ଭାରତୀୟ ଶିକ୍ଷା ଦ୍ୱାରା ଜ୍ଞାନବର୍ଦ୍ଧନ ହୁଏ କେବଳ ଜୀବନ ଯାପନ ପାଇଁ ନୁହେଁ : ଅନିରୁଦ୍ଧ ଦେଶପାଣ୍ଡେ



ନୂଆଦିଲ୍ଲୀର ନର୍ଥ କ୍ୟାମ୍ପସ କନ୍ଫରନେସ ସେଂଟରରେ ଗତ ନଭେମ୍ବର ୨ ତାରିଖରୁ ୪ ତାରିଖ ପର୍ଯ୍ୟନ୍ତ ୟୁଥ୍ ୟୁନିଟ୍ ଫର ଭିଜନ ଏଣ୍ଡ  ଏକ୍ସନ (ୟୁବା)ର  ତିନି ଦିବସୀୟ ବାର୍ଷିକ ସମାବେଶ ଅନୁଷ୍ଠିତ ହୋଇ ଯାଇଛି ।
ଏହି କାର୍ଯ୍ୟକ୍ରମରେ ଜାଗ୍ରତ ଭାରତ, ଭାରତୀୟ ସ୍ୱାଧୀନତା ଆନ୍ଦୋଳନ, ଭାରତୀୟ ଶିକ୍ଷା, ରାଷ୍ଟ୍ରୀୟ ନାଗରୀକ ପଂଜିକରଣ ଆଦି ବିଷୟରେ ଚର୍ଚ୍ଚା ଆଲୋଚନା ହୋଇଥିଲା ।
 ଉଦ୍ଯାପନୀ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ସଂପର୍କ ପ୍ରମୁଖ ଡ. ଅନିରୁଦ୍ଧ ଦେଶପାଣ୍ଡେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଭାରତୀୟ ଶିକ୍ଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସଂପର୍କରେ ପ୍ରକାଶ କରିଥିଲେ ।  ସେ କହିଥିଲେ ଯେ, ଭାରତର ଶିକ୍ଷା  କେବଳ ଜୀବନ ଯାପନ ପାଇଁ  ନୁହେଁ ଏହା ଜ୍ଞାନବର୍ଦ୍ଧନ ପାଇଁ ଉର୍ଦ୍ଦିଷ୍ଟ । ରାଷ୍ଟ୍ରର ନିୟତି ଶିକ୍ଷାନୁଷ୍ଠାନର ଶ୍ରେଣୀ ଗୃହରେ ବସିଥିବା  ଲୋକଙ୍କ ହାତରେ । 

Comments