ଭୁବନେଶ୍ୱର,୪ା୧୧: କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଦୃଢ ଇଚ୍ଛା ଶକ୍ତି ଅ ।ଗରେ ସବୁ ବାଧାବିଘ୍ନ ହାର ମାନିନିଏ । ଅ ।ଉ ଏହି ଉକ୍ତିଟିକୁ ପ୍ରମାଣିତ କରିଛନ୍ତି ଅନୁଗୁଳର ଜଣେ ବ୍ୟାଗ୍ ବିକାଳୀଙ୍କ ପୁଅ ଶୁଭ୍ରାଂଶୁ । ବାପା ସିନା ବ୍ୟାଗ ବିକି ପରିବାର ଚଳାଉଛନ୍ତି ହେଲେ ଦୃଢମନା ପୁଅ କଠିନ ପରିଶ୍ରମ ବଳରେ ଏକ ପ୍ରକଳ୍ପ ପ୍ରସ୍ତୁତ କରି ଜିତିଛନ୍ତି ନାସା ବୈଜ୍ଞାନିକଙ୍କ ହୃଦୟ । ବାପା ବ୍ୟାଗ ବିକାଳୀ, କିନ୍ତୁ ପୁଅକୁ ବଡ଼ କରିବାର ଅ ।ଶାୟ ଅନୁଗୁଳ ହୁଳୁରୁସିଙ୍ଗାର ଲକ୍ଷ୍ମଣ ନାଏକ ଓ ସୁଲୋଚନା ନାୟକଙ୍କ ପୁଅ ଶୁଭ୍ରାଂଶୁ ଯିବେ ନାସା । କଥାଟା ଅ ।ଶ୍ଚର୍ଯ୍ୟ ଲାଗୁଥିଲେ ବି ସତ କିନ୍ତୁ ପୁଅ ନିଜର କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ନାସାରେ ସ୍ଥାନ ପାଇବ ତାଙ୍କ ଦ୍ୱାରା ନିର୍ମିତ ମାଭିକ ପ୍ରକଳ୍ପ । ବୈଜ୍ଞାନିକଙ୍କ ହୃଦୟ ଜିତି ନାସା ଯିବେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ନବମ ଶ୍ରେଣୀର ଛାତ୍ର ଶୁଭ୍ରାଂଶୁ ନାୟକ । ମାଭିକ ଏମିତି ଏକ ପ୍ରକଳ୍ପ ଏହା ଗୁଗୁଲ ମ୍ୟାପ ଦ୍ୱାରା ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପହଂଚିବା ସହ ଅ ।କାଶ ମାର୍ଗରେ ଯାଇ ଦୁର୍ଗମ ଅଂଚଳ,ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ଯୋଗାଇବ । ଯେଉଁ ସବୁ ସ୍ଥାନକୁ ଡାକ୍ତର ଯିବା ସମ୍ଭବ ହୋଇନଥାଏ ସେଠାକୁ ମାଭିକ ଡ୍ରୋନ୍ ଯାଇ ଫାଷ୍ଟ ଏଡ଼ ଧରି ଘଟଣା ସ୍ଥାନରେ ପହଂଚିବା ସହ କ୍ୟାମେରା ରେ ଡାକ୍ତରଙ୍କୁ ଦେଖିପାରିବା ସହ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କରି ପାରିବେ । ମାଭିକ ପ୍ରକଳ୍ପ ଶୁଭ୍ରାଂଶୁ କୁ ନାସା ପର୍ଯ୍ୟନ୍ତ ବାଟ କଢ଼ାଇଛି । ମାତ୍ର ୬୫ ହଜାର ଟଙ୍କା ପ୍ରକଳ୍ପ ବାବଦକୁ ଖର୍ଚ୍ଚ ହୋଇଥିବା ବେଳେ ଏହାକୁ ପ୍ରସ୍ତୁତ କରିବା ପାଇଁ ୩ ମାସ ଲାଗିଛି । ପ୍ରକଳ୍ପ ପ୍ରସ୍ତୁତ ପରେ ଶୁଭ୍ରାଂଶୁ ନିଜ ପ୍ରକଳ୍ପକୁ ନାସାର ସ୍ପେସ ସେଟେଲମେଣ୍ଟ ୱେବସାଇଟରେ ଅପଲୋଡ଼ ପରେ ମନୋନୀତ କରିଛି ନାସାୟ ଭାରତରୁ ୨ ଜଣଙ୍କ ସମେତ ଶୁଭ୍ରାଂଶୁ ଓ ବିଶ୍ୱରେ ୧୩୮ ଜଣ ପ୍ରତିଯୋଗୀ ୱାସିଂଟନର ସ୍ପେସ ସେଟେଲମେଣ୍ଟରେ ଡିସେମ୍ବର ୧ରେ କାର୍ଯ୍ୟକ୍ରମ ହେବ । ଏଥିରେ ଶଭ୍ରାଂଶୁ ଭାଗ ନେଇଥିବାରୁ ପରିବାର ଲୋକେ ଓ ସ୍କୁଲର ସମସ୍ତେ ଖୁସି ବ୍ୟକ୍ତ କରିଛନ୍ତିୟ ଚଳିତ ମାସ ୨୩ ତାରିଖରେ ଶୁଭ୍ରାଂଶୁ ଯିବେ ନାସା । ନାସା ପାଇଁ ପାସପୋର୍ଟ ପ୍ରସ୍ତୁତ , ଅନୁଗୋଳର ଛାତ୍ର ଶୁଭ୍ରାଂଶୁ ତାଙ୍କ ଦ୍ୱାରା ପ୍ରସ୍ତୁତ ନାସାରେ ସ୍ଥାନ ପାଇବ ମାଭିକ ପ୍ରକଳ୍ପ ଅନ୍ୟପ୍ରତିଯୋଗୀକୁ ପଛରେ ପକାଇ ବାଜି ମାରି ଅନୁଗୋଳ ଓ ଦେଶର ଗୌରବ ଅର୍ଜନ କରିପାରିବେ କି ଶୁଭ୍ରାଂଶୁ ତାହା ସମୟ ସ୍ପଷ୍ଟ କରିବ ।

Comments
Post a Comment