ବିଶ୍ୱହିନ୍ଦୁ ପରିଷଦ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ


ଢ଼େଙ୍କାନାଳ,୩ ।୧୧: ବିଶ୍ୱ ହିନ୍ଦୁ ପରିଷଦର ୧୦୦ ରୁ ଉଦ୍ଧ୍ୱର୍ କାର୍ଯ୍ୟକର୍ତାଙ୍କୁ ନେଇ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ବଳରାମ ମନ୍ଦିର ଠାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକକୁ ଜିଲ୍ଲା ସଭାପତି ରଘୁନାଥ ପଣ୍ଡା ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଶରତ ଚନ୍ଦ୍ର ଷଡଙ୍ଗୀ ପୂର୍ବ ପ୍ରାନ୍ତ ସଂରକ୍ଷକ ତଥା ଜିଲ୍ଲା ପ୍ରଭାରୀ ବିଶ୍ୱ ହିନ୍ଦୁ ପରିଷଦର ଉଦ୍ଦେଶ୍ୟ, ଲକ୍ଷ୍ୟ, ବିଚାର ଉପରେ ମାର୍ଗଦର୍ଶନ ଦେଇଥିଲେ । ଜିଲ୍ଲା ଉପସଭାପତି ରତ୍ନ ଭୂଷଣ ସାହୁ ଢେଙ୍କାନାଳ ସଦର, କାମାକ୍ଷାନଗର, ହିନ୍ଦୋଳ ଓ ପର୍ଜଙ୍ଗରେ ପରିଷଦର କାର୍ଯ୍ୟକୁ ଆଗକୁ ନେବା ପାଇଁ ଉଦ୍ବୋଧନ ଦେବା ସହିତ ସଂଗଠନ ପରିଚାଳନା ଦାୟିତ୍ୱ ଓ ପଦବୀ ଘୋଷଣା କରିଥିଲେ । ଜିଲ୍ଲାରେ ଥିବା ବହୁ ପୁରାତନ ମଠ ଓ ମନ୍ଦିରର ସୁରକ୍ଷା ଓ ରକ୍ଷଣାବେକ୍ଷଣରେ ବହୁ ଅସୁବିଧା ହେଉଛି ବୋଲି ଜିଲ୍ଲା ଉପସଭାପତି ଶ୍ରୀ ସାହୁ ମତ ରଖିଥିଲେ । ଆଗାମୀ ଦିନରେ କିପରି ଭାବେ ଏହାକୁ ଦୃଷ୍ଟିରେ ରଖି କାର୍ଯ୍ୟ କରାଯିବ ସେ ବିଷୟରେ ଅବଗତ କରାଇଥିଲେ । ଜିଲ୍ଲା ସଂପାଦକ ଉମେଶ ଚନ୍ଦ୍ର ରାଉତ ପୂର୍ବବର୍ଷ ସାଂଗଠନିକ କାର୍ଯ୍ୟକ୍ରମ ବିଷୟରେ ଜଣାଇବା ସହିତ ଆଗାମୀ ବର୍ଷ କିପରି କାର୍ଯ୍ୟକ୍ରମ ପରିଚାଳିତ ହେବ ତାହା ଜଣାଇଥିଲେ । ଏଥିସହିତ ହିତାଧିକାରୀ ସଂଗ୍ରହ ଯୋଜନା କିପରି ହେବ ସେ ବିଷୟରେ ଶ୍ରୀ ରାଉତ ମତ ରଖିଥିଲେ । ଶେଷରେ ବଜରଙ୍ଗ ଦଳ ଜିଲ୍ଲା ସଂରକ୍ଷକ ଧୀରେନ୍ଦ୍ର କୁମାର ପୃଷ୍ଟି ଧନ୍ୟବାଦ ଦେବା ସହିତ ସଭା ସାଙ୍ଗ କରିଥିଲେ ।

Comments