ଆତଙ୍କବାଦ ଓ ଜଳବାୟୁ ପ୍ରସଙ୍ଗରେ ଭାରତ ବିଶ୍ୱର ନେତୃତ୍ୱ ନେବ


ନୂଆଦିଲ୍ଲୀ, ୧୭/୧୧  : ଦାରିଦ୍ର‌୍ୟତା ମୂଳୋତ୍ପାଟନ, ଆତଙ୍କବାଦ ଓ ଜଳବାୟୁ ପ୍ରସଙ୍ଗରେ ଆଗାମୀ ଦିନରେ ଭାରତ ବିଶ୍ୱର ନେତୃତ୍ୱ ନେବ ବୋଲି ଚଣ୍ଡିଗଡ଼ରେ ‘ଗ୍ଲୋବାଲ ଲ’ କନଫରେନ୍ସ ଅନ୍ ଏନଭାୟରମେଣ୍ଟ ଲ’, ଚ୍ୟାଲେଞ୍ଜ ଆଣ୍ଡ ସଲ୍ୟୁସନ’ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲ ମତବ୍ୟକ୍ତ କରିଛନ୍ତି  । ଏହି ଅବସରରେ ଜଳବାୟୁର ସୁରକ୍ଷା ନେଇ କେନ୍ଦ୍ର ସରକାର ପ୍ରତିବଦ୍ଧ ଅଛନ୍ତି ଏବଂ ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଗୋଏଲ କହିଥିଲେ  । ସମାଜର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପରିବେଶ ଓ ବିକାଶ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ନିହାତି ଜରୁରୀ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଗୋଏଲ୍ ମତବ୍ୟକ୍ତ କରିଥିଲେ  । ତେବେ ପରିବେଶକୁ ସ୍ୱଚ୍ଛ ଓ ବାୟୁମଣ୍ଡଳକୁ ନିର୍ମଳ ରଖିବା ଲାଗି ଏବେ ଦେଶରେ ବ୍ୟାଟେରୀ ଦ୍ୱାରା ଚାଳିତ ଇ-ଯାନଗୁଡ଼ିକର ନିର୍ମାଣ ଓ ପ୍ରଚଳନ ଉପରେ ଗୁରୁତ୍ୱ ଦିଆଯାଉଛି  । ଏହାଦ୍ୱାରା ପରିବେଶ ଓ ଜଳବାୟୁ ସ୍ୱଚ୍ଛ ରହିବା ସହ ପେଟ୍ରୋଲ ଓ ଡିଜେଲ କ୍ରୟ ବାବଦକୁ ବ୍ୟୟ ହେଉଥିବା କୋଟି କୋଟି ଟଙ୍କାକୁ ସଂଚୟ କରାଯାଇପାରିବ ବୋଲି ଶ୍ରୀ ଗୋଏଲ୍ କହିଛନ୍ତି  । ସେହିପରି ଦେଶରେ ରେଳ ନେଟୱାର୍କକୁ ମଧ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ବିଦ୍ୟୁତୀକରଣ କରାଯିବା ଉପରେ ମଧ୍ୟ କେନ୍ଦ୍ର ସରକାର ବିଚାର କରୁଛନ୍ତି ବୋଲି ସେ କହିଛନ୍ତି  ।

Comments

Post a Comment