କଟକ, ୪/୧୧ : ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଖିଳ ଭାରତୀୟ ଅଙ୍ଗନୱାଡ଼ି କର୍ମଚାରୀ ମହାସଂଘର ଆହ୍ୱାନକ୍ରମେ ସମଗ୍ର ଦେଶରେ ଅଙ୍ଗନୱାଡ଼ି କର୍ମଚାରୀମାନଙ୍କର ଏକଦିବସୀୟ ଦେଶବ୍ୟାପୀ ଆନ୍ଦୋଳନ କରାଯାଇ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଉଥିବା ଅବସରରେ ଆଜି ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡ଼ିଜ୍ ୱାର୍କରସ ଆସୋସିଏସନ୍, କଟକ ଜିଲ୍ଲା ତରଫରୁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ଧାରଣା କାର୍ଯ୍ୟକ୍ରମ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଂଘର ରାଜ୍ୟ ଅସଂଗଠିତ କ୍ଷେତ୍ର ପ୍ରମୁଖ ବସନ୍ତ କୁମାର ସାହୁ, କଟକ ଜିଲ୍ଲା ସଭାପତି ଗୌରାଙ୍ଗ ଚରଣ ରଥ, ଜିଲ୍ଲା ସମ୍ପାଦକ ଭାଗୀରଥି ବେହେରା, ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡ଼ିଜ୍ ୱାର୍କରସ ଆସୋସିଏସନ୍, କଟକ ଜିଲ୍ଲା ସଭାନେତ୍ରୀ ଗୀତାରାଣୀ ମହାନ୍ତି, ଜିଲ୍ଲା ସମ୍ପାଦିକା ଜ୍ୟୋତ୍ସ୍ନାରାଣୀ ସିଂ, ପ୍ରମିଳା ଦାସ, ସ୍ୱର୍ଣ୍ଣଲତା ସାହୁ, ପୁଷ୍ପଲତା ମହାନ୍ତି, ପ୍ରମୁଖ ଅଙ୍ଗନୱାଡ଼ି କର୍ମଚାରୀମାନଙ୍କର ବିଭିନ୍ନ ସମସ୍ୟା ଉପରେ ଉଦ୍ବୋଧନ ଦେଇଥିଲେ । ସଂଘର ଏକ ପ୍ରତିନିଧିମଣ୍ଡଳୀ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଦାବୀଗୁଡ଼ିକ ମଧ୍ୟରେ –ଅଙ୍ଗନୱାଡ଼ି କର୍ମୀ, ସହାୟିକା ଓ ମିନି ଅଙ୍ଗନୱାଡ଼ି କର୍ମଚାରୀମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରାଯାଉ । ଯେତେଦିନ ପର୍ଯ୍ୟନ୍ତ ଅଙ୍ଗନୱାଡ଼ି କର୍ମୀ, ସହାୟିକା ତଥା ମିନି ଅଙ୍ଗନୱାଡ଼ି କର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ କରାଯାଇନାହିଁ, ସର୍ବନିମ୍ନ ମାସିକ ୧୮,୦୦୦/- (ଅଠର ହଜାର ଟଙ୍କା) ଓ ସହାୟିକା ମାନଙ୍କ ପାଇଁ ୯,୦୦୦/- (ନଅ ହଜାର ଟଙ୍କା) ପ୍ରଦାନ କରାଯିବା, ସୁପରଭାଇଜର ପଦବୀକୁ କେବଳ ଅଙ୍ଗନୱାଡ଼ି କର୍ମୀଙ୍କଦ୍ୱାରା ପଦୋନ୍ନତି କରାଯାଉ । ମିନି ଅଙ୍ଗନୱାଡ଼ି କର୍ମୀଙ୍କୁ ଅଙ୍ଗନୱାଡ଼ି କର୍ମୀର ମାନ୍ୟତା ପ୍ରଦାନ କରିବା ସହିତ ସେହି କେନ୍ଦ୍ରରେ ଜଣେ ସହାୟିକା ନିଯୁକ୍ତି ଦେବାର ବ୍ୟବସ୍ଥା କରାଯିବା, ନୂତନ ଖାଦ୍ୟ ତାଲିକାର ମୂଲ୍ୟ ବୃଦ୍ଧି କରାଯାଉ । ସମସ୍ତ ସହରାଞ୍ଚଳରେ ଟି.ଏ. / ଡି.ଏ. ଲାଗୁ କରାଯିବା ସହିତ ଅଙ୍ଗନୱାଡ଼ି କେନ୍ଦ୍ର ପରିଚାଳନା ପାଇଁ ଘରଭଡ଼ା ପ୍ରତ୍ୟେକ ମାସରେ ପ୍ରଦାନ କରାଯିବା, ଗାଁ କଲ୍ୟାଣ ସମିତି କାର୍ଯ୍ୟଗୁଡ଼ିକରୁ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ବାଦ୍ ଦିଆଯିବା, ଗ୍ରୀଷ୍ମ ଦିନେ ୧ ମାସ ଗ୍ରୀଷ୍ମ ଛୁଟି ପ୍ରଦାନ କରାଯିବା, ଅଙ୍ଗନୱାଡ଼ି କର୍ମଚାରୀମାନଙ୍କୁ ଅବସରରେ ସମୟରେ ଗ୍ରାଚ୍ୟୁଟି ବାବଦକୁ ୨ ଲକ୍ଷ ଟଙ୍କା ପ୍ରଦାନ କରାଯାଉ । ତା\' ସହ ମାସିକ ୩,୦୦୦ (ତିନି ହଜାର) ଟଙ୍କା ଅବସରକାଳୀନ ଭତ୍ତା ଯୋଗାଇ ଦିଆଯିବା, ଅଙ୍ଗନୱାଡ଼ି କର୍ମୀ, ମିନୀ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନଙ୍କୁ ଓଡ଼ିଶା ନିର୍ମିତ ସମ୍ବଲପୁରୀ ଶାଢ଼ୀ ପ୍ରଦାନ କରାଯାଉ, ଯାହା ଫଳରେ ଓଡ଼ିଶାର ବୟନଶିଳ୍ପର ବିକାଶ ହେବ, ଯେଉଁ ଅଙ୍ଗନୱାଡ଼ି କର୍ମଚାରୀମାନେ ୧୫ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି କାର୍ଯ୍ୟ କରି ଆସିଛନ୍ତି ସେମାନଙ୍କୁ ବରିଷ୍ଠତାଭିତ୍ତିରେ ବେତନ ନିର୍ଦ୍ଧାରଣ କରାଯିବା, କାର୍ଯ୍ୟରତ ଅବସ୍ଥାରେ ଦୁର୍ଘଟଣାଜନିତ ମୃତ୍ୟୁବରଣ କଲେ ୫ ଲକ୍ଷ ଟଙ୍କା ଓ ସାଧାରଣ ମୃତ୍ୟୁବରଣ କଲେ ୨ ଲକ୍ଷ ଟଙ୍କା ପ୍ରଦାନ କରାଯିବା, ମମତା ଯୋଜନା ସଫଳତା ପାଇଁ କର୍ମୀମାନଙ୍କୁ ପ୍ରୋତ୍ସାହନ ରାଶି ୫୦୦ ଟଙ୍କା ଓ ସହାୟିକାମାନଙ୍କୁ ୨୦୦ ଟଙ୍କା ପ୍ରଦାନ କରାଯିବା ସହିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ସାମିଲ କରାଯିବା, କାର୍ଯ୍ୟରତ ସମୟରେ ମୃତ୍ୟୁବରଣ କଲେ ପରିବାରରୁ ଜଣକୁ ଚାକିରୀ ଦିଆଯିବା, ସବୁ ଅଙ୍ଗନୱାଡ଼ି କେନ୍ଦ୍ରକୁ ରନ୍ଧାନ ଗ୍ୟାସ୍ ଯୋଗାଇ ଦେବାର ବ୍ୟବସ୍ଥା କରାଯିବା, ଅଙ୍ଗନୱାଡ଼ିକର୍ମୀମାନଙ୍କର ଅଭିଜ୍ଞତାକୁ ଅଗ୍ରାଧିକାର ଦେଇ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗରେ ନିଯୁକ୍ତି ଦିଆଯିବା, ଆଜି ପର୍ଯ୍ୟନ୍ତ ଯେଉଁ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନଙ୍କୁ ୬୦ ବର୍ଷ ବୟସରେ ଚାକିରୀରୁ ଅବସର ଦିଆଯାଇଛି ସେମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ୨ ଲକ୍ଷ ଟଙ୍କା ପ୍ରଦାନ କରାଯିବା ଆଦି ଅନ୍ତର୍ଭୁକ୍ତ ଅଟେ ।

Comments
Post a Comment