ଆସିଆନ୍ ଭାରତ ନୀତିର ଅଭିନ୍ନ ଅଙ୍ଗ : ମୋଦୀ


ନୂଆଦିଲ୍ଲୀ,୩ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ୟାଙ୍କକରେ ଆୟୋଜିତ ୧୬ତମ ଏସିଆନ-ଭାରତ ଶିଖର ସମ୍ମିଳନୀରେ ଯୋଗ ଦେବା ସହ ନିଜର ଅଭିଭାଷଣ ରଖିଛନ୍ତି । ଆକ୍ଟ ଇଷ୍ଟ ପଲିସି ବା ପୂର୍ବକୁ ଦେଖିବା ନୀତି ଭାରତର ଅଭିନ୍ନ ଅଙ୍ଗ ଓ ସଦାବେଳେ ରହିବ ଏବଂ ଏକ ଏକିକୃତ ପ୍ରଗତିଶୀଳ ଏସିଆ ଭାରତର ପକ୍ଷ ନେବ ବୋଲି ମୋଦୀ କହିଛନ୍ତି । ମୋଦୀ କହିଛନ୍ତି ଯେ, ଅ ।ମେ ଦେଶର ସମୁଦ୍ରପଥର ସୁରକ୍ଷା, ସଂଶାଧନ ସହ ଜଡିତ ଅର୍ଥବ୍ୟବସ୍ଥାକୁ ମଜବୁତ କରିବାକୁ ·ହୁଁଛୁ । ଯେଉଁଥିରେ ବିଭିନ୍ନ ଏସିଅ ।ନ ଦେଶର ଭୌତିକ ଓ ଡିଜିଟାଲ ସମ୍ପର୍କ ଭାରତୀୟ ଲାଇନ ଅଫ କ୍ରେଡିଟ୍ ପାଇଁ ଉପଯୋଗ ହେବ । ଫଳରେ ବାଣିଜ୍ୟ ଓ ପର୍ଯ୍ୟଟନର ବିକାଶ ହେବ । ମୋଦୀ କହିଛନ୍ତି ଯେ, ଭାରତ ବର୍ତମାନ ୫ ଟ୍ରିଲିୟନ ଆମେରିକା ଡଲାରର ଅର୍ଥବ୍ୟବସ୍ଥାରେ ପହଁଚିବା ପାଇଁ ସ୍ୱପ୍ନ ଦେଖୁଛି । ୨୦୧୪ରେ ଯେତେବେଳେ ବିଜେପି ସରକାର ଆସିଲା ସେତେବେଳେ ଭାରତୀୟ ଅର୍ଥବ୍ୟବସ୍ଥା ୨ ଟ୍ରିଲିୟନ ଡଲାର ଥିଲା  । ଗତ ୫ ବର୍ଷରେ ଏହା ୩ ଟ୍ରିଲିୟନ ଡଲାରରେ ପହଁଚିପାରିଛି । ଏହି ବିଶ୍ୱାସକୁ ନେଇ ଦେଶର ସ୍ୱପ୍ନ ପୂରଣ ହେବ । ଭାରତରେ ଏବେ ବାଣିଜ୍ୟ କରିବା ସହଜ ହୋଇଛି । ଏଫଡିଅ ।ଇ, ଏକକ କ୍ଷେତ୍ର, ପେଟେଂଟ୍ ଆଦି ବୃଦ୍ଧି ପାଇଛି  । ଏପରିକି ବିଭିନ୍ନ ଟିକସକୁ ମଧ୍ୟ କମ କରାଯାଇଛି । ଦେଶ ଗତ ୫ ବର୍ଷରେ ଅନେକ ସଫଳତା ହାସଲ କରିଛି  ।ଏବେ ଭଲ ସମୟ ·ଲିଛି । ପ୍ରଧାନମନ୍ତ୍ରୀ ଅ ।ହୁରି କହିଛନ୍ତି ଯେ, ଯେତେବେଳେ ଭାରତ ଆଗକୁ ବଢେ, ବିଶ୍ୱ ମଧ୍ୟ ଅ ।ଗକୁ ବଢିଥାଏ । ଗତ ୫ ବର୍ଷ ମଧ୍ୟରେ ଭାରତ ୨୫୬ ବିଲିୟନ ଡଲାରର ଏଫଡିଆଇ ଲାଭ କରିଛି । ଯାହା ଗତ ୨୦ ବର୍ଷ ମଧ୍ୟରେ ସର୍ବାଧିକ । ଅନେକ ଏଜେନ୍ସିର ରେଟିଂରେ ଭାରତର ଅଭିବୃଦ୍ଧି ସ୍ଥାନ ପାଇଛି ।ଭାରତ ଏଫଡିଅ ।ଇ ହାସଲ କରିଥିବା ଶୀର୍ଷ ୧୦ ଦେଶ ମଧ୍ୟରୁ ଅନ୍ୟତମ । ଗତ ୫ ବର୍ଷରେ ଭାରତ ବିଶ୍ୱ ବ୍ୟାଙ୍କର ଇଜ୍ ଅଫ୍ ଡୁଇଂରେ ୭୯ ସ୍ଥାନ ଉପରକୁ ଉଠିଛି । ଭାରତରେ ଉନ୍ନତ ମାନବ ସମ୍ବଳ ରହିଛି । ବହୁତ ବଡ ଷ୍ଟାର୍ଟ ଅପ୍ ଇକୋ ସିଷ୍ଟମ ରହିଛ ।ଏହା ଦେଶରେ ନିବେଶ କରିବାର ସଠିକ ସମୟ । ନିବେଶ ହେଲେ ଥାଇଲାଣ୍ଡ ଓ ଭାରତ ମଧ୍ୟରେ ଆର୍ଥିକ ଭାଗିଦାରୀ ବୃଦ୍ଧି ପାଇବ । ଦେଶ ଥାଇଲାଣ୍ଡ ନିବେଶକଙ୍କୁ ମୁକ୍ତ ବାହୁରେ ସ୍ୱାଗତ କରିବ ବୋଲି ମୋଦୀ କହିଛନ୍ତି

Comments