ସେବା ସଙ୍ଗମ-୨୦୧୯ ଉଦ୍ଯାପିତ
ରାଜନୀତିରେ ଆଧ୍ୟାତ୍ମିକ ଓ ସେବା ଭାବ ବି ଆବଶ୍ୟକ: ଶ୍ରୀ ମହାନ୍ତି
ଭୁବନେଶ୍ୱର,୨୪/୧୧: ରାଜନୀତିରେ କେବଳ ଆନ୍ଦୋଳନ କରିବା ବା ପ୍ରଚାର କରିବା ଏକ ମାତ୍ର ଲକ୍ଷ୍ୟ ନୁହଁ । ରାଜନୀତିରେ ଆଧ୍ୟତ୍ମିକ ବା ସେବାଭାବବି ଆବଶ୍ୟକ ଅଛି ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ପୂର୍ବର ପ୍ରାନ୍ତ ସଂଘଚାଳକ ଶ୍ରୀ ସମୀର କୁମାର ମହାନ୍ତି ପ୍ରକାଶ କରିଛନ୍ତି ।
ସେବା ଭାରତୀ, ଓଡିଶା ପଶ୍ଚିମ,ଓଡିଶା ପୂର୍ବ ଓ ଉକ୍ରଳ ବିପନ୍ନ ସହାୟତା ସମିତି ଦ୍ୱାରା ଅନୁଷ୍ଠିତ ହେଉଥିବା ଦୁଇ ଦ୍ୱିବସୀୟ ସେବା ସଙ୍ଗମ-୨୦୧୯ ଉଦ୍ଯାପିତ ହୋଇ ଯାଇଛି । ଏହି ଉଦ୍ଯାପନୀ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ପୂର୍ବର ପ୍ରାନ୍ତ ସଂଘଚାଳକ ଶ୍ରୀ ସମୀର କୁମାର ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉକ୍ତ ବିଷୟ ପ୍ରକାଶ କରି କହିଲେ ଯେ, ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କୌଣସି ଆଶା ନରଖି ସେବା କଲେ ଘରେ ଉତମ ସନ୍ତାନ ସନ୍ତତି ହେବା ସହିତ କୌଣସି ଧନ ସଂପତିର ଅଭାବ ରହିବ ନାହିଁ । ଚାକିରୀ କିମ୍ବା ରୋଜଗାର ପାଇଁ କାମ କଲେ ତାକୁ ସେବା କୁହାଯାଇ ପାରିବ ନାହିଁ । ତେଣୁ ଏହି ନିିତ୍ୟଦିନ କାମରୁ ବାହାରି ନିଜ ଉପାର୍ଜିତ ଧନରେ ସମାଜରେ ସେବା କରିବା ହିଁ ପ୍ରକୃତ ସେବା ।୧୯୯୯ ମହାବାତ୍ୟା ବେଳେ ପଚାଷଢା ଗଳିତ ଶବକୁ ୟୁବିଏସ୍ଏସ୍ ର ସ୍ୱୟଂସେବକମାନେ ସକ୍ରାର କରିବା ଦେଖି ବେଙ୍ଗଲରୁ ଆସିଥିବା ସାମ୍ବାଦିକମାନଙ୍କ ସଂଘ ପ୍ରତି ଥିବା ଭ୍ରାନ୍ତ ଧାରଣା ଦୁର ହୋଇଥିଲା । ଚନ୍ଦ୍ର, ସୂର୍ଯ୍ୟ, ତାରା ବିନା ଆକାଶର ଯେପରି ସୌନ୍ଦର୍ଯ୍ୟ ନଥାଏ ଠିକ୍ ସେହିପରି ଆକାଶ ବିନା ଏମାନଙ୍କର ସତାବି ନଥାଏ । ଠିକ୍ ସେହିପରି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ବିନା ଦେଶରେ ସେବା କରୁଥିବା ସଂସ୍ଥାମାନଙ୍କର ସତା ସେପରି ନଥାଏ । ସେହିପରି ସେବା କାମରେ ଲାଗିଥିବା ସଂସ୍ଥାମାନଙ୍କ ବିନା ସଂଘର କାମ ବି ପୂର୍ଣ୍ଣାଙ୍ଗ ହେବ ନାହିଁ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ ।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସୁନୀଲପଦ ଗୋସ୍ୱାମୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ରୂପେ ଯୋଗ ଦେଇ କହିଲେ ଯେ, ଏକଦା ରାମକୃଷ୍ଣ ମିଶନର ସ୍ୱାମୀ ଅଖଣ୍ଡାନନ୍ଦ ସରସ୍ୱତୀ ନିଜର ମୋକ୍ଷ ପାଇଁ ହିମାଳୟକୁ ଯିବା ସମୟରେ ଗୋଟିଏ କ୍ରନ୍ଦନ ଶୁଣି ସେ ଅଟକି ଯାଇଥିଲେ । କିଏ ଔଷଧ ପାଇଁ କିଏ ଅନ୍ନ ପାଇଁ କାନ୍ଦୁଥିଲେ । ସେହିଭଳି ସମୟରେ ଜଣେ ସନ୍ନ୍ୟାସୀଙ୍କ ଠାରୁ ସେବା ହିଁ ପରମୋ ଧର୍ମ କଥା ଶୁଣି ନିଜର ମୋକ୍ଷ ପାଇଁ ହିମାଳୟକୁ ଯାଉଥିବା ସ୍ୱାମୀଜୀ ଲୋକଙ୍କ ସେବା ପାଇଁ ସେଠାରେ ରହିଗଲେ । ସେବାକାମ ଅନ୍ୟ କେହି କରିବ ବୋଲି ଅପେକ୍ଷା ନକରି ପ୍ରଥମେ ନିଜେ ସେବା କରିବା ଆରମ୍ଭ କରନ୍ତୁ । ବିପଦ ବେଳେ ସମସ୍ତେ ନିଜକୁ ବଂଚାଇବାକୁ ଦୌଡିବା ପରିବର୍ତେ ସମସ୍ତେ ମିଳିମିଶି ବିପଦରୁ ରକ୍ଷା ପାଇଁ ଉଦ୍ୟମ କରିବା ଆବଶ୍ୟକ ।
ଅନ୍ୟମାନଙ୍କ ମଧ୍ୟରେ କ୍ଷେତ୍ର କାର୍ଯ୍ୟବାହ ଅଧ୍ୟାପକ ଗୋପାଳ ପ୍ରସାଦ ମହାପାତ୍ର,ପଶ୍ଚମ ପ୍ରାନ୍ତର ସହ ପ୍ରାନ୍ତ ସଂଘଚାଳକ ଡ. ବିଦ୍ୟାଧର ରଣା, ପ୍ରାନ୍ତକାର୍ଯ୍ୟବାହ ଶ୍ରୀ ଦୁର୍ଗା ପ୍ରସାଦ ସାହୁ, ସହପ୍ରାନ୍ତ କାର୍ଯ୍ୟବାହ ଶ୍ରୀ ସୁଦର୍ଶନ ଦାଶ ପ୍ରମୁଖ ମଂଚାସୀନ ଥିଲେ । ଏହି କାର୍ଯ୍ୟକ୍ରମକୁ ସଂଘର ପୂର୍ବ ପ୍ରାନ୍ତ ସେବା ପ୍ରମୁଖ କୈଳାସ ଚନ୍ଦ୍ର ଜେନା ସଂଯୋଜନା କରିଥିବା ବେଳେ ଶ୍ରୀ ଯୁଦ୍ଧିଷ୍ଠିର ମହନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।
ସୂଚନାଯୋଗ୍ୟ ଯେ, ଏହି ବିଶାଳ ସେବା ସଙ୍ଗମରେ ସେବା ଭାରତୀ, ଓଡିଶା ପଶ୍ଚିମ,ଓଡିଶା ପୂର୍ବ,ଉକ୍ରଳ ବିପନ୍ନ ସହାୟତା ସମିତି, ବିଶ୍ୱହିନ୍ଦୁ ପରିଷଦ, ଏକଲ ବିଦ୍ୟାଳୟ, ବଜରଙ୍ଗଦଳ, ବନବାସୀ କଲ୍ୟାଣ ଆଶ୍ରମ,ଏବିଭିପି, ସମର୍ପଣ ଚାରିଟେବୁଲ ଟ୍ରଷ୍ଟ, ସୂର୍ଯ୍ୟ ଫାଉଣ୍ଡେସନ, ଅଶୋକ ଜାଲାନ ଫାଉଣ୍ଡେସନ, ଡ୍ରିମ୍ ଟିମ୍ ଫାଉଣ୍ଡେସନ, ଉଦୟ ଜୈବୀକ ମିସ୍କର ଏଣ୍ଡ ରିସର୍ଚ୍ଚ ସେଂଟର, ରାଷ୍ଟ୍ରସେବିକା ସମିତି, ଗ୍ରାମ ବିକାଶ ଯୋଜନା, ଗୋପାଳ ଗୌ ଅନୁସନ୍ଧାନ କେନ୍ଦ୍ର, ବସୁଦ୍ଧା, କଟକ, ପୁରୀ, ଗଂଜାମ, ବାଲେଶ୍ୱର,ମୟୁରଭଂଜ, ଢେଙ୍କାନାଳ,ସମ୍ବଲୁପର,ରାଉରକେଲା, କଳାହାଣ୍ଡି,ବଲାଙ୍ଗୀର, କୋରାପୁଟ ବିଭାଗର ସେବା ଭାରତୀ, ସଂସ୍କାରକେନ୍ଦ୍ର, ଶିକ୍ଷା ବିକାଶ ସମିତି,ନେସନାଲ ମେଡିକୋଜ ଅର୍ଗାନାଇଜେସନ, ଗ୍ରାହକ ପଂଚାୟତ, ଭାରତୀୟ ବିଦ୍ୟାନିକେତନ, ଯଶୋଦା ସଦନ, ଚରକ ସ୍ୱାସ୍ଥ୍ୟ ସେବା ପ୍ରକଳ୍ପ,ଶୁଶ୍ରୁତ, ଶ୍ରୀରାମ ଜ୍ୟୋତି ସେବାସଂଘ, ଶ୍ରୀ ଜଗନ୍ନାଥ ସେବା ସଦନ, ସ୍ଲାଇଲ ଫେବର ସେବା ସଦନ, ସହୃଦୟ ସେବା ସଂଘ, କଳିଙ୍ଗ ଆଶ୍ରମ, ବିକାଶ ବିଦ୍ୟାଳୟ ଫାଉଣ୍ଡେସନ, ବିଶ୍ୱ ଜୀବନ ସଂଘ, ଭାରତ ମାତା ବୈଦିକ ସେବାସଂଘ, ଏକତା ସଂଘ, ଆହ୍ୱାନ, ଶିବାନନ୍ଦ ମୁକ୍ତ ଆକ୍ୟୁପ୍ରେସର ସେଂଟର, ଗାୟତ୍ରୀ ପରିବାର, ସ୍ପାର୍କ, ଆୟୁଷ କେୟାର, ଦୋ କା ଦମ ଆଦି ୯୫ଟି ସଂଗଠନ ବ୍ୟକ୍ତି ବିଶେଷମାନଙ୍କ ଦ୍ୱାରା ୧୧୧ଟି ଷ୍ଟଲରେ କରାଯାଉଥିବା ସେବା କାର୍ଯ୍ୟର ପ୍ରଦର୍ଶନୀ ଫଟୋ ଓ ଚଳଚ୍ଚିତ୍ର ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା ।
ଗୋଲଖ ଚନ୍ଦ୍ର ଦାସ
ଯୋଗାଯୋଗ :୯୮୬୧୦୨୮୫୫୩

Comments
Post a Comment