ନୂଆଦିଲ୍ଲୀ, ୩/୧୧ : ଆସାମରେ ନିକଟରେ ସମ୍ପନ୍ନ ହୋଇଥିବା ସେଠାକାର ମୂଳ ଅଧିବାସୀଙ୍କ ପ୍ରମାଣପତ୍ର ଯାଞ୍ଚ କାର୍ଯ୍ୟକ୍ରମ ଆସାମ ନ୍ୟାସନାଲ ରେଜିଷ୍ଟ୍ରର ଅଫ୍ ସିଟିଜେନ (ଏନ୍ଆର୍ସି)କୁ ନେଇ ବିଗତ ଦିନଗୁଡ଼ିକରେ ଏବଂ ଏବେ ମଧ୍ୟ ବିଜେପି ଓ ତା’ର ସହଯୋଗୀ ଦଳଗୁଡ଼ିକ ବ୍ୟତୀତ ଅନ୍ୟାନ୍ୟ ବିରୋଧୀ ରାଜନୈତିକ ଦଳ, କେତେକ ଗଣମାଧ୍ୟମ ପକ୍ଷରୁ ଜୋରସୋରରେ ସମାଲୋଚନା କରାଯାଉଛି । କେନ୍ଦ୍ର ସରକାର ଏହାକୁ ଆସାମରେ ରାଜନୈତିକ ଅଭିସନ୍ଧି ରଖି ପ୍ରଚଳନ କରିଛନ୍ତି ବୋଲି କୁହାଯାଉଛି । ମାତ୍ର ବିରୋଧୀ ଓ ବିଭ୍ରାନ୍ତକର ତଥ୍ୟ ରଖିପାରୁଥିବା ବିଭିନ୍ନ ଗଣମାଧ୍ୟମଗୁଡ଼ିକଙ୍କ ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରି ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଏନ୍ସିଆର୍ ବ୍ୟବସ୍ଥାକୁ ସମର୍ଥନ କରିଛନ୍ତି । ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏହା କେବଳ ଏକ ଦସ୍ତାବିଜ ନୁହେଁ । ଏଥିରେ ସ୍ଥାନ ପାଇନଥିବା ୧୯ ଲକ୍ଷ ବା ପାଇଥିବା ୪୦ ଲକ୍ଷ ଲୋକଙ୍କ ବିଷୟରେ କୌଣସି ସର୍ଭେ ନୁହେଁ ବରଂ ଏହା ଆମର ଭବିଷ୍ୟତର ଦସ୍ତାବିଜ ଅଟେ । ଗୋଟିଏ ସମୟରେ ଆସାମରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ମାତ୍ରାଧିକ ବୃଦ୍ଧି ପାଇଥିଲାବେଳେ ସେହି ଶରଣାର୍ଥୀମାନଙ୍କୁ ଚିହ୍ନଟ କରିବା ଲାଗି ଏନ୍ଆର୍ସି କେନ୍ଦ୍ର ସରକାରଙ୍କ ଏକ ବଳିଷ୍ଠ ପଦକ୍ଷେପ ଅଟେ ।

Comments
Post a Comment