ଗ୍ରାମ୍ୟ ଅର୍ଥନିତୀକୁ ଗୋ-ପାଳନ ସୁଦୃଢ କରିଥାଏ


ରାଜନଗର, ୪ା୧୧ : ରାଜନଗର ବ୍ଲକ ମହିଁଷାସୁର ସୁରଭି ପଡିଆରେ ଛାଲିଥିବା ଗୋ- ନବରାତ୍ର ମହୋତ୍ସବର ସପ୍ତମ ଦିବସ ଅନୁଷ୍ଠିତ ହୋଇଯାଇଛି । ସ୍ୱାମୀ ସମର୍ପଣାନନ୍ଦ ଗିରି ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ରାଜ୍ୟ ସୂଚନା, ବୈଷୟିକ, ଯୁବ ଓ କ୍ରୀଡା ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା ଯୋଗଦେଇ ଗ୍ରାମ୍ୟ ଅର୍ଥନୀତିକୁ ଗୋ-ପାଳନ ସୁଦୃଢ କରିଥାଏ ବୋଲି କହିଥିଲେ । ଆଧୁନିକ ଯୁଗରେ ଆମେ କେବଳ ଗୋ-ମାତାର ଅର୍ଥନୈତିକ ଦିଗକୁ ପ୍ରାଧାନ୍ୟ ଦେଉଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କହିଥିଲେ । ରାଜନଗର ବିଧାୟକ ଧୃବ ସାହୁ ଯୋଗଦେଇ ଯୁଗଯୁଗ ଧରି ମାନବ ସଭ୍ୟତା ସହିତ ଗୋ-ମାତା ଯୋଡି ହୋଇରହିଛନ୍ତି । ଗୋ-ମାତାଙ୍କ ଶକ୍ତି ସଂପର୍କରେ ଅବତାରଣା କରି ଋଷି ବଶିଷ୍ଟ ଓ ରାଜା ବିଶ୍ୱାମିତ୍ରଙ୍କ ଉପସ୍ଥାନ ଉପାଖ୍ୟାନ କରିଥିଲେ । ଶ୍ରୀମଦ୍ ବାୟା ସଂପ୍ରଦାୟର ବିପିନ ବାବା ଯୋଗଦେଇ ଗ୍ରାମ୍ୟ ସଂସ୍କୃତିରେ ସହରୀ ସଭ୍ୟତା ଧସେଇ ପଶିବା ଫଳରେ ସାମାଜିକ ବିଶୃଙ୍ଖଳା ବଢୁଛି ବୋଲି କହିଥିଲେ । ମଣିଷ ପାମ୍ପରିକ ବିଧି ବ୍ୟବସ୍ଥାକୁ ଭୁଲି ଯିବା ଦ୍ୱାରା ବିଭିନ୍ନ ରୋଗର ଶୀକାର ହୋଇ ମୃତ୍ୟୁମୁଖରେ ପଡୁଛନ୍ତି । କ୍ରାନ୍ତୀ ବାବା ଯୋଗଦେଇ ଦେଶୀ ଗାଈର ଘୃତକୁ ନାକରେ ପକାଇଲେ ଘୁଙ୍ଗୁଡି ହେବ ନାହିଁ । ପରିପୂର୍ଣ୍ଣା ନନ୍ଦ ଯୋଗଦେଇ ଗୋ-ମାତାଙ୍କ ପାଇଁ ଭାରତୀୟ ସଭ୍ୟତା ସଂସ୍କୃତି ବଂଚି ରହିଛି ବୋଲି କହିଥିଲେ । ବରିଷ୍ଠ ସାମ୍ବାଦିକ ଭାଷ୍କର ରାଉତରାୟ ଯୋଗଦେଇ ଗୋ-ମାତାର ପୂଜା କଲେ ସାମାଜିକ ଶୃଙ୍ଖଳା ବଜାୟ ରହିବ ବୋଲି କହିଥିଲେ । ଏହି ଅବସରରେ ଅହୋରାତ୍ର ନାମସଂକୀର୍ତନ, ଗୋ-ମାତା ପୂଜା, ଗୋ-ଜପଯଜ୍ଞ, ସୁରଭି ଯଜ୍ଞ, ସୁରଭି ଜପଯଜ୍ଞ, ଭାଗବତ କଥାଯଜ୍ଞ ଓ ଅନ୍ନ ଯଜ୍ଞ ଅନୁଷ୍ଠିତ ହେଉଛି । ଏହି କାର୍ଯ୍ୟକ୍ରମରେ ହଜାର ହଜାର ଶ୍ରଦ୍ଧାଳୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଯୋଗଦାନ କରୁଛନ୍ତି ।

Comments