କ୍ରମାଗତ ଭାବରେ ବଢ଼ିବାରେ ଲାଗିଛି ସଙ୍ଘର କାମ-ରାମ ମନ୍ଦିର ନିର୍ମାଣ ରାଜନୈତିକ ପ୍ରସଙ୍ଗ ନୁହେଁ


 -ଅସ୍ଥାୟୀ ଧାରା ୩୭୦ ଉଚ୍ଛେଦ ରାଷ୍ଟ୍ରୀୟ ସାଧାରଣ ସହମତି ର ବିଷୟ 
-ପଶ୍ଚିମବଙ୍ଗରେ ରାଷ୍ଟ୍ରୀୟ ବିଚାରଧାରା ଲୋକଙ୍କୁ ଲଗାତାର ଭାବେ ହତ୍ୟାକରାଯିବା ଦୁର୍ଭାଗ୍ୟଜନକ

-ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳର ତ୍ରିଦିବସୀୟ ବୈଠକ ଆରମ୍ଭ

ଭୁବନେଶ୍ୱର, ୧୬ ଅକ୍ଟୋବର - ସଙ୍ଘର ସ୍ୱୟଂସେବକମାନଙ୍କର କଠିନ ପରିଶ୍ରମ ଏବଂ ସମାଜରେ ଅନୁକୁଳ ବାତାବରଣ ପାଇଁ  ସଂଘ କାର୍ଯ୍ୟ  ଲଗାତାର ଭାବେ ବୃଦ୍ଧିପାଇବାରେ ଲାଗିଛି ।   ବିଶେଷକରି ଯୁବକ ଓ ଛାତ୍ରମାନେ ସଂଘରେ ସାମିଲ ହେଉଛନ୍ତି । ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ଆଜି ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକର ଉଦଘାଟନ ପରେ ସାମ୍ବାଦିକ ମାନଙ୍କୁ  ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ସହ ସରକାର୍ଯ୍ୟବାହ ମାନନୀୟ ଡ. ମନମୋହନ ବୈଦ୍ୟ ଏହା କହିଛନ୍ତି ।

ଏକ ପ୍ରଶ୍ନର ଉତ୍ତରରେ ଡ.  ବୈଦ୍ୟ କହିଲେ ଯେ, ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରସଙ୍ଗ ରାଜନୈତିକ ପ୍ରସଙ୍ଗ ନୁହେଁ । ଏହା ଦେଶର ଆସ୍ଥାର ବିଷୟ । ସେହିପରି କାଶ୍ମୀରରେ ଧାରା ୩୭୦ ଏକ ଅସ୍ଥାୟୀ ଧାରା ଥିଲା । ପଶ୍ଚିମ ବଙ୍ଗରେ କ୍ରମାଗତ ଭାବେ ହିଂସା ବଢୁଥିବା ପ୍ରସଙ୍ଗରେ ସେ ନିଜର ମତ ଦେଇ କହିଛନ୍ତିି ଯେ ପଶ୍ଚିମ ବଙ୍ଗରେ କ୍ରମାଗତ ଭାବରେ ଯେପରି ରାଷ୍ଟ୍ରୀୟ ବିଚାର ଲୋକମାନଙ୍କୁ ହତ୍ୟା କରାଯାଉଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।
ସଂଘ ଜାଣିଛି ଯେ, ସରକାର ସବୁ କିଛି କରି ପାରିବ ନାହିଁ । ସମାଜକୁ ନିଜେ ନିଜର କାର୍ଯ୍ୟ କରିବାକୁ ହେବ । ଏହି ଭାବନାକୁ ନେଇ  ସଂଘର ସ୍ୱୟଂସେବକମାନେ ସମାଜ ପରିବର୍ତ୍ତନ କାର୍ଯ୍ୟରେ ସକ୍ରିୟ ଅଛନ୍ତି । ୧୯୯୮ରୁ ଆରମ୍ଭ ହୋଇଥିବା ଗ୍ରାମ ବିକାଶ ପରିଣାମ ଅନେକ ଗ୍ରାମରେ ଏବେ ଦେଖିବାକୁ ମିଳୁଛି ।
ସମାଜରୁ ଜାତିଭେଦ ବନ୍ଧନକୁ ହଟାଇ ତଥା ସଂପୂର୍ଣ୍ଣ ସମାଜକୁ ଏକତ୍ର କରିବାର ଭାବନା ସମାଜରେ ଜାଗ୍ରତ କରିବା ପାଇଁ ସମାଜିକ ସମରସତା ସୃଷ୍ଟି କରିବାକୁ ସଂଘର ସ୍ୱୟଂସେବକମାନେ କାର୍ଯ୍ୟ କରୁଛନ୍ତି । ଭାରତୀୟ ପ୍ରଜାତିର ଗାଇ ସମ୍ବର୍ଦ୍ଧନ ପାଇଁ ସଂଘର ସ୍ୱୟସେବକ କାର୍ଯ୍ୟ କରୁଛନ୍ତି  । ସମାଜରେ  ଏକକ ପରିବାର ପ୍ରଚଳନ ବୃଦ୍ଧି ପାଇବା କାରଣରୁ ପରିବାରର ମୂଲ୍ୟବୋଧ ହ୍ରାସ ପାଉଛି ।  ଏହି କାରଣରୁ ସଂଘର ସ୍ୱୟଂସେବକ ପୁର୍ନବାର କୁଟୁମ୍ବ ପ୍ରବୋଧନ ପାଇଁ କାର୍ଯ୍ୟ କରୁଛନ୍ତି ।  ପରିବେଶ ସୁରକ୍ଷା ପାଇଁ  ସଂଘର ସ୍ୱୟଂସେବକ ବୃକ୍ଷରୋପଣ, ପାଣିର କମ ବ୍ୟବହାର ବା ସୁବିନିଯୋଗ ଏବଂ  ପ୍ଲାଷ୍ଟିକ ବ୍ୟବହାର ନକରିବା  ଆଦି କାର୍ଯ୍ୟରେ ଲାଗିଛନ୍ତି । \ ଡା. ବୈଦ୍ୟ କହିଲେ ଯେ, ବର୍ତ୍ତମାନ  ସାରା ଦେଶରେ ୫୭,୪୧୧ ଦୈନିକ ଶାଖା ଏବଂ ୧୮୯୨୩ ସାପ୍ତାହିକ ମିଳନ ଚାଲୁଅଛି ।  ୨୦୦୯ ମସିହାରେ ସଙ୍ଘର କାମକୁ ବଢାଇବା ପାଇଁ ଯୋଜନା ହୋଇଥିଲା  ।  ଏହି କାରଣରୁ ୨୦୧୦ରୁ କ୍ରମାଗତ ଭାବେ ଶାଖା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ୨୦୧୦ ପରେ ମୋଟ ଶାଖା ୧୯ ହଜାର ୫୮୪ ବୃଦ୍ଧି ପାଇଛି । ୨୦୧୦ରୁ ୨୦୧୪ ପର୍ଯ୍ୟନ୍ତ ପ୍ରାୟ ୬  ହଜାର ଶାଖା  ବୃଦ୍ଧି ପାଇଥିଲା । \n ସେ କିହଲେ ଯେ, ୬୦୦୦ ପ୍ରଖଣ୍ଡ ବା ତହସିଲରେ  ଅର୍ଥାତ ୯୦ ପ୍ରତିଶତ ପ୍ରଖଣ୍ଡରେ ସଂଘର କାମ ଅଛି । ସାରା ଦେଶରେ ଚାଲୁଥିବା ଶାଖା ମଧ୍ୟରୁ ଛାତ୍ର ଏବଂ ଯୁବକମାନଙ୍କ ଶାଖା ସଂଖ୍ୟା  ୬୦ ପ୍ରତିଶତ । ୨୦ ବର୍ଷରୁ ୪୦ ବର୍ଷ ବୟସ ସ୍ୱୟଂସେବକମାନଙ୍କର ଶାଖା ସଂଖ୍ୟା ୨୯ ପ୍ରତିଶତ । ୪୦ ବର୍ଷରୁ  ଉଦ୍ଧ୍ୱର୍ ବୟସର ସ୍ୱୟଂସେବକମାନଙ୍କ ଶାଖା ସଂଖ୍ୟା ୧୧ ପ୍ରତିଶତ ।
୨୦୧୩ରେ ୱେବସାଇଟ ମାଧ୍ୟମରେ ଜଏନ ଆରେଏସଏସ ନାମରେ ଏକ ଯୋଜନା ସଂଘ ଆରମ୍ଭ କରିଥିଲା । ଏଥିରେ  ସାମିଲ ହେବା ପାଇଁ ବହୁ ସଂଖ୍ୟାରେ ଅନୁରୋଧ ଆସିଥିଲା । ଯେଉଁଥିରେ ଯୁବକ ଓ ଛାତ୍ରଙ୍କ ସଂଖ୍ୟାା ସର୍ବାଧିକ ଥିଲା ।  ୨୦୧୩ରେ ଜଏନ ଆରଏସଏସ ମାଧ୍ୟମରେ୮୮,୮୪୩ ଜଣ ସଙ୍ଘରେ ସାମିଲ ହେବା ପାଇଁ ଅନୁରୋଧ କରିଥିଲେ । ୨୦୧୪ ରୁ ୨୦୧୬ ଭିତରେ ହାରାହାରି ବାର୍ଷିକ ୯୦ ରୁ  ୯୫ ହଜାର ଲୋକ, ୨୦୧୭ରେ ୧.୨୫ ଲକ୍ଷ, ୨୦୧୮ରେ ୧.୫ ଲକ୍ଷ ଏବଂ ୨୦୧୯ ସେପ୍ଟେମ୍ବର ପର୍ଯ୍ୟନ୍ତ ୧.୩  ଲକ୍ଷ ଅନୁରୋଧ ମିଳିଛି । \n ସଂଘ କାର୍ଯ୍ୟକର୍ତ୍ତାଙ୍କ ପ୍ରଶିକ୍ଷଣ ଉପରେ ମଧ୍ୟ ଯୋର ଦିଆଯାଉଛି । ଏହି କ୍ରମରେ କାର୍ଯ୍ୟକର୍ତ୍ତା ବିକାଶ ବର୍ଗ ଅନୁଷ୍ଠିତ ହେଉଅଛି । ଏହି ବର୍ଗରେ  ପ୍ରଶିକ୍ଷଣ କିପରି ଭଲ ହୋଇ ହୋଇ ପାରିବ ତଥା ଏଥିରେ କଣ କଣ ଯୋଡା ଯାଇ ପାରିବ ଏହି ବିଷୟରେ ବୈଠକରେ ଚର୍ଚ୍ଚା ଆଲୋଚନା ହେବ ।
ସେ କହିଲେ ଯେ, ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକରେ ଦେଶର ସମସ୍ତ ପ୍ରାନ୍ତର ପ୍ରାନ୍ତ ସ୍ତରୀୟ  ଅଧିକାରୀ ସାମିଲ ହୋଇଛନ୍ତି । ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ପ୍ରାୟ ୩୫୦ରୁ ଅଧିକ ପ୍ରତିନିଧି ସାମିଲ ହୋଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ ଅରୁଣ  କୁମାର ଓ ଅଖିଳ ଭାରତୀୟ ସହ ପ୍ରଚାର ପ୍ରମୁଖ ନରେନ୍ଦ୍ର ଠାକୁର ଉପସ୍ଥିତ ଥିଲେ । \

Comments