ପିଓକେ ଆମର -ନାରା ଅଖଣ୍ଡ ଭାରତର

ପିଓକେ ଆମର -ନାରା ଅଖଣ୍ଡ ଭାରତର
ନୂଆଦିଲ୍ଲୀ, ୨/୧୧: କେନ୍ଦ୍ର ସରକାର ନଭେମ୍ବର ୨ ତାରିଖ ଦିନ  ଜମ୍ମୁ-କାଶ୍ମୀର ଓ ଲଦାଖର ନୂଆ ରାଜନୈତିକ ମାନଚିତ୍ର ଜାରି କରିଛନ୍ତି । ଏଥିରେ ପିଓକେ ଓ ଗିଲଗିଟ ବାଲଟିସ୍ତାନକୁ ସ୍ପଷ୍ଟ ଭାବେ ଭାରତର ଅଂଶ ଭାବେ ଦର୍ଶଯାଇଛି । ପାକ ଅଧିକୃତ କାଶ୍ମୀର । ଆଜାଦ କାଶ୍ମୀରକୁ ଜମ୍ମୁ-କାଶ୍ମୀରର ଅଂଶ ଭାବେ ପ୍ରଦର୍ଶିତ କରାଯାଇଛି ଓ ଗିଲଗିଟ ବାଲଟିସ୍ତାନକୁ ଲଦାଖର ଅଂଶ ରୂପେ ନୂଆ ନୂଆ ରାଜନୈତିକ ମାନଚିତ୍ରରେ ଦର୍ଶଯାଇଛି । ଗିଲଗିଟ୍‍-ବଲଟିସ୍ତାନ ଅଞ୍ଚଳକୁ ପାକିସ୍ତାନ ଗତ ବର୍ଷ (୨୦୧୮ ମଇରେ) ଏହାର ୫ମ ପ୍ରଦେଶର ମାନ୍ୟତା ଦେଇଥିଲା । ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଭଳି ଏହି ବିବାଦୀୟ ଅଞ୍ଚଳର ସୀମାକୁ ଲାଗି ରହିଥିବା ଗିଲଗିଟ୍‍-ବଲଟିସ୍ତାନ ପ୍ରକୃତରେ ଭାରତର । ୮୫,୭୯୩ ବର୍ଗ କିମିକୁ ନେଇ ଗଠିତ ଗିଲଗିଟ ବଲଟିସ୍ତାନକୁ ପାକିସ୍ତାନ ଏକ ସ୍ୱତନ୍ତ୍ର ଭୌଗୋଳିକ ଅଞ୍ଚଳରମାନ୍ୟତା ଦେଇ ଆସୁଛି । ଏହାର ସ୍ୱତନ୍ତ୍ର ବିଧାନସଭା ଓ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଅଛନ୍ତି । ଏହାକୁ ପ୍ରଦେଶ ମାନ୍ୟତା ଦେବାକୁ ହେଲେ ସମ୍ବିଧାନ ସଂଶୋଧନର ଆବଶ୍ୟକତା ରହିଛି । ବେଲୁଚିସ୍ତାନ, ଖଇବର ପଖତୁଖୱା, ପଞ୍ଜାବ ଓ ସିନ୍ଧ ପରେ ଗିଲଗିଟ ବଲଟିସ୍ତାନ ପାକିସ୍ତାନର ୫ମ ପ୍ରଦେଶର ମାନ୍ୟତା ପାଇଥିଲା । ୧୯୭୦ରେ ଏହି ଅଞ୍ଚଳ ମିରପୁର-ମୁଜାଫରବାଦ (ପିଓକେ) ଓ ଗିଲଗିଟ ବଲଟିସ୍ତାନ ନାମରେ ଦୁଇ ଭାଗରେ ବିଭକ୍ତ ହୋଇଥିଲା । ୧୯୬୩ ସୀମା ରାଜିନାମା ସମୟରେ ପାକିସ୍ତାନ ଗିଲଗିଟ ବଲଟିସ୍ତାନର ସାକସମ୍‍ଗାମ୍‍ ଉପତ୍ୟକାକୁ ଚୀନକୁ ଦେଇଥିଲା । ଏହି ସାକସମ୍‍ଗାମ ଦେଇ ଏବେ ସିପିଇସି ନିର୍ମାଣ କରୁଛି । କିନ୍ତୁ ଭାରତ ପାକିସ୍ତାନ ଓ ଚୀନର ଏଜେଣ୍ଡାକୁ ନେଇ ନିଜର ଆକ୍ରାମକ ଆଭିମୁକ୍ୟ ନୂଆ ରାଜନୈତିକ ମାନଚିତ୍ର ଜାରି କରିବା ସହ ଜଣାଇଦେଇଛି ।

Comments