ରାଜନଗର,୨ା୧୧ ; ରାଜନଗର ବ୍ଲକ ମହିଁଷାସୁର ସୁରଭି ପଡିଆରେ ଚାଲିଥିବା ଗୋ- ନବରାତ୍ର ୫ମ ଦିନ ଅନୁଷ୍ଠିତ ହୋଇଯାଇଛି । ସ୍ୱାମୀ ସମର୍ପଣାନନ୍ଦ ଗିରିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମହିମା ସମାଜର ନିତ୍ୟାନନ୍ଦ ଦାସ(ପାଗଳ ବାବା) ଯୋଗଦେଇ ହିନ୍ଦୁ ଧର୍ମରେ ଗୋମାତାର ଗୁରୁତ୍ୱ ପ୍ରତିପାଦନ କରିଥିଲେ । ମହିମା ଧର୍ମରେ ଗୋମାତାର ଗୋମୟ ଓ ଗୋମୂତ୍ରର ବହୁ ଗୁରୁତ୍ୱ ରହିଛି । ଗୋମୂତ୍ରକୁ ପବିତ୍ର ଭାବରେ ଗ୍ରହଣ କରାଯାଏ । ମହିମା ସନ୍ୟାସୀ ଏବଂ ଭକ୍ତମାନେ ଗୋମୂତ୍ର(ଗୋବର)କୁ ସ୍ନାନ ସମୟରେ ଦେହରେ ବୋଳି ହୋଇଥାନ୍ତି ବୋଲି କହିଥିଲେ । ଏହି ଉତ୍ସବରେ ସାଧୁ ଅନ୍ତର୍ଯ୍ୟାମୀ ଦାସ ଯୋଗଦେଇ ଗୋସେବାର କିଭଳି ଉପକାର ମିଳେ, ରାମାୟଣରୁ ରଘୁଙ୍କ ଜନ୍ମର ଉଦାହରଣ ଦେଇଥିଲେ । ଆମେ ଯାଉଥିବା ରାସ୍ତାକୁ ପୂର୍ବରୁ ଗୋ-ପଥ, ଗାଈମାନେ ବିଚରଣ କରୁଥିବା ସ୍ଥାନକୁ ଗୋଚର ଏବଂ ଗାଈମାନଙ୍କୁ ଧୋଇବା ପାଇଁ ଗୋଦଣ୍ଡାର ବ୍ୟବସ୍ଥା କରାଯାଇଥିଲା । ଆମେ ସେସବକୁ ଭୁଲି ଗଲୁ । ଆମେ ସବୁକୁ ଦଖଲ କରିଗଲୁ । ଯାହାଫଳରେ ଗୋମାତା ପାଇଁ ବିପଦ ସୃଷ୍ଟି ହେଲା ତାର ପରିଣାମ ସମାଜ ଭୋଗ କରୁଛି । ରାଧାରମଣ ମଠର ମହନ୍ତ ଅସୀମାନନ୍ଦ ଦାସ ମହାରାଜ ଯୋଗଦେଇ ଭାରତୀୟ ପରମ୍ପରାରେ ଆପଦ ବିପଦ ସମୟରେ ପରିବାରର କେହି ଅସୁସ୍ଥ ହେଲେ ଗୋମାତାର ଲାଂଜରେ ଝାଡି ଦେଲେ ମଣିଷ ସୁସ୍ଥ ହୋଇଯାଉଥିଲା । ଗୋମାତାଠାରୁ ଆମେ ଦୂରେଇ ଯିବା ଫଳରେ ଆମର ସାମାଜିକ ବ୍ୟବସ୍ଥା ଭୁଷୁଡି ଯାଉଛି । ବିଶିଷ୍ଟ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ଦେବବ୍ରତ ସାହାଣୀ ଯୋଗଦେଇ ଗୋମାତାର ସୁରକ୍ଷା ପାଇଁ ସବୁସ୍ତରରେ ଉଦ୍ୟମ ହେବା ଆବଶ୍ୟକ ବୋଲି ମତବ୍ୟକ୍ତି କରିଥିଲେ । ପ୍ରଜ୍ଞାନାନନ୍ଦ ଜୀ ମହାରାଜ ଆର୍ଯ୍ୟାବର୍ତ ଭାରତବର୍ଷ ମୂନିଋଷିଙ୍କ ଦେଶ । ହଜାରେ ବର୍ଷ ତଳେ ବିଦେଶୀମାନେ ଯେତେବେଳେ ଉଲଗ୍ନ ରହୁଥିଲେ, ଆମ ଦେଶ ଭାରତରେ ବିନା ଆଧୁନିକ ଯନ୍ତ୍ରପାତିରେ କାରୁକାର୍ଯ୍ୟ ବିଶାଳ ମନ୍ଦିର ନିର୍ମାଣ କରାଯାଇଥିଲା । ଭାରତୀୟ ସଭ୍ୟତା ସହରୀ ସଭ୍ୟତା ନୁହେଁ । ଗ୍ରାମାଭିମୁଖୀ ସଭ୍ୟତା । ଗାନ୍ଧିଜୀଙ୍କ ଗ୍ରାମ ସ୍ୱରାଜକୁ ଆମେ ଭୁଲିଗଲୁ । ଦେଶ ସ୍ୱାଧିନତାର ୭୦ବର୍ଷ ପରେ ଗାନ୍ଧିଜୀଙ୍କ ନୀତି ଆଦର୍ଶକୁ ଆମେ ଭୁଲି ଯାଉଛୁ । କିନ୍ତୁ ବିଦେଶୀ ମାନେ ଗାନ୍ଧିଜୀଙ୍କୁ ନୀତି ଆଦର୍ଶକୁ ବହୁ ଗୁରୁତ୍ୱ ଦିଅନ୍ତି । ସମଗ୍ର ଦେଶ ଜଳ ସଙ୍କଟର ସମ୍ମୁଖିନ ହେବାକୁ ଯାଉଛି । ବିଶେଷକରି ଭୂତଳ ଜଳ କମିକମି ଯାଉଛି । ମିଶିଗାନ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଗାଈ ରହିଲେ ଭୂତଳ ଜଳ ବୃଦ୍ଧି ପାଇବ ବୋଲି ଘୋଷଣା କରିଛନ୍ତି । ଯାହା ଆମ ପାଇଁ ସତର୍କ ଘଂଟି । ଭୂତଳ ଜଳକୁ ବଢାଇବା ପାଇଁ ଗାଁ ଗାଁରେ ପୂର୍ବଭଳି ଗାଈ ରଖିବା ଦରକାର ବୋଲି କହିଥିଲେ । ଦିନବନ୍ଧୁ ଦାସ ମହାରାଜ ଗୋ-ଭାଗବତ କଥା ପ୍ରତିଦିନ ପ୍ରବଚନ ଦେଉଛନ୍ତି ।

Comments
Post a Comment