କିଛି ଲୋକ ଜମ୍ମୁ-କାଶ୍ମୀରରେ ଏବେ ବି ଆତଙ୍କବାଦ ଚାଲୁ ରଖିବାକୁ ଚେଷ୍ଟା ଚଳାଇଛନ୍ତି


ଶ୍ରୀନଗର, ୩/୧୧  : ଉତ୍ତର କାଶ୍ମୀରର ବାରାମୂଲା ଜିଲ୍ଲାର ସୋପାରୋରେ ସୁରକ୍ଷାକର୍ମୀମାନେ ଜଣେ ଲଦସ୍କର ଆତଙ୍କବାଦୀକୁ ଗିରଫ କରିବା ସହ ତା’ଠାରୁ ଅସ୍ତ୍ରଶସ୍ତ୍ର ଜବତ କରିଥିଲେ  । ପୁଲିସ ପାଇଁ ଏହା ଏକ ବଡ଼ ସଫଳତା ବୋଲି କହିବା ସହ ଜମ୍ମୁ-କାଶ୍ମୀରରେ ଏବେ ବି କିଛି ଲୋକ ଆତଙ୍କବାଦକୁ ଚାଲୁ ରଖିବାକୁ ଚେଷ୍ଟା କରୁଛନ୍ତି ବେଲି ଜମ୍ମୁ-କାଶ୍ମୀର ପୁଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି  । ଗିରଫ ଆତଙ୍କବାଦୀର ନାମ ଦାନିଶ ଚନ୍ନା ହୋଇଥିଲାବେଳେ ସେ ବାରାମୂଲାର ବାସିନ୍ଦା ବୋଲି ଡିଜିପି ଶ୍ରୀ ସିଂହ କହିଛନ୍ତି  । ସଜାଦ ହୈଦାର ନାମକ ଜଣେ ଆତଙ୍କୀ କମାଣ୍ଡର ଏହି ଅଞ୍ଚଳରେ ଆତଙ୍କବାଦକୁ ଚାଲୁ ରଖିବାକୁ ଚେଷ୍ଟା କରୁଛି  । ସେ କିଛି ସ୍ଥାନୀୟ ଯୁବକଙ୍କୁ ‘ଜେହାଦ’ ନାମରେ ଉସ୍କାଇ ଆତଙ୍କବାଦୀ ଗୋଷ୍ଠୀରେ ସାମିଲ କରୁଛି  । ଗିରଫ ଦାନିଶ ସେହି ପଥଭ୍ରଷ୍ଟ ଯୁବକଙ୍କ ମଧ୍ୟରୁ ଜଣେ ହୋଇଥିଲାବେଳେ ସେ ଏବେ ଗିରଫ ହୋଇ ସଜାଦ ସମ୍ପର୍କରେ ବହୁତ କିଛି କହିସାରିଛି  । ତେବେ ବହୁତ ଶୀଘ୍ର ସୁରକ୍ଷାକର୍ମୀମାନେ ସଜାଦକୁ ଗିରଫ କରିବେ ବୋଲି ଡିଜିପି ଶ୍ରୀ ସିଂହ କହିଛନ୍ତି  । ପ୍ରକାଶ୍ୟ ଯେ, ଇତିମଧ୍ୟରେ ଘାଟୀରେ ଜୀବନଯାପନ ସ୍ୱାଭାବିକ ହେବା ସହ ଉଭୟ ଜମ୍ମୁ-କାଶ୍ମୀର ଓ ଲଦାଖରେ ଲେଫନାଣ୍ଟ ଗଭର୍ଣ୍ଣରଙ୍କୁ କେନ୍ଦ୍ର ସରକାର ନିଯୁକ୍ତି ଦେଇସାରିଛନ୍ତି  ।

Comments