ଲକ୍ଷେ୍ନø, ୨/୧୧ : ଆସନ୍ତା ନଭେମ୍ବର ୧୭ ତାରିଖରେ ରାମ ଜନ୍ମଭୂମି-ବାବ୍ରୀ ମସଜିଦ୍ ମାମଲର ଚୂଡ଼ାନ୍ତ ରାୟ ମାନ୍ୟବର ସୁପ୍ରିମ୍କୋର୍ଟ ପ୍ରକାଶ କରିବେ । ତେବେ ଏଥିପୂର୍ବରୁ ଭଗବାନ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାର ଜନସାଧାରଣ ଏବଂ ବିଭିନ୍ନ ଆଖଡ଼ାର ସାଧୁସନ୍ଥଙ୍କ ମଧ୍ୟରେ ଅସୀମ ଉତ୍ସାହ ଦେଖିବାକୁ ମିଳିଛି । ସେପଟେ ଯୋଗୀ ସରକାର ମଧ୍ୟ ହିନ୍ଦୁଙ୍କ ସପକ୍ଷରେ ମାନ୍ୟବର ସୁପ୍ରିମ୍କୋର୍ଟଙ୍କ ରାୟ ପ୍ରଦାନକୁ ନେଇ ବେଶ୍ ଆଶାବାଦୀ ଥିବା ଜଣାପଡ଼ୁଛି । ପ୍ରଭୁ ଶ୍ରୀରାମଙ୍କ ନାମରେ ଅଯୋଧ୍ୟାରେ ପର୍ଯ୍ୟଟନ ଶିଳ୍ପକୁ ଆହୁରି ବ୍ୟାପକ ଓ ପ୍ରସାର କରିବା ଲାଗି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତତ୍ପର ହୋଇପଡ଼ିଛନ୍ତି । ଏହି ମର୍ମରେ ସେଠାରେ ୪୪୦ କୋଟି ଟଙ୍କାର ଜମି କ୍ରୟ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ସ୍ଥିର କରି ଏନେଇ ଏକ ଜରୁରୀକାଳୀନ ବୈଠକ ଆହ୍ୱାନ କରିଛନ୍ତି । ଅଯୋଧ୍ୟାର ସମ୍ପୂର୍ଣ୍ଣ ବିକାଶ ଲାଗି ଉତ୍ତର ପ୍ରଦେଶ ସରକାର ୪୪୭.୪୬ କୋଟି ଟଙ୍କାର ବ୍ୟୟ ମଞ୍ଜୁର କରିଛନ୍ତି । ଏହାର ଉପଯୋଗ ମୀରାପୁର ଅଞ୍ଚଳରେ ୬୧.୩୮ ହେକ୍ଟର ଜମି କ୍ରୟ ନିମନ୍ତେ କରାଯିବ । ସରଜୂ ନଦୀ କୂଳରେ ଥିବା ଜମିରେ ଭଗବାନ ଶ୍ରୀରାମଙ୍କ ୨୫୧ ମିଟର ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି ସ୍ଥାପନା କରାଯିବାକୁ ଯୋଗୀ ସରକାର ସ୍ଥିର କରିଛନ୍ତି । ଏହା ବିଶ୍ୱର ସର୍ବୋଚ୍ଚ ପ୍ରତିମା ହେବ । ଏତଦ୍ବ୍ୟତୀତ ମଞ୍ଜୁର ଅର୍ଥରାଶିରେ ରାଜ୍ୟର ପର୍ଯ୍ୟଟନ ଶିଳ୍ପର ବିକାଶ, ଅଯୋଧ୍ୟାର ସୌନ୍ଦର୍ଯ୍ୟକରଣ, ଡିଜିଟାଲ ସଂଗ୍ରହାଳୟ, ଇଣ୍ଟରପ୍ରିଟେସନ ସେଣ୍ଟର, ଲାଇବ୍ରେରୀ,ପାର୍କିଂ, ଫୁଡ୍ ପ୍ଲାଜା, ଲ୍ୟାଣ୍ଡସ୍କେପିଂ ଏବଂ ଅନ୍ୟାନ୍ୟ ସୁବିଧା ପର୍ଯ୍ୟଟକମାନଙ୍କୁ ଉପଲବ୍ଧ କରାଯିବ ବୋଲି ଆହୂତ ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଷ୍ପତ୍ତି ନେଇଛନ୍ତିି ।
Comments
Post a Comment