୍ଗୀଡିଙ୍କ ଶତାବ୍ଦୀ ବର୍ଷ ୧୦ ନଭେମ୍ବରରୁ ଆରମ୍ଭ ହେବାକୁ ଯାଉଛି ।  ହେଲେ ବିଗତ ବର୍ଷରେ ଘଟିତ କିଛି ମହତ୍ତ୍ୱ ପୂର୍ଣ୍ଣ ଘଟଣାବଳୀ ଏବର୍ଷକୁ  ସ୍ମରଣୀୟ କରିଛି ।
                 ବିଗତ ମଇ ମାସରେ ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଥିଲା । ଏହି ନିର୍ବାଚନଟି ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା । ଭାରତ ଭଳି ବିବିଧତା ପୂର୍ଣ୍ଣ ବିଶାଳ ଦେଶରେ ବ୍ୟବସ୍ଥିତ ଏବଂ ସମୟାବଧି ମଧ୍ୟରେ ନିର୍ବାଚନ ଆୟୋଜିତ ହେବା ସମସ୍ତଙ୍କ ଦୃଷ୍ଟି ଆକର୍ଷଣର ପ୍ରଥମ କାରଣ ଥିଲା । ୨୦୧୪ ମସିହାରେ ହୋଇଥିବା ପରିବର୍ତ୍ତନ ଯେ କେବଳ ପୂର୍ବବର୍ତ୍ତୀ ସରକାରଙ୍କ ପ୍ରତି ନକରାତ୍ମକ ମନୋଭାବର ପରିଣାମ ଥିଲା ଅଥବା  ଦେଶର ଜନସାଧାରଣ ଏକ ବିଶିଷ୍ଟ ଦିଗରେ ଅଗ୍ରସର ହେବା ନିମନ୍ତେ ସ୍ଥିର କରି ସାରଛନ୍ତି ତାହା ଏହି ନିର୍ବାଚନରେ ପ୍ରତିଫଳତି ହେବାକୁ ଥିଲା । ଏହି ଦିଗପ୍ରତି ସମଗ୍ର ବିଶ୍ୱର ଧ୍ୟାନ ମଧ୍ୟ  ନିମଗ୍ନ ଥିଲା । ଭାରତର ଜନତା ନିଜର ଦୃଢ ନିଷ୍ପତ୍ତି ଶୁଣାଇଥିଲେ ଏବଂ ଭାରତରେ ଗଣତନ୍ତ୍ର ଯେ, ବିଦେଶରୁ ଆନୀତ ତଥ୍ୟ ନୁହେଁ ବରଂ ଏହା ଆମ ଦେଶ ସଂସ୍କୃତିରେ ହଜାର ହଜାର ବର୍ଷରୁ ଚାଲି ଆସିଥିବା ଏକ ପରମ୍ପରା ତାହା ଜନତା ସ୍ପଷ୍ଟ କରିଥିଲେ । ସ୍ୱାଧୀନତା ପରବର୍ତ୍ତି ସମୟର  ଅନୁଭବ ଗୁଡିକୁ ଦେଖିଲେ ଜଣାପଡେ ଯେ, ଗଣତନ୍ତ୍ରରେ ବିଶ୍ୱାସ କରିବା ଏବଂ ଏହାକୁ ସଫଳତା ପୂର୍ବକ ଚଳାଇ ରଖିବା ଆମ ସମାଜର ଅଙ୍ଗ ବିଶେଷ  ହୋଇ ରହିଛି ଏକଥା ପ୍ରତି ମଧ୍ୟ ସମସ୍ତଙ୍କ ଧ୍ୟାନ ଆକର୍ଷିତ ହୋଇଛି । ପୂର୍ବାପେକ୍ଷା ଅଧିକ ସମର୍ଥନ ଦେଇ ନୂଆ ସରକାରକୁ ପୁଣି ଥରେ ନିର୍ବାଚିତ କରାଇ ଆମ ସମାଜ ଏ ସରକାରର ବିଗତ ଦିନର କାର୍ଯ୍ୟ ପ୍ରତି ସହମତି ପ୍ରଦର୍ଶନ କରିବା ସହିତ ଭବିଷ୍ୟତ ନିମନ୍ତେ ଅନେକ ଆଶା ଆକାଂକ୍ଷା ମଧ୍ୟ ବ୍ୟକ୍ତ କରିଛି । \n ଜନତାଙ୍କ ଏହି ଆଶା ଆକାଂକ୍ଷାକୁ ପ୍ରତ୍ୟକ୍ଷଭାବରେ ସାକାର କରିବା ନିମନ୍ତେ ଏବଂ ଦେଶହିତ ପାଇଁ ଜନଭାବନାକୁ ସମ୍ମାନ ଜଣାଇ  ଜନତାଙ୍କ ଇଛା ପୂର୍ଣ୍ଣ କରିବାର ସାହସ ଦ୍ୱିତୀୟବାର କ୍ଷମତାକୁ ଫେରିଥିବା ଏହି ସରକାରଙ୍କ ନିକଟରେ ରହିଛି  ଏକଥା ଧାରା ୩୭୦କୁ ନିଷ୍ପ୍ରଭାବୀ କରିଥିବା ସରକାରଙ୍କ କାର୍ଯ୍ୟ ପ୍ରଣାଳୀରୁ ଜଣାପଡେ । କ୍ଷମତାସୀନ ଦଳର  ବିଚାର ଭାବରେ ଏହା ପୂର୍ବରୁ ସ୍ୱୀକାର୍ଯ୍ୟ ହୋଇ ରହିଥିଲା ହେଲେ ଏଥର କୁଶଳତା ପୂର୍ବକ ଭିନ୍ନମତ ପୋଷଣ କରୁଥିବା ଦଳମାନଙ୍କ ସମର୍ଥନ ମଧ୍ୟ  ସଂସଦର ଉଭୟ ସଦନରେ ପ୍ରାପ୍ତ ହୋଇଥିଲା । ଜନତାଙ୍କ ଭାବନାକୁ ସମର୍ଥନ ଜଣାଇ ଏ କାର୍ଯ୍ୟ ସମ୍ପନ୍ନ କରୁଥିବା ହେତୁ ଦେଶର ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ଶାସକ ଦଳ ତଥା ସଂସଦର ଉଭୟ ଗୃହରେ ଏହାକୁ ସମର୍ଥନ କରିଥିବା ରାଜନୈତିକ ଦଳ ଅଭିନନ୍ଦନର ପାତ୍ର ଅଟନ୍ତି । ଏହି ପଦକ୍ଷେପଟି ତେବେ  ଯାଇ ସଂପୂର୍ଣ୍ଣ ହୋଇ ପାରିବ ଯେତେବେଳେ ଧାରା ୩୭୦ ପାଇଁ ଅଟକି ରହିଥିବା ନ୍ୟାୟ ସମ୍ମତ କାର୍ଯ୍ୟଗୁଡିକ ସମ୍ପୂର୍ଣ୍ଣହେବ ଏବଂ ଏହାର ପ୍ରଭାବ ଯୋଗୁଁ ହୋଇ ଆସିଥିବା ଅନ୍ୟାୟର ପରିସମାପ୍ତି ହେବ । ଏଠାରୁ ଅନ୍ୟାୟ ପୂର୍ଣ୍ଣ ଭାବରେ ବିତାଡିତ ହୋଇଥିବା ଆମ କାଶ୍ମୀର ପଣ୍ଡିତମାନଙ୍କ ପୁର୍ନବାସ , ସେମାନଙ୍କ ନିର୍ଭୟ, ସୁରକ୍ଷିତ, ଦେଶଭକ୍ତ ଏବଂ ହିନ୍ଦୁ ହୋଇ ବଞ୍ôଚ ପାରିବା ସ୍ଥିତି ଆସିଲେ ଯାଇ ଏହା ସଂପୂର୍ଣ୍ଣ ବୋଲି କୁହାଯିବ । କାଶ୍ମୀରର ଅଧିବାସୀମାନଙ୍କୁ ଏପର୍ଯ୍ୟନ୍ତ ସେମାନେ ବଞ୍ôଚତ ହୋଇ ରହିଥିବା ତାଙ୍କ ଅଧିକାର ମିଳିବା ଦରକାର । ଏଥି ସହିତ ୩୭୦ ଧାରା ହଟାଯିବା ପରେ କାଶ୍ମୀର ଉପତ୍ୟକାରେ ରହୁଥିବା ବନ୍ଧୁମାନଙ୍କ ମନରୁ ତାଙ୍କ ଜମି, ଚାକିରୀ ଉପରେ ପଡିବାକୁ ଥିବା ଭୁଲ ଧାରଣା ଗୁଡିକ ମଧ୍ୟ ଦୁର କରିବାକୁ  ହେବ । ଏହା ହେଲେ ଯାଇ ସେମାନେ ଅବଶିଷ୍ଟ ଭାରତ ସହିତ ଏକମନ ଏକପ୍ରାଣ ହୋଇ ଦେଶର ବିକାଶରେ ନିଜର ଦାୟିତ୍ୱ ବୋଧ ସମାନ ଭାବରେ ତୁଲାଇ ପାରବେ ।
                                ସେପ୍ଟେମ୍ବର ମାସରେ ଆମ ବୈଜ୍ଞାନିକମାନେ ସଂପୂର୍ଣ୍ଣ ବିଶ୍ୱର  ବୈଜ୍ଞାନିକ ସମୁଦାୟର ଧ୍ୟାନ ଆକର୍ଷଣ କରି ତାଙ୍କର ପ୍ରଶଂସା ଓ ସହାନୁଭୂତି ପ୍ରାପ୍ତ କରିଥିଲେ । ଆମର ବୈଜ୍ଞାନିକ ମାନେ ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ନିଜର ଚନ୍ଦ୍ର ଯାନ ‘ବିକ୍ରମ’କୁ ଅବତରିତ କରିଥିଲେ । ଯଦିଓ ଏହା ଆଶାନୁରୂପ ସଫଳତା ଲାଭ କରି ପାରିନଥିଲା ତଥାପି ନିଜର ପ୍ରଥମ ଚେଷ୍ଟାରେ ଏ ପର୍ଯ୍ୟନ୍ତ ପୃଥିବୀର ଅନ୍ୟ କୌଣସି ଦେଶ ଯାହା ହାସଲ କରି ପାରି ନହାଁନ୍ତି ସେତିକି ସଫଳତା ହାସଲ କରି ଆମ ବୈଜ୍ଞାନିକମାନେ  ଦେଶର ସୁନାମ ଅର୍ଜନ କରିଛନ୍ତି ।  ଆମ ଦେଶର ବୌଦ୍ଧିକ ପ୍ରତିଭା, ବୈଜ୍ଞାନିକ ମନୋଭାବ ତଥା ନିଆଯାଇଥିବା ସଂକଳ୍ପକୁ ପରିଶ୍ରମ ପୂର୍ବକ  ସଂପୂର୍ଣ୍ଣ କରିବାର ନିଷ୍ଠା ଆମ ବୈଜ୍ଞାନିକଙ୍କର ପରାକ୍ରମକୁ ସମଗ୍ର ବିଶ୍ୱରେ ପ୍ରତିସ୍ଥାପିତ କରିପାରଛି । ଜନସାଧାରଣଙ୍କ ପରିପକ୍ୱ ବୁଦ୍ଧି, ଦେଶରେ ଜାଗ୍ରତ ସ୍ୱାଭିମାନ, ଶାସନତନ୍ତ୍ରରେ  ପରିଲକ୍ଷିତ ଦୃଢ ସଂକଳ୍ପ ଏବଂ ବୈଜ୍ଞାନିକମାନଙ୍କ ସାମର୍ଥ୍ୟର ଏହି ସୁଖଦ ଅନୁଭବ ଗୁଡିକ ଯୋଗୁଁ ବିଗତ ବର୍ଷଟି ଆମ ପାଇଁ ସ୍ମରଣୀୟ ହୋଇ ରହିବ ।
                   କିନ୍ତୁ ଏହି ସୁଖଦ ବାତାବରଣରେ ମଜ୍ଜି ଯାଇ ଆଳସ୍ୟ ଆଚରଣ କରି ଆମେ ନିଜର ତତ୍ପରତା ଓ ସଜାଗତାକୁ ଭୁଲାଇ ଦେଇ ସବୁକିଛି  ପ୍ରଶାସନ ଉପରେ ଛାଡି ଦେଇ ନିଷ୍କ୍ରିୟ ହୋଇ ବିଳାସତା ଏବଂ ସ୍ୱାର୍ଥ ସିଦ୍ଧିରେ ନିମଗ୍ନ ହୋଇ ଯିବାର ଏହା  ସମୟ ନୁହେଁ । ଯୋଉ ଦିଗରେ ଆମେ ଅଗ୍ରସର ହେବା ଆରମ୍ଭ କରିଛନ୍ତି, ସେହି ପରମବୈଭବ ପୂର୍ଣ୍ଣ ଭାରତର ଅନ୍ତିମ ଲକ୍ଷ୍ୟ  ଏବେ ମଧ୍ୟ ବହୁ ଦୂରରେ । ଏହା ମାର୍ଗରେ ବହୁ ବାଧାବିଘ୍ନ ଆସୁଛି ଏବଂ ଆମକୁ ଅଗ୍ରସର ନହେବାକୁ ଦେବା ଚାହୁଁଥିବା ଶକ୍ତିମାନଙ୍କ କ୍ରିୟାକଳାପ ବର୍ତ୍ତମାନ ମଧ୍ୟ ଚାଲୁ ରହିଛି । ଆମ ସମ୍ମୁଖରେ ଆଗତ ସଂକଟର ସମାଧାନ ଆମକୁ ହିଁ କରିବାକୁ ହେବ । ଏଭଳି ଅନେକ କିଛି  ପ୍ରଶ୍ନ ରହିଛି  ଯାହାର ଉତ୍ତର ଆମକୁ ହିଁ ଦେବାକୁ ହେବ । ଏଭଳି ସମସ୍ୟାମାନ ରହିଛି ଯାହାର ସମାଧାନ କରିବାକୁ ହେବ । \n ସୌଭାଗ୍ୟର ବିଷୟ ଯେ, ଆମ ଦେଶର ସୁରକ୍ଷା, ସାମର୍ଥ୍ୟ ଆମ ସୈନ୍ୟବାହୀନିର ପ୍ରସ୍ତୁତି, ଆମ ସରକାରଙ୍କ ସୁରକ୍ଷାନୀତି ତଥା ଅନ୍ତର୍ଜାତୀୟ ରାଜନୈତିକ ପରିଦୃଶ୍ୟରେ ଆମର ବର୍ତ୍ତମାନ ସଫଳତା କୁ ଦେଖିଲେ ମନେ ହୁଏ ଯେ, ଏ ଦିଗରେ ଆମେ ସଜାଗ ରହିଛୁ ଏବଂ ଏହା  ଆମ ପାଇଁ ଆଶ୍ୱସ୍ତିର କାରଣ । ଆମର ସ୍ଥଳ ଭାଗ, ଜଳଭାଗ ସୀମାରେ  ସୁରକ୍ଷା ସତର୍କତା ପୂର୍ବାପେକ୍ଷା ବୃଦ୍ଧି ପାଇଛି । କେବଳ ସ୍ଥଳ ଭାଗରେ ସୁରକ୍ଷା ପ୍ରସ୍ତୁତି ବଢାଇଦେଲେ ହେବ ନାହିଁ, ଜଳଭାଗ ବିଶେଷକରି ଦ୍ୱୀପ ମାନଙ୍କରେ ମଧ୍ୟ ସୁରକ୍ଷା ଏବଂ ସତର୍କତା ବଢାଇବାକୁ ହେବ । ବର୍ତ୍ତମାନ ଦେଶ ଭିତରେ ଉଗ୍ରବାଦୀ କାର୍ଯ୍ୟକଳାପ ହ୍ରାସ ପାଇଛି । ଉଗ୍ରବାଦୀଙ୍କ ଆତ୍ମ ସମର୍ପଣ ଘଟଣା ମଧ୍ୟ ବଢିଛି । \n ବ୍ୟକ୍ତି ହୁଅନ୍ତୁ ଅଥବା ବିଶ୍ୱ ହେଉ ସଂକଟ ପୂର୍ଣ୍ଣ ପରିସ୍ଥିତି ସର୍ବଦା ରହିଥାଏ । କିଛି ସଂକଟ ଦୃଶ୍ୟମାନ ହୁଏ ଏବଂ ଅନ୍ୟ କିଛି ସମୟ ବ୍ୟତିତ ହେଲାପରେ ସାମନାକୁ ଆସିଥାଏ । ନିଜ ଶରୀର, ମନ, ବୁଦ୍ଧି ଯେତିକି ସଜାଗ, ସୁସ୍ଥ ଓ ପ୍ରତିକାରକ୍ଷମ ହୋଇଥାଏ  ଏଭଳି  ସଂକଟରୁ ବର୍ତ୍ତିଯିବାର ସମ୍ଭାବନା ସେତିକି ବଢିଥାଏ । ହେଲେ ମନୁଷ୍ୟ ମନ ମଧ୍ୟରେ ସଂକଟ ଉତ୍ପନ ହେବାର ଭୟ ସଦା ସର୍ବଦା ଲାଗି ରହିଥାଏ । ଅନେକ ସଂକଟ ଉତ୍ପନ୍ନକାରୀ ତତ୍ତ୍ୱ ଆମ ଶରୀର ମଧ୍ୟରେ ହିଁ ନିବାସ କରିଥାନ୍ତି । ଶରୀର ମଧ୍ୟରେ ରୋଗ ପ୍ରତିଶେଧକ ଶକ୍ତି କମ୍ ହେଲେ ଏମାନଙ୍କର ପ୍ରଭାବ ଦୃଶ୍ୟମାନ ହୁଏ ଅନ୍ୟଥା  ଏମାନଙ୍କ ଉପଦ୍ରବ ବଢିନଥାଏ । \n ଆମେ ସମସ୍ତେ ଜାଣୁ ଯେ ବିଗତ କିଛି ବର୍ଷ ମଧ୍ୟରେ ଭାରତର ଚିନ୍ତାଧାରାରେ ଏକ ପରିବର୍ତ୍ତନ ଦୃଷ୍ଟି ଗୋଚର ହୋଇଛି । ଏହାକୁ ପସନ୍ଦ କରୁ ନଥିବା କିଛି ଶକ୍ତି  ଭାରତ ଏବଂ ବିଦେଶରେ  ରହିଛନ୍ତି । ଭାରତକୁ ଅଗ୍ରସର ହେବା ଦେଖି ଯାହାଙ୍କ ସ୍ୱାର୍ଥରେ ବାଧା ଉତ୍ପନ୍ନ ହୁଏ ଏବଂ ଭୟ ସୃଷ୍ଟି କରେ ସେଭଳି ଶକ୍ତିମାନେ ଭାରତକୁ ଶକ୍ତିଶାଳୀ ହେବା ଦେଖିବାକୁ ଚାହାଁନ୍ତି ନାହିଁ । ଦୁର୍ଭାଗ୍ୟର କଥା ଯେ, ଭାରତର ସମାଜରେ ଏକାତ୍ମତା, ସମତା, ସମରସତା ସେଭଳି ସ୍ଥିତି ରେ ନାହିଁ  ଯାହା ହେବା ଦରକାର  ।   ଏହାର ଲାଭ ଉଠାଉଛନ୍ତି ଏଭଳି ଶକ୍ତିମାନେ । ଆମର ବିବିଧତା, ଜାତି, ପନ୍ଥ, ଭାଷା, ପ୍ରାନ୍ତ ଆଦି ବିଭିନ୍ନ ବିଷୟକୁ ନେଇ ଆମକୁ ଅଲଗା କରିବା, ପୂର୍ବରୁ ଚାଲି ଆସିଥିବା ଭେଦଭାବକୁ ଆହୁରି ବଢାଇ ନିଜ ନିଜ ମଧ୍ୟରେ ବୈମନଷ୍ୟ ଉତ୍ପନ୍ନକରିବା , ମନଇଛା କୃତ୍ରିମ ପରିଚୟ ଉତ୍ପନ୍ନ ପୂର୍ବକ ଏହି ଦେଶର ଏକ ସାମାଜିକ ଧାରାକୁ ଅଲଗା ଅଲଗା ବିରୋଧି ପ୍ରବାହ କରିବାର ପ୍ରଚେଷ୍ଟା ଚାଲୁ ରହିଛି । ଏଥିନିମନ୍ତେ ଆମକୁ ସଜାଗତା ପୁର୍ବକ ଏହି କୁଚକ୍ରୀମାନଙ୍କୁ ଚିହ୍ନିବାକୁ ହେବ । ସାମାଜିକ ଓ ବୌଦ୍ଧିକସ୍ତରରେ ଏହାର ପ୍ରତିକାର ଖୋଜିବାକୁ ହେବ । ଏଭଳି ଶକ୍ତି ଗୁଡିକ ଦ୍ୱାରା ଶାସନ ଏବଂ ପ୍ରଶାସନରେ କାର୍ଯ୍ୟରତ ଶକ୍ତି, ସଦ୍ଭାବନା ପୂର୍ବକ ପ୍ରଚଳିତ ନୀତି, ଦିଆଯାଇଥିବା ବ୍ୟକ୍ତବ୍ୟ ଏବଂ ନିର୍ଣ୍ଣୟକୁ ମଧ୍ୟ ଭୁଲ ଅର୍ଥରେ ଭ୍ରମାତ୍ମକ ଭାବରେ ପ୍ରସ୍ତୁତ କରିବାର ଘୃଣିତ ଚେଷ୍ଟା ଚାଲୁ ରହିଛି । ଏଥି ନିମନ୍ତେ ସଦା ସର୍ବଦା ସାବଧାନ ରହିବାର ଆବଶ୍ୟକତା ରହିଛି । ଏ ସମସ୍ତ ଗତିବିଧି ଦ୍ୱାରା ଦେଶର ଆଇନ୍ ବ୍ୟବସ୍ଥା, ନାଗରିକ ଅନୁଶାସନ ପ୍ରତି ବିତୃଷ୍ଣାଭାବ ଉତ୍ପନ୍ନ କରିବାର ନିହିତ ଉଦ୍ଦେଶ୍ୟ ପୂର୍ବକ ଚାଲିଥିବା ଚେଷ୍ଟାକୁ ପ୍ରତି ସ୍ତରରେ ପ୍ରତିହତ କରିବାକୁ ହେବ । \n ଆଜିକାଲି ଆମ ସମାଜର ଗୋଟିଏ ବର୍ଗ ଦ୍ୱାରା ଅନ୍ୟ ବର୍ଗ ଉପରେ ଆକ୍ରମଣ କରି ତାକୁ ଭିଡ ହିଂସାର ଚିତ୍ରଣ କରି ଅନେକ ଖବର ପ୍ରକାଶିତ ହେଉଛି । ଏଭଳି ଘଟଣା କେବଳ ନିର୍ଦ୍ଦିଷ୍ଟ ସମୁଦାୟଦ୍ୱାରା ନୁହେଁ ବରଂ ଦୁଇପକ୍ଷରୁ ଚାଲିଛି, ଆରୋପ ପ୍ରତ୍ୟାରୋପ ମଧ୍ୟ ଜାରି ରହିଛି ।  ଏଭଳି କିଛି ଘଟଣା ଜାଣି ବୁଝି କରାଯାଇଛି ଏବଂ କିଛି ଘଟଣା ବିକୃତ ରୂପରେ ପ୍ରକାଶିତ ହୋଇଛି । ହେଲେ ଆଇନ୍ ଓ ବ୍ୟବସ୍ଥାର ସୀମା ଉଲ୍ଲଘନ ପୂର୍ବକ ଏ ହିଂସା ପ୍ରବୃତ୍ତି ଯେ, ସମାଜରେ ପରସ୍ପର ସମ୍ବନ୍ଧକୁ ନଷ୍ଟ କରୁଛି ଏକଥା ଆମକୁ ସ୍ୱୀକାର କରିବାକୁ ହେବ । ଏଭଳି ପ୍ରକୃତି ଆମ ଦେଶର ପରମ୍ପରା ନୁହେଁ ଏବଂ ସମ୍ବିଧାନରେ ମଧ୍ୟ ଏଭଳି ବ୍ୟବସ୍ଥା ନାହିଁ । ମତଭେଦ ଯାହା ହେଉନା କାହିଁକି ଆଇନ୍ କାନୁନ ଓ ସମ୍ବିଧାନର ମର୍ଯ୍ୟାଦା ମଧ୍ୟରେ ରହି ପୋଲିସ ଓ ସୁରକ୍ଷା ବାହିନୀଙ୍କୁ ଏଭଳି ଘଟଣାର ସମାଧାନ ଦାୟିତ୍ୱ ଦେବା ଉଚିତ । ପୋଲିସକୁ ଉତ୍ତରଦାୟିତ୍ୱ ଦେଇ ନ୍ୟାୟ ପ୍ରଣାଳୀ ଉପରେ ଆମକୁ ବିଶ୍ୱାସ ରଖି ଆଗେଇବାକୁ ହେବ । ଏହା ହିଁ ହେଉଛି  ସ୍ୱାଧୀନଦେଶର ନାଗରିକମାନଙ୍କର କର୍ତ୍ତବ୍ୟ । ଏଭଳି ଘଟଣାରେ ସଂଲିପ୍ତ ବ୍ୟକ୍ତି ବିଶେଷଙ୍କୁ ସଂଘ କେବେ ହେଲେ ସମର୍ଥନ କରେ ନାହିଁ । ସଂଘ ଏଭଳି ପ୍ରତ୍ୟେକ ଘଟଣାର ବିରୋଧରେ ଛିଡା ହୋଇ ଆସିଛି । ଆମ ସ୍ୱୟଂସେବକମାନେ  ସଦାସର୍ବଦା ଚେଷ୍ଟାରତ ଯେ, ଏଭଳି ଘଟଣା ନ ଘଟୁ । ଏଭଳି ଘଟଣାର ପରମ୍ପରା ଭାରତର ପରମ୍ପରା ନୁହେଁ, ମବ ଲିଂଚିଂ ଭଳି ଶବ୍ଦ ପ୍ରୟୋଗ କରି ସମଗ୍ର ଦେଶ ଏବଂ ହିନ୍ଦୁ ଙ୍କୁ ସର୍ବତ୍ର ନିନ୍ଦିତ କରିବାର ଚେଷ୍ଟା, ଦେଶର ତଥାକଥିତ ଅଳ୍ପସଂଖ୍ୟକ ସମୁଦାୟ ମଧ୍ୟରେ ଭୟ ଉତ୍ପନ୍ନ କରିବାର ଚେଷ୍ଟା ଏକ ଷଡଯନ୍ତ୍ର  ଭଳି ଜାରି ରହିଛି । ଏହା ଆମକୁ ଭଲ ଭାବେ ବୁଝିବାକୁ ହେବ ଏବଂ ଉତ୍ତେଜିତ କଲାଭଳି ଭାଷା  ତଥା  ସାହିତ୍ୟ ଠାରୁ ଦୂରେଇ ରହିବାକୁ ହେବ । ଏକ ସମୁଦାୟ ବିଶିଷ୍ଟ ଲୋକଙ୍କ ହିତ ରକ୍ଷା ନିମନ୍ତେ ଓକିଲାତି କରି ସମାଜକୁ ନିଜ ମଧ୍ୟରେ ଲଢେଇବାର ଚେଷ୍ଟା କରି ରାଜନୈତିକ ସ୍ୱାର୍ଥ ହାସଲ କରୁଥିବା ତଥାକଥିତ ନେତାମାନଙ୍କୁ ଆମେ ପ୍ରଶୟ ଦେବା ନାହିଁ । ଏଭଳି ଘଟଣା ଗୁଡିକୁ ଦୃଢ ହସ୍ତରେ ନିୟନ୍ତ୍ରଣ କରିବା ନିମନ୍ତେ ଆମ ଦେଶରେ କଡା ଆଇନ୍ କାନୁନ ରହିଛି । ଏହି ଆଇନ୍ କାନୁନକୁ ଦୃଢତା ଓ ପ୍ରାମାଣିକତା ସହିତ ପ୍ରୟୋଗ କରିବାକୁ ହେବ । \n ସମାଜର ବିଭିନ୍ନ ବର୍ଗକୁ ନିଜ ନିଜ  ମଧ୍ୟରେ ସଦ୍ଭାବନା, ବିଚାର-ବିମର୍ଶ ଏବଂ ସହଯୋଗ ବୃଦ୍ଧି କରିବା ପାଇଁ ଚେଷ୍ଟା କରିବା ଉଚିତ । ସମାଜର ସମୁଦାୟ ମଧ୍ୟରେ ସଦ୍ଭାବନା, ସମରସତା ଏବଂ ସହଯୋଗ ତଥା ଆଇନ୍ କାନୁନ ସମ୍ବିଧାନ ମର୍ଯ୍ୟାଦା ମଧ୍ୟରେ ରହି ନିଜର ହିତ ରକ୍ଷା ତଥା ଅଭିବ୍ୟକ୍ତିର ପରିପ୍ରକାଶ ସମୟରେ ଅନୁଶାସନ ପାଳନ କରିବା ଏସବୁ ଆଜିର ପରିସ୍ଥିତିକୁ ଦେଖି ନିତାନ୍ତ ଆବଶ୍ୟକ ମନେହୁଏ । ଏଭଳି ସମ୍ବାଦ, ସହଯୋଗକୁ ବଢାଇବାର ଚେଷ୍ଟା ସଂଘର ସ୍ୱୟଂସେବକ ସଦାସର୍ବଦା କରି ଆସିଛନ୍ତି । ଏହାସତ୍ତେ୍ୱ କିଛି ନିର୍ଣ୍ଣୟ ଅଦାଲତରୁ ହିଁ  ହେବାକୁ ରହିଥାଏ । ପ୍ରତ୍ୟେକ ନାଗରିକଙ୍କ ଏହା ହେଉଛି ଦାୟିତ୍ୱ ଯେ, ଏଭଳି ନିର୍ଣ୍ଣୟ ଯାହା ହେଉନା କାହିଁକି ତାହା ନିଜ ନିଜ ମଧ୍ୟରେ ସଦ୍ଭାବନା ଏବଂ ଅନ୍ୟକୁ କଷ୍ଟ ନହେଉ ଏଭଳି କଥା ବାର୍ତ୍ତା ଦ୍ୱାରା ହିଁ କରାଯିବା ଉଚିତ । ଏହି ଦାୟିତ୍ୱ କେବଳ ଏକ ସମୁଦାୟ ବିଶିଷ୍ଟର ନହୋଇ ସମସ୍ତଙ୍କ ଦାୟିତ୍ୱ ହେବା ଉଚିତ । ସମସ୍ତେ ଏହାକୁ ପାଳନ କରିବା ଉଚିତ ଏବଂ ଏହାର ଶୁଭାରମ୍ଭ ସେମାନେ ନିଜ ଠାରୁ କରିବା ଦରକାର । \n ବିଶ୍ୱର ଆର୍ଥିକ ଗତିବିଧିରେ ଆସିଥିବା ମାନ୍ଦାବସ୍ଥାର ପ୍ରଭାବ ସବୁଠାରେ ପଡିଥାଏ । ଆମେରିକା ଓ ଚୀନ ମଧ୍ୟରେ ଚାଲିଥିବା ଆର୍ଥିକ ପ୍ରତିସ୍ପର୍ଦ୍ଧାର ପ୍ରଭାବ ଭାରତ ସହିତ ଅନେକ ଦେଶ ଭୋଗୁଛନ୍ତି । ଏହି ପରିସ୍ଥିତିରୁ  ମୁକ୍ତିଦେବା ନିମନ୍ତେ ସରକାର ବିଗତ ଦେଢମାସ ମଧ୍ୟରେ କିଛି ଉପାୟ କରିଛନ୍ତି । ଏଥିରୁ ଦେଶର ଜନସାଧାରଣଙ୍କ ହିତ ସାଧନ ପ୍ରତି ସରକାରଙ୍କର ସମ୍ବେଦନଶୀଳ ବ୍ୟବହାର ଏବଂ ସକ୍ରିୟତାର ପରିଚୟ ମିଳୁଛି । ବର୍ତ୍ତମାନର ଏହି ତଥାକଥିତ ମାନ୍ଦାବସ୍ଥା ମଧ୍ୟରୁ ଆମେ ନିଶ୍ଚିତ ଭାବରେ ମୁକୁଳି ପାରିବା, ଆମ ଆର୍ଥିକ ଶକ୍ତି ତଥା ଶିଳ୍ପସଂସ୍ଥାମାନଙ୍କ ଠାରେ ଏଭଳି  ସାମର୍ଥ୍ୟ ରହିଛି ନିଶ୍ଚୟ । \n                ଅର୍ଥ ବ୍ୟବସ୍ଥାକୁ ଶକ୍ତି ପ୍ରଦାନ କରିବା ନିମନ୍ତେ ବିଦେଶୀ ପୁଞ୍ଜି ନିବେଶକୁ ଅନୁମତି ଦେବା ଏବଂ ଶିଳ୍ପ ସଂସ୍ଥା ଗୁଡିକର ଘରୋଇକରଣ ଭଳି ପଦକ୍ଷେପ ନେବାକୁ ସରକାର ବାଧ୍ୟ ହୋଇଛନ୍ତି । ହେଲେ ସରକାରଙ୍କ ଅନେକ ଗୁଡିଏ ଜନ କଲ୍ୟାଣ ନୀତି ଓ କାର୍ଯ୍ୟକ୍ରମକୁ ସର୍ବନିମ୍ନ ସ୍ତରରୁ ଲାଗୁ କରିବା ନିମନ୍ତେ ଅଧିକ ତତ୍ପରତା ଓ କ୍ଷମତା ତଥା ଅନାବଶ୍ୟକ ଦୃଢତା ପ୍ରଦର୍ଶନ କରାଯିବା ଠିକ୍ ନୁହେଁ ।
               ପରିସ୍ଥିତିର ଚାପରେ ଉତ୍ତର ଦେବାକୁ ଚେଷ୍ଟା କଲାବେଳେ ସ୍ୱଦେଶୀର ଭାବ ବିସ୍ମୃତ ହେଲେ ଆମର ହିଁ କ୍ଷତି ହେବ । ସ୍ୱର୍ଗୀୟ ଦତ୍ତୋପନ୍ତ ଠେଙ୍ଗୀଡିଜୀ ଦୈନନ୍ଦିନ ଜୀବନରେ ଦେଶଭକ୍ତିର ଅଭିବ୍ୟକ୍ତିକୁ ହୁଁ ସ୍ୱଦେଶୀ କହୁଥିଲେ । ସ୍ୱର୍ଗୀୟ ବିନୋବାଭାବେ ଏହାର ଅର୍ଥ ସ୍ୱାବଲମ୍ବନ ତଥା ଅହିଂସା ବୋଲି କହିଥିଲେ । ସମସ୍ତ ସ୍ତରରେ ଆତ୍ମନିର୍ଭରତା ଏବଂ ଦେଶର ସମସ୍ତ ବ୍ୟକ୍ତିଙ୍କୁ ରୋଜଗାର ଦେବାଭଳି ଶକ୍ତି ରଖୁଥିବା ଦେଶ ହିଁ ଆନ୍ତର୍ଜାତକ ବାଣିଜ୍ୟିକ ସଂପର୍କ ରଖିପାରନ୍ତି, ସଂପର୍କ ବଢାଇ ପାରନ୍ତି । ନିଜେ ସୁରକ୍ଷିତ ରହି ବିଶ୍ୱମାନବତାକୁ ମଧ୍ୟ ସୁରକ୍ଷିତ ଏବଂ ସୁସ୍ଥ ଭବିଷ୍ୟତ  ଦେଇ ପାରନ୍ତି ।  ଆମର ନିଜସ୍ୱ ଆର୍ଥିକ ପରିବେଶ ଅନୁଯାୟୀ କିଛି କଠିନ ମାର୍ଗ ଚୟନ କରିବାକୁ ପଡିଲେ ମଧ୍ୟ   ନିଜର ଲକ୍ଷ୍ୟ ଏବଂ ଦିଗକୁ ସ୍ୱ-ସମର୍ଥ ଭାବେ ପ୍ରସ୍ତୁତ କରି ଆମକୁ ବାଧ୍ୟବାଧକତାରୁ ସର୍ବଦା ପାଇଁ ବାହାରି ଆସିବାକୁ ହେବ ।
କିନ୍ତୁ ଏହିଭଳି ତତ୍କ୍ଷଣାତ ଅସୁବିଧା ଏବଂ ପୃଥିବୀରେ ଚାଲୁଥିବା ଆର୍ଥିକ ଉତ୍ଥାନ-ପତନର ପରିଣାମ ଆମ ଅର୍ଥ ବ୍ୟବସ୍ଥା ଉପରେ ସର୍ବନିମ୍ନ ପଡୁ ଏଥି ନିମନ୍ତେ ସମସ୍ୟାର ମୂଳକୁ ଯାଇ ସମାଧାନର ବିଚାର କରିବାକୁ ହେବ । ଆମକୁ ନିଜସ୍ୱ ଦୃଷ୍ଟି, ନିଜ ଆବଶ୍ୟକତାକୁ ଆଖି ଆଗରେ ରଖି, ନିଜ ଜନସାଧାରଣଙ୍କ  ସ୍ୱ-ରୂପ ଓ  ପରିବେଶକୁ ଧ୍ୟାନ ଦେଇ  ଆମର ନିଜର ସମ୍ବଳ ଏବଂ ଜନତାଙ୍କ ହିତାହିତ ବିଚାରକୁ ନେଇ, ଆମର ଆକାଂକ୍ଷାକୁ ସଫଳ କରିବା ନିମନ୍ତେ  ନିଜସ୍ୱ ଆର୍ଥିକ ଦୃଷ୍ଟି ନିର୍ମାଣ ପୂର୍ବକ ନିଜସ୍ୱ ନୀତି ନିର୍ମାଣ କରିବାକୁ ହେବ । ପୃଥିବୀରେ ପ୍ରଚଳିତ ଆର୍ଥିକ ଦୃଷ୍ଟିକୋଣ ଅନେକ ଉତ୍ତର ଦେବାରେ ଅସମର୍ଥ । ଏଗୁଡିକର ମାନଦଣ୍ଡ ମଧ୍ୟ ଅନେକାଶଂରେ ଅସମ୍ପୂର୍ଣ୍ଣ ଭଳି ଜଣାପଡେ । ଏକଥା ବିଶ୍ୱର ଅନେକ ଅର୍ଥନିତିଜ୍ଞ ମଧ୍ୟ କହୁଛନ୍ତି  । ଏଭଳି ଅବସ୍ଥାରେ ସର୍ବନିମ୍ନ ଶକ୍ତି ପ୍ରୟୋଗ କରି ଅଧିକରୁ ଅଧିକ ନିଯୁକ୍ତି ଉତ୍ପନ୍ନ କରୁଥିବା ପର୍ଯ୍ୟାବରଣ ନିମନ୍ତେ ଉପକାରକ, ଆମକୁ ପ୍ରତ୍ୟେକ କ୍ଷେତ୍ରରେ ସ୍ୱ-ନିର୍ଭର କରି ପାରୁଥିବା ଏବଂ ନିଜ ଶକ୍ତି ଆଧାରରେ ସମଗ୍ର ବିଶ୍ୱ ସହିତ ନିଜସ୍ୱ ସର୍ତ୍ତ ଅନୁସାରେ ବାଣିଜ୍ୟିକ ସମ୍ବନ୍ଧ  ନିର୍ମାଣ ଏବଂ ବୃଦ୍ଧି କରି ପାରୁଥିବା ଆର୍ଥିକ ଦୃଷ୍ଟି,ନୀତି ଏବଂ ବ୍ୟବସ୍ଥାର ନିର୍ମାଣ ଦିଗରେ ଆମକୁ ଅଗ୍ରସର ହେବାକୁ ପଡିବ ।
ଏହି ନିଜସ୍ୱ ବିଚାର ଅଙ୍ଗିକାର କରିବା ନିମନ୍ତେ ସ୍ୱାଧୀନତା ପ୍ରାପ୍ତିର ଏତେ ବର୍ଷ ବ୍ୟତୀତ ହେଲା ପରେ ମଧ୍ୟ ଆମେ ପଛୁଆ ରହିଗଲେ । ଏହାର ମୂଳରେ ରହିଛି ଆମକୁ ଯୋଜନା ପୂର୍ବକ ଗୋଲାମ କରି ରଖିବାର ଶିକ୍ଷା, ଯାହା ପରାଧୀନତା କାଳରେ ଭାରତରେ ପ୍ରଚଳିତ ହୋଇଥିଲା, ତଥା ସ୍ୱାଧୀନତା ପ୍ରାପ୍ତି ପରେ ମଧ୍ୟ ଆମେ ତାକୁ ଜାରି ରଖିଛନ୍ତି, ତାହାହିଁ ହେଉଛି ମୁଳ କାରଣ । ଭାରତୀୟ ଦୃଷ୍ଟି କୋଣ ନେଇ ଆମକୁ ନୂତନ ଶିକ୍ଷାନୀତି ନିର୍ମାଣ କରିବାକୁ ହେବ । ଆମେ ଯେତେବେଳେ  ବିଶ୍ୱର ଶିକ୍ଷାକ୍ଷେତ୍ରରେ ଉକୃଷ୍ଟ ରାଷ୍ଟ୍ରଙ୍କ ଶିକ୍ଷା ପଦ୍ଧତି ଅନୁଧ୍ୟାନ କରୁ ସେତେ ବେଳେ ଜଣାପଡେ ଯେ ସ୍ୱ-ଆଧାରୀତ ଶିକ୍ଷା ହିଁ  ଏ ଦେଶମାନଙ୍କର ଶୈକ୍ଷିକ ଉନ୍ନତିର କାରଣ । ସ୍ୱ-ଭାଷା,ସ୍ୱ-ଭୂଷା, ସ୍ୱ-ସଂସ୍କୃତିର ସମ୍ୟକ ପରିଚୟ ତଥା ତାକୁ ନେଇ ଗୌରବାନ୍ୱିତ ହେବାର କାଳ ସୁ-ସଙ୍ଗତ, ତର୍କ-ଶୁଦ୍ଧ, ସତ୍ୟ-ନିଷ୍ଠା, କର୍ତ୍ତବ୍ୟବୋଧ ତଥା  ସମଗ୍ର ବିଶ୍ୱ ପ୍ରତି ଆତ୍ମୀୟତାର ଦୃଷ୍ଟିକୋଣ ଏବଂ ସମଗ୍ର ଜୀବପ୍ରତି କରୁଣାର ଭାବନା ପ୍ରଦାନ କରୁଥିବା ଶିକ୍ଷା ପଦ୍ଧତି ଆମକୁ ଦରକାର । ପାଠ୍ୟକ୍ରମ ଠାରୁ ନେଇ ଶିକ୍ଷକମାନଙ୍କର ପ୍ରଶିକ୍ଷଣ ପର୍ଯ୍ୟନ୍ତ ସମସ୍ତ ପ୍ରଣାଳୀରେ ଆମୂଳଚୁଳ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି । କେବଳ ଢାଞ୍ଚାଗତ ପବିବର୍ତ୍ତନ କଲେ କାମ ଚଳିବ ନାହିଁ ।
ଶିକ୍ଷା ବିଷୟରେ ତଥ୍ୟର ଅଭାବ ସହିତ ଆମ ଦେଶରେ ପରିବାର ମଧ୍ୟରେ ଥିବା ସଂସ୍କାରର କ୍ଷରଣ ଏବଂ ସାମାଜିକ ଜୀବନରେ ମୂଲ୍ୟନିଷ୍ଠାହୀନ ଆଚରଣ  ଏହା ହିଁ ସମାଜିକ ଜୀବନରେ ସମସ୍ୟା ଉତ୍ପନ୍ନ କରିବାର  ଦୁଇଟି ବଡ କାରଣ ଭଳି ଜଣାପଡେ । ଯେଉଁ ଦେଶରେ ମାତୃବତ୍ ପରଦାରେଷୁର ଭାବନା ଥିଲା, ମହିଳାମାନଙ୍କ ସମ୍ମାନ ରକ୍ଷା ନିମନ୍ତେ ରାମାୟଣ / ମହାଭାରତ ଭଳି ମହାକାବ୍ୟ ନିର୍ମାଣର ବିଷୟବସ୍ତୁ ହୋଇଥିବା ଭୀଷଣ ସଂଗ୍ରାମରୁ ହୋଇଥିଲା, ନିଜର ସମ୍ମାନ ରକ୍ଷା ନିମନ୍ତେ ଜୌହର ଭଳି ବଳିଦାନ ପ୍ରଥା ଥିଲା ସେହି ଦେଶରେ ଆଜି ଆମର ମାଆ ଭଉଣୀମାନେ ସମାଜ କିମ୍ବା ପରିବାରରେ ଯେ ସୁରକ୍ଷିତ ଏଭଳି ସଂକେତ ପ୍ରଦାନ କରୁଥିବା ଘଟଣା କମି କମି ଯାଉଛି ।  ଏହା ଆମ ସମସ୍ତଙ୍କୁ  ଲଜ୍ୟା ଅନୁଭୂତ କରାଉଥିବା ଭଳି ବିଷୟ ।  ଆମକୁ ଏହି ମାତୃଶକ୍ତିଙ୍କୁ ପ୍ରବୃଦ୍ଧ, ସ୍ୱାବଲମ୍ବକ୍ଷମ, ସ୍ୱ-ରକ୍ଷଣକ୍ଷମ ଭାବେ ଗଢିତୋଳିବାକୁ ହେବ । ମହିଳାଙ୍କ ପ୍ରତି  ପୁରଷଙ୍କ ଦୃଷ୍ଟିକୋଣରେ  ଆମ ସାଂସ୍କୃତିର ପବିତ୍ରତା ଓ ଶାଳୀନତାର ସଂସ୍କାର ଆଣିବାକୁ ହେବ । ବାଲ୍ୟବସ୍ଥାରୁ ହିଁ  ଘରୋଇ ବାତାବରଣରେ ଏହି ପ୍ରଶିକ୍ଷଣ ପ୍ରାରମ୍ଭ ହୋଇଥାଏ । ଆମେ ଏହାଜାଣୁ । ହେଲେ ଆଜି କାଲିର ଅଣୁ ପରିବାରରେ ଏହାର ଘୋର ଅଭାବ ଦେଖିବାକୁ ମିଳେ ।  ଏହାର ଆଉ ଏକ ଭୟଙ୍କର ଲକ୍ଷଣ ହେଉଛି ଆମର ନୂତନ ପୀଢିରେ  ନିଶାଦ୍ରବ୍ୟର ବଢୁଥିବା ବ୍ୟବହାର । ଏକଦା ବିଦେଶୀଶକ୍ତି ଗୁଡିକ  ଚୀନ ଭଳି ସାଂସ୍କୃତିକ ସମ୍ପନ୍ନ ରାଷ୍ଟ୍ରର ଯୁବ ସମାଜକୁ ବ୍ୟସନଯୁକ୍ତ କରି  ଏହାକୁ ଶକ୍ତିହୀନ କରିଦେଇଥିଲେ । ଏହିଭଳି ବ୍ୟସନର ମୋହଫାଶରୁ ନିର୍ଲ୍ଲିପ୍ତ ରହିବା, ସୁଶୀଳତା ପ୍ରତି ଆସକ୍ତି,ମୋହବଶ ନହୋଇ ଏଭଳି ବିପଦଠୁ ଦୁରେଇ ରହିବାର ଦୃଢ ମାନସିକତା ଘରୋଇ ପରିବେଶରେ ନିର୍ମିତ ନହେଲେ  ବ୍ୟସନର କୁପ୍ରଭାବକୁ ରୋକି ପାରିବା କଠିନ ହୋଇ ପଡିବ । ଏଦୃଷ୍ଟିରୁ ସଂଘର ସ୍ୱୟଂସେବକମାନଙ୍କ ସହିତ ସମସ୍ତ ଅଭିଭାବକମାନଙ୍କୁ ମଧ୍ୟ ସଜାଗ  ଓ ସକ୍ରିୟ ରହିବାର ଆବଶ୍ୟକତା ରହିଛି । \n ସମାଜରେ ସର୍ବତ୍ର ଅନୁଭୂତ ହଉଥିବା ଆର୍ଥିକ ଓ ଚାରିତ୍ରିକ ଭ୍ରଷ୍ଟ ଆଚରଣର ମୁଳରେ ମଧ୍ୟ  ଏହି ସଂସ୍କାରହୀନ କାରଣ ରହିଥିବା ଜଣାପଡେ । ସମୟ ସମୟରେ ଏହାକୁ ନିୟନ୍ତ୍ରିତ କରିବା ନିମନ୍ତେ ଆଇନ୍ କାନୁନ ପ୍ରଣୟନ ହୋଇଥାଏ, କିଛି ଭ୍ରଷ୍ଟାଚାରୀଙ୍କୁ କଠୋର ଦଣ୍ଡ ମଧ୍ୟ ଦିଆଯାଏ ଏଭଳି ଉଦାହରଣ ମଧ୍ୟ ରହିଛି । ହେଲେ  ଉପରସ୍ତରରେ ଦୃଶ୍ୟମାନ ହେଉଥିବା ଏହି ସ୍ୱଚ୍ଛତାର ଆବରଣ ତଳେ  ସାମନ୍ୟସ୍ତରରେ କିନ୍ତୁ ଦୁର୍ନୀତି ଚାଲୁ ରହିଥାଏ । ଅନେକ ସ୍ଥାନରେ ଏହି ଉପାୟକୁ ଆଶ୍ରୟକରି ଦୁର୍ନୀତି ବଢିଥାଏ । ଏଥିନିମନ୍ତେ ପ୍ରାମାଣିକ ବ୍ୟକ୍ତିମାନେ ଏହି କଠୋର ଆଇନ୍ କାନୁନ୍ ପାଳନ କରିବାକୁ ଯାଇ ଅନେକ କଠିନ ପରିସ୍ଥିତିର ସାମନା କରିଥାନ୍ତି  ଏବଂ ଆଇନ୍ କାନୁନ୍ ପ୍ରତି ଖାତିର ନଥିବା  ନିର୍ଲ୍ଲଜ ଓ ଦୁଷ୍ଟଭାବସମ୍ପନ୍ନ ବ୍ୟକ୍ତିମାନେ ଏହି ବ୍ୟବସ୍ଥାକୁ ଚକ୍ମା ଦେଇ ନିଜର ପ୍ରଭାବ ବିସ୍ତାର କରିଚାଲିଥାନ୍ତି । ଏହାକୁ ରୋକିବା କେବଳ ସରକାରଙ୍କ କର୍ତ୍ତବ୍ୟ ନୁହଁ । ବିନା ଶ୍ରମରେ  କିମ୍ବା କମ୍ ଶ୍ରମ ଏବଂ ଅଧିକାର ଠାରୁ ଅଧିକ ପାଇବାର ଲାଳସା କୁସଂସ୍କାରର ରୂପ ନେଇ ଆମ ମନରେ ବସା ବାନ୍ଧି ସାରିଛି । ଏହାହିଁ ଏଭଳି ଭ୍ରଷ୍ଟ ଆଚରଣର ମୂଳ କାରଣ । ସାମାଜିକ ବାତାବରଣରେ ନିଜ ଘରେ ଏଭଳି ଆଚରଣ ଅବଲମ୍ବନ କରି ପରିସ୍ଥିତିକୁ ବଦଳାଇବା ଦେଶର ସ୍ୱାର୍ଥ ଓ ସୁବ୍ୟବସ୍ଥା ନିମନ୍ତେ ଏକ ଅନିବାର୍ଯ୍ୟ କର୍ତ୍ତବ୍ୟ । \n ସମାଜରେ ପ୍ରବୋଧନ ତଥା ବାତାବରଣ ନିର୍ମାଣ କରିବାରେ ଗଣମାଧ୍ୟମର ଭୂମିକା ଅନେକ ରହିଛି । ବ୍ୟବସାୟିକ ଦୃଷ୍ଟିକୋଣରୁ କେବଳ  ମସଲାଯୁକ୍ତ ଏବଂ ହଟଚମଟକାରୀ ବିଷୟକୁ ଆଲୋଚନା କରିବାର ମୋହଛାଡି ଏହି ବାତାବରଣର ନିର୍ମାଣରେ ଆମେ ଜଡିତ ହୋଇ ପାରିଲେ ଏ କାର୍ଯ୍ୟଟି ଆହୁରି ଗତିରେ ଆଗେଇ ପାରିବ । ନିଜ ସମାଜର  ବାତାବରଣକୁ ସୁସ୍ଥ ରଖିବା ନିମନ୍ତେ ଏଭଳି ଚିନ୍ତାକରିବାର ଆବଶ୍ୟକତା ରହିଛି ।
ସେହିଭଳି ସଂପୂର୍ଣ୍ଣ ବିଶ୍ୱରେ ବାହ୍ୟ ପର୍ଯ୍ୟାବରଣ ସମସ୍ୟା ମାନବ ସମାଜର ହସ୍ତକ୍ଷେପ ଆବଶ୍ୟକ କରେ । ପର୍ଯ୍ୟାବରଣକୁ ସୁସ୍ଥ ରଖିବା ନିମନ୍ତେ ନୀତିଗତ ଉପାୟକୁ ନେଇ ସମସ୍ତ ଦେଶ ଗୁଡିକ ନିଜ ପର୍ଯ୍ୟାବରଣନୀତିରେ ଉଚିତ ଓ ସମନ୍ୱିତ ପରିବର୍ତ୍ତନ ଆଣିବା ଦରକାର । ହେଲେ ଜନସାଧାରଣଙ୍କର ନିତ୍ୟବ୍ୟବହାରରେ ଛୋଟ ଛୋଟ ପରିବର୍ତ୍ତନ ଆଣି ପାରିଲେ ଏ ଦିଗରେ ଉତ୍ତମ ପରିଣାମ ମିଳି ପାରିବ । ସଂଘର ସ୍ୱୟଂସେବକମାନେ ଏ କ୍ଷେତ୍ରରେ ଏଭଳି ଅନେକ କାର୍ଯ୍ୟ ବହୁ ପୂର୍ବରୁ କରୁଛନ୍ତି । ତାଙ୍କର ଏହି ପ୍ରଚେଷ୍ଟାକୁ ସୁ-ବ୍ୟବସ୍ଥିତ ରୂପ ଦେଇ ସମାଜର ଗତିବିଧିକୁ ଆଗେଇ ନେବାର କାର୍ଯ୍ୟ ପର୍ଯ୍ୟାବରଣ ଗତିବିଧି ନାମରେ ଆରମ୍ଭ ହୋଇଛି ।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଗତ ନବେ ବର୍ଷଧରି ସମାଜରେ ଏକାତ୍ମତା ଓ ସଦ୍ଭାବନା, ସଦାଚାର ଓ ସଦ୍ବ୍ୟବହାର ତଥା ରାଷ୍ଟ୍ରପ୍ରତି ଏକ ସ୍ପଷ୍ଟ ଦୃଷ୍ଟି ଏବଂ ଭକ୍ତି ଭାବନା ସୃଷ୍ଟି କରିବାର କାର୍ଯ୍ୟ କରି ଆସୁଛି । ସଂଘର ସ୍ୱୟଂସେବକମାନଙ୍କ ସେବାଭାବ ଓ ସମର୍ପଣ ବିଷୟରେ ସମଗ୍ର ଦେଶରେ ଏକ ଆସ୍ଥାର ଭାବନା ଉତ୍ପନ୍ନ ହୋଇଛି ଏଭଳି ଅନୁଭୂତ ହୁଏ । ହେଲେ ଏବେ ମଧ୍ୟ ସଂଘ ସଂପର୍କରେ ଆସି ନଥିବା ବ୍ୟକ୍ତି ବିଶେଷଙ୍କ  ମନରେ ସଂଘପ୍ରତି ଅବିଶ୍ୱାସ, ଭୟ ଓ ଶତ୍ରୁତାର ଭାବନା ଉତ୍ପନ୍ନ ହେଉ ଏଭଳି ଚେଷ୍ଟା ଚାଲୁ ରହିଛି । ସଂଘ ଯେ, କେବଳ ହିନ୍ଦୁ ସମାଜର ସଂଗଠନ କରେ ଏ ଅର୍ଥ ନେଇ ନିଜକୁ ହିନ୍ଦୁ କହୁ ନଥିବା ବର୍ଗ ବିଶେଷକରି ମୁସଲମାନ ଓ ଖ୍ରୀଷ୍ଟିଆନମାନଙ୍କ ପ୍ରତି ଏହା ଯେ ଶତ୍ରୁତାର ଭାବନା ରଖେ ଏଭଳି ନିତାନ୍ତ ଅସତ୍ୟ ଓ ମିଥ୍ୟା ପ୍ରଚାର ଚାଲୁ ରହିଛି । ହିନ୍ଦୁ ସମାଜ, ହିନ୍ଦୁତ୍ୱ ଏ ବିଷୟରେ ଅନେକ ପ୍ରମାଣହୀନ ଏବଂ ବିକୃତ ଅଭିଯୋଗମାନ ଆଣି ସଂଘକୁ  ବଦନାମ କରାଯିବାର ନିରନ୍ତର ଚେଷ୍ଟା ଚାଲୁ ରହିଛି । ଏ ସମସ୍ତ କୁ-ଚକ୍ର ପଛରେ ଯେଉଁ ବିଚାର ସକ୍ରିୟ ଭାବରେ କାମ କରୁଛି ତାହା ହେଲା ଆମ ସମାଜ ନିରନ୍ତର ବିଘଟିତ ହେଉ  ଓ ଏହାର ଉପଯୋଗ ସ୍ୱାର୍ଥଲାଭ ନିମନ୍ତେ ହେଉ । ବର୍ତ୍ତମାନ ଏକଥା ଏଭଳି ଭାବରେ ସ୍ପଷ୍ଟ ହୋଇ ସାରିଛି ଯେ, କେବଳ ଜାଣିଶୁଣି ଆଖି ବୁଜିଥିବା ଲୋକେ ହିଁ ଏହାକୁ ବୁଝି ପାରୁନାହାଁନ୍ତି । ନିଜ ରାଷ୍ଟ୍ରର ପରିଚୟ, ଆମ ସମସ୍ତଙ୍କର ସାମୁହିକ ପରିଚୟକୁ ନେଇ,ଆମ ଦେଶର ସ୍ୱଭାବର ପରିଚୟ ବିଷୟରେ ସଂଘର ଏକ ସୁ-ସ୍ପଷ୍ଟ ଦୃଷ୍ଟି ଏବଂ ଘୋଷଣା ରହିଛି । ଯାହା ସୁ-ବିଚାରିତ ଏବଂ ତାହା ହେଉଛି ଭାରତ, ହିନ୍ଦୁସ୍ତାନ, ହିନ୍ଦୁ ରାଷ୍ଟ୍ର ଅଟେ । ସଂଘ ଦୃଷ୍ଟିରେ   ହିନ୍ଦୁ ଶବ୍ଦ କେବଳ ନିଜକୁ ହିନ୍ଦୁ କହୁଥିବା ବ୍ୟକ୍ତିମାନଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ । ଭାରତ ନିବାସୀ ଯାହାଙ୍କର ପୂର୍ବଜ ଭାରତୀୟ ବଂଶଜ ତଥା ଯିଏ ସମସ୍ତ ବିବିଧତାକୁ ସମ୍ମାନର ସହିତ ସ୍ୱୀକାର ଏବଂ ସ୍ୱାଗତ କରନ୍ତି, ମିଳିମିଶି ଦେଶର ବୈଭବ  ଏବଂ ମାନବତାର ଶାନ୍ତି ବୃଦ୍ଧି ନିମନ୍ତେ କାର୍ଯ୍ୟ କରିବାରେ ଲାଗି ପଡନ୍ତି ସେମାନେ ସମସ୍ତେ ଭାରତୀୟ ହିନ୍ଦୁ ଅଟନ୍ତି । ଏ ସମସ୍ତଙ୍କ ପୂଜା, ଏମାନଙ୍କ ପୂଜା ପଦ୍ଧତି, ଭାଷା, ଖାଦ୍ୟପେୟ, ରୀତି-ନୀତି, ଯାହା ହେଉନା କାହିଁକି ଏଥିରେ କୌଣସି ଅନ୍ତର ନାହିଁ । ସାମର୍ଥ୍ୟ ସମ୍ପନ୍ନ ବ୍ୟକ୍ତି ତଥା ସମାଜ ନିର୍ଭୟ ହୋଇ ରହିଥାଏ । ଏଭଳି ସାମର୍ଥ୍ୟ ସମ୍ପନ୍ନ ଓ ଚରିତ୍ର ସମ୍ପନ୍ନ ବ୍ୟକ୍ତିମାନେ ଅନ୍ୟ କାହାକୁ ଭୟଭିତ କରି ନଥାନ୍ତି । ଦୁର୍ବଳ ବ୍ୟକ୍ତି ହିଁ ନିଜକୁ ଅସୁରକ୍ଷିତ  ମନେ କରି  ନିଜେ ଭୟଭିତ ହେବା ସହ ଅନ୍ୟକୁ ଭୟଭିତ କରିଥାନ୍ତି । ସଂଘ ସଂପୂର୍ଣ୍ଣ ହିନ୍ଦୁ ସମାଜକୁ ଏଭଳି ବଳ ସଂପନ୍ନ ତଥା ସୁଶୀଳ ଏବଂ ସଦ୍ଭାବି ଭଳି ଗଢିତୋଳିବ ଯିଏ ନିଜେ ଡରିବ ନାହିଁ, କିମ୍ବା  କାହାରିକୁ ଡରାଇବ ନାହିଁ, ବରଂ ଦୁର୍ବଳ ଓ  ଭୟଗ୍ରସ୍ତ ବ୍ୟକ୍ତିଙ୍କୁ ରକ୍ଷା କରିବ ।
ହିନ୍ଦୁ ଶବ୍ଦକୁ ନେଇ ଅନ୍ୟ ଏକ ଭ୍ରମଯୁକ୍ତ ଧାରଣାହେଲା ଯେ ଏହା ଏକ ଆବଦ୍ଧ ସମ୍ପ୍ରଦାୟ,  ଇଂରେଜ ଶାସନ କାଳରୁ ଏ ଭ୍ରାନ୍ତ ଧାରଣା ଆମ ବୁଦ୍ଧିକୁ ଭ୍ରମିତ କରୁଛି  । ଏଥିପାଇଁ ଆଜି ମଧ୍ୟ  ଏ ଶବ୍ଦକୁ ସ୍ୱୀକାର କରୁନଥିବା ବର୍ଗ ସମାଜରେ ବିଦ୍ୟମାନ ।  ସେମାନେ ନିଜ ପାଇଁ ଭାରତୀୟ ଶଦ୍ଦର ପ୍ରୟୋଗ କରଥାନ୍ତି । ଭାରତୀୟ ସ୍ୱଭାବ, ଭାରତୀୟ ସଂସ୍କୃତିର ଆଧାରରେ ଚାଲିଥିବା ସଭ୍ୟତାକୁ କିଛି ବ୍ୟକ୍ତି ଇଂରାଜୀରେ  ‘ଇଣ୍ଡିକ୍\' ଶଦ୍ଦ ଦ୍ୱାରା  ସମ୍ବୋଧିତ କରଥାନ୍ତି । ସଂଘ ନିମନ୍ତେ ଏହି ଶଦ୍ଦ ଗୁଡିକର ଯେତେସବୁ ପର୍ଯ୍ୟାୟବାଚୀ ପ୍ରୟୋଗ ରହିଛି ଯାହା  ହିନ୍ଦୁ ଶଦ୍ଦକୁ ଭୟ ବା ଭ୍ରମ ଯୋଗୁଁ ଅସ୍ୱୀକାର କରିଥାଏ ତାକୁ ସେମାନେ ମାନିଥାନ୍ତି । ଶଦ୍ଦ ଅଲଗା ହେଲେ ପନ୍ଥ, ସଂପ୍ରଦାୟ, ପୂଜା ଅଲଗା ହେଲେ, ଖାଦ୍ୟପେୟ, ରୀତିନୀତି ଅଲଗା ହେଲେ ମଧ୍ୟ ଆମେ ସମାଜର ଏହି ବର୍ଗକୁ  ଅଲଗା ବୋଲି ଭାବି ନଥାଉ । ଏ ସମସ୍ତଙ୍କୁ ନିଜର ଭାବି ସଂଘ ତାହାର କାର୍ଯ୍ୟ କରିଥାଏ । ଆମର ଏହି ନିଜତ୍ୱର ଭାବନା ହିଁ ରାଷ୍ଟ୍ର ଭାବନା, ଏହାହିଁ ହିନ୍ଦୁତ୍ୱ । ଆମର ଏହି ପୁରାତନ ରାଷ୍ଟ୍ରର  କାଳ ସୁ-ସଙ୍ଗତ ପରମବୈଭବ ସଂପନ୍ନ ରୂପକୁ ପ୍ରତ୍ୟକ୍ଷ ଭାବରେ ସାକାର କରିବାର ଲକ୍ଷ୍ୟ । ଏହାର ଧର୍ମପ୍ରାଣ ପ୍ରକୃତି ଏବଂ ସଂସ୍କୃତିର ସଂରକ୍ଷଣ, ସମ୍ବର୍ଦ୍ଧନ ହିଁ ଏହି ନିଜତ୍ୱ ଭାବନାର କେନ୍ଦ୍ର ଏବଂ ଲକ୍ଷ୍ୟ । ବର୍ତ୍ତମାନ ସମଗ୍ର ବିଶ୍ୱକୁ ଭାରତର ଆବଶ୍ୟକତା ରହିଛି । ଏଥି ନିମନ୍ତେ ଭାରତକୁ ନିଜର ପ୍ରକୃତି, ସଂସ୍କୃତିର ସୁଦୃଢ ମୂଳଦୁଆ ଉପରେ ଛିଡା ହେବାକୁ ହେବ  ।  ଏଥିନିମନ୍ତେ ରାଷ୍ଟ୍ରର ନେଇ ଏଭଳି  ସ୍ପଷ୍ଟ ପରିକଳ୍ପନା ଓ ଗୋ÷ରବର ଭାବନା ନେଇ  ସମାଜରେ  ସର୍ବତ୍ର ସଦ୍ଭାବ, ସଦାଚାର, ସମରସତାର ଭାବନାକୁ ଦୃଢ କରିବାର ଆବଶ୍ୟକତା ରହିଛି । ଏହି ସମସ୍ତ ପ୍ରଚେଷ୍ଟାରେ ସଂଘର ସ୍ୱୟଂସେବକ ମାନଙ୍କ ଭୂମିକା ମହତ୍ୱପୂର୍ଣ୍ଣ ଥିଲା ଏବଂ ଭବିଷ୍ୟତରେ ମଧ୍ୟ ରହିବ । ଏଥିନିମନ୍ତେ ଅନେକ ଉପଯୋଗୀ ଯୋଜନାକୁ ଯଶ ପ୍ରଦାନ କରିବା ନିମନ୍ତେ ସଂଘର ସ୍ୱୟଂସେବକ ସଦାସର୍ବଦା ଚେଷ୍ଟା କରି ଆସୁଛନ୍ତି । ବର୍ତ୍ତମାନ ସମୟର ଆହ୍ୱାନକୁ  ସ୍ୱୀକାର କରି ପ୍ରତ୍ୟେକ ସ୍ୱୟଂସେବକକୁ ନିଜ କାର୍ଯ୍ୟ କରିବାକୁ ହେବ ।
ହେଲେ ସମୟର ଏହି  ଆବଶ୍ୟକତା ତେବେ ଯାଇ ପୂର୍ଣ୍ଣହୋଇ ପାରିବ ଯେତେବେଳେ ଏହାର ଦାୟିତ୍ୱ କୋ÷ଣସି ବ୍ୟକ୍ତିି ବା ସଂଗଠନ ଉପରେ ଲଦିଦେଇ, ନିଜେ ଦୂରେଇ ଛିଡା ହୋଇ ଦେଖିବାର ପ୍ରବୃତ୍ତି ଆମେ ଛାଡିବା ନାହିଁ ।  ରାଷ୍ଟ୍ରର ଉନ୍ନତି,ସମାଜର ସମସ୍ୟା ଗୁଡିକର ସମାଧାନ, ବିଭିନ୍ନ ସଂକଟର ଉପଶମ କରିବାର କାର୍ଯ୍ୟ ଆମେ କାହାକୁ ଠିକା ଦେଇ ପାରିବା ନାହିଁ ।  ସମୟେ ସମୟରେ ନେତୃତ୍ୱ ନେବାର କାର୍ଯ୍ୟ ନିଶ୍ଚିତ ଭାବରେ କେହି ନା କେହି କରିବେ, ହେଲେ ଯେପର୍ଯ୍ୟନ୍ତ ଜନତା ଜାଗ୍ରତ, ସ୍ପଷ୍ଟ ଦୃଷ୍ଟିସମ୍ପନ୍ନ , ନିଃସ୍ୱାର୍ଥ, ପ୍ରାମାଣିକ, ପରିଶ୍ରମ ଏବଂ ଅଭେଦ୍ୟ ଏକତାର ଭାବ ନେଇ ବଜ୍ରଶକ୍ତି ହୋଇ କାମ ନକରିଛି ସେ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଓ ଶାସ୍ୱତ ସଫଳତା ପ୍ରାପ୍ତି ସମ୍ଭବ ନୁହେଁ ।
ଏହି କାର୍ଯ୍ୟ ନିମନ୍ତେ ସମାଜରେ ବାତାବରଣ ନିର୍ମାଣ କରିପାରୁଥିବା କାର୍ଯ୍ୟକର୍ତ୍ତାଙ୍କୁ  ସଂଘ ତିଆରି କରିଥାଏ । ଏହି କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ୱାରା ସମାଜରେ ଚାଲୁଥିବା କାର୍ଯ୍ୟକଳାପ  ଏବଂ ଏହାର ପରିଣାମ ଆଜି ସିଦ୍ଧ କରେ ଯେ ଆମେ ଆମ ପରିବାର, ଆମର ଏହି ଦେଶ ତଥା ବିଶ୍ୱକୁ ସୁଖିକରି ଗଢି ତୋଳିବାର ଏହା ହିଁ ହେଉଛି ସୁ-ମାର୍ଗ ।
ଆପଣ ସମସ୍ତଙ୍କ ପ୍ରତି ଏହା ହେଉଛି ଏକ ଆହ୍ୱାନ  ଯେ ସମୟର ଏହି ଆବଶ୍ୟକତାକୁ ବର୍ତ୍ତମାନ ଭଲଭାବରେ ବୁଝି ବିଚାରି ଏହି ଭବ୍ୟ ଏବଂ ପବିତ୍ର କାର୍ଯ୍ୟରେ ଆମେ ସମସ୍ତେ ସହଭାଗି ହେବା ।
ଯୁଗପରିବର୍ତ୍ତନ କି ବେଲା ମୈଁ ହମ୍ ସବ ମିଲକର ସାଥ ଚଲେଁ
ଦେଶଧର୍ମ କୀ ରକ୍ଷା କେ ହିତ ସହତେ ସବ ଆଘାତ ଚଲେଁ
ମିଲକର ସାଥ ଚଲେଁ ମିଲକର ସାଥ ଚଲେଁ
ଭାରତ ମାତା କୀ ଜୟ ।ା 

Comments