ନୂଆଦିଲ୍ଲୀ, ୩/୧୧ : ଆସନ୍ତା ନଭେମ୍ବର ୧୭ ତାରିଖ ପୂର୍ବରୁ ମାନ୍ୟବର ସୁପ୍ରିମ୍କୋର୍ଟ ବହୁ ପ୍ରତୀକ୍ଷିତ ଅଯୋଧ୍ୟା-ବାବ୍ରି ମସଜିଦ୍ ମାମଲାର ଚୂଡ଼ାନ୍ତ ରାୟ ପ୍ରଦାନ କରିବେ । ଏଥିପୂର୍ବରୁ ଏହି ମାମଲାରେ ପକ୍ଷଭୁକ୍ତ ହୋଇଥିବା ମୁସଲିମ ସଂଗଠନଗୁଡ଼ିକ ମଧ୍ୟ ସେମାନଙ୍କ ସ୍ୱର ପରିବର୍ତ୍ତନ କରି ମାନ୍ୟବର ସୁପ୍ରିମ୍କୋର୍ଟ ଯେଉଁ ରାୟ ପ୍ରଦାନ କରିବେ ସମସ୍ତେ ତାକୁ ସମ୍ମାନ ଦେବା ଉଚିତ ବୋଲି କହିଛନ୍ତି । ପକ୍ଷଭୁକ୍ତ ମୁସଲିମ ସଂଗଠନର ଅନେକ ପଦାଧିକାରୀ, ମୌଲବୀ ଏବଂ ବୁଦ୍ଧିଜୀବୀମାନେ ଅଯୋଧ୍ୟା ମାମଲା ଉପର ଗତ ଶନିବାର ଏକ ବୈଠକ କରିଥିଲେ । ଅଲ୍ ଇଣ୍ଡିଆ ମୁସଲିମ ମଜଲିସ–ଏ– ମୁଶାୱାରତର ଅଧ୍ୟକ୍ଷ ନଭେଦ ହାମିଦ ଦ୍ୱାରା ଏହି ବୈଠକ ଆହୂତ ହୋଇଥିଲା । ଏହି ବୈଠକରେ ଜମୀୟତ ଉଲେମା–ଏ–ହିନ୍ଦର ଅଧ୍ୟକ୍ଷ ଅର୍ଶଦ ମଦନୀ, ରାଷ୍ଟ୍ରୀୟ ସଂଖ୍ୟାଲଘୁ ଆୟୋକର ପୂର୍ବତନ ଅଧ୍ୟକ୍ଷ ୱାଜହତ ହବୀବୁଲ୍ଲା, ପୂର୍ବତନ ସାଂସଦ ଶହିଦ ସିଦ୍ଦୀକୀ, ଜମାତ– ଏ–ଇସଲାମର ଅଧ୍ୟକ୍ଷ ସଆଦତୁଲ୍ଲା ହୁସୈନନୀ ଏବଂ ସାଂସଦ ଡା.ଜାଭେଦ ଓ ଇମ୍ରାନ ହାସନ ପ୍ରମୁଖ ସାମିଲ ହୋଇଥିଲେ ।

Comments
Post a Comment