ପଣ୍ଡିତ ନୀଳକଣ୍ଠ ଦାସ


ପଣ୍ଡିତ ନୀଳକଣ୍ଠ ଦାସ
ଡ଼ଃ.ଅରୁନ୍ଧତୀ ଦେବୀ

୧୮୮୪ ମସିହା, ଅଗଷ୍ଟ ୫ ତାରିଖରେ ପୁରୀ ଜିଲ୍ଲାର ରାମଚନ୍ଦ୍ରପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ପଣ୍ଡିତ ନୀଳକଣ୍ଠ ଦାସ  । ସତ୍ୟବାଦୀ ଯୁଗର ପଞ୍ଚସଖାଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ  । ଜଣେ ବକ୍ତା, ରାଜନୀତିଜ୍ଞ, ସମାଜ ସଂସ୍କାରକ ଓ ଦେଶଭକ୍ତ ଭାବେ ତାଙ୍କର ଅବଦାନ ବେଶ୍ ଗୁରୁତ୍ୱପୂର୍ଣ୍ଣ  । ସେ ଉତ୍ତମ ଲେଖକ ମଧ୍ୟ ଥିଲେ  । କୋଲକାତା ବିଶ୍ୱବିଦ୍ୟାଳୟରୁ ଏମ୍.ଫିଲ କରିଥିବା ନୀଳକଣ୍ଠ ବ୍ରିଟିଶ ସରକାରଙ୍କ ତରଫରୁ ଦିଆଯାଇଥିବା ଆକର୍ଷଣୀୟ ଚାକିରିକୁ ପାଦରେ ଆଡ଼େଇ ଦେଇଥିଲେ  । ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବେ ସେ ନିୟୋଜିତ ହୋଇଥିଲେ  । ନୀଳକଣ୍ଠଙ୍କ ନାମକୁ ସାଥର୍କ କରି ସେ ଶିଶୁଟି ଠିକ୍ ଯୋଗୀ ଶିବଙ୍କ ସଦୃଶ ତାଙ୍କର ଜୀବନ-ପଥରେ ଗତି ଡ଼ଃ.ଅରୁନ୍ଧତୀ ଦେବୀ କରିଥିଲେ । ନୀତି-ନିୟମ, ସାଧନା-ସଂଯମ, ଶୃଙ୍ଖଳା-ସମନ୍ୱୟକୁ ଜୀବନରେ ଅଙ୍ଗୀଭୂତ କରିନେବା ଥିଲା ତାଙ୍କର ଚିରାଚରିତ ଧାରା । ତାଙ୍କର କପାଳ ପ୍ରଦେଶ ଥିଲା ପ୍ରଶସ୍ତ । ନାକ ଥିଲା ସମୁନ୍ନତ । ଦୃଷ୍ଟିଶକ୍ତି ଥିଲା ତୀକ୍ଷ୍ଣ ଓ ଶାଣିତ । ଶ୍ମଶ୍ରୁଆଚ୍ଛାଦିତ ମୁଖମଣ୍ଡଳ ଥିଲା ଶାନ୍ତ ଓ ସ୍ନେହପ୍ରବହଣ । ସେ ଥିଲେ ଶୃଙ୍ଖଳା - ସଂଯମର ଏକ ଜୀବନ୍ତ ଶିଳାଲିପି । ତାଙ୍କର ସଂବେଦନଶୀଳ ଆତ୍ମା ଅନ୍ୟର ଦୁଃଖ ଦୁର୍ଦ୍ଦଶା ଦେଖି ବିଚଳିତ ହୋଇପଡ଼ୁଥିଲା । କୋଣାର୍କ ଯାତ୍ରୀ ବାଳକମାନଙ୍କ ପ୍ରତି ତାଙ୍କର କୋଣାର୍କେ କାବ୍ୟର ଉପୋଦ୍ଘାତରେ ତାଙ୍କର ବର୍ଣ୍ଣନା ପ୍ରାଣସ୍ପର୍ଶୀ । \"କି କରାଳ ଆଜି ରଜନୀ? ବହେ ଝଂଜା ପବନ, ତରା ନ ଦିଶଇ ଗଗନେ, ଶୁଭେ ଘନ ଗର୍ଜ୍ଜନ । ମୂଳଷଧାରାରେ ଝଟିକା ଦିଏ କଚାଡ଼ି କେବେ, ଶୋଇ ପଡ଼ିଛ ତ ବାପା ହେ ଜାଣୁ ନଥିବ ଲବେ । ଆଜି ଯେ କୁଆଁର ପୁନିଅଁ କେତେ ସୁଖ ଶରଧା, ମାଆ ଭଉଣୀଙ୍କ ଆଦର, ନବ ବସନ ପିନ୍ଧା । ମନେ ପଡ଼ୁ ନାହିଁ ବାବୁ ହେ ଲାଗି ଯାଇଛି ନିଦ, ମାଆଭଉଣୀଏ ଭବନେ ଭଜିଥିବେ ବିଷାଦ । ଲୁଗାରେ ହଳଦି ଲଗାଇ ଚାହିଁ ଥିବେ ଜନନୀ, ପିଠାପଣା ଖାଉ ନଥିବ ସୁଖେ ଆଜି ଭଗିନୀ ।\' ୧୯୦୪ ମସିହାରେ ପୁରୀ ସହରରେ ମଧୁ ବାବୁଙ୍କର ପୌରୋହିତ୍ୟ ଏକ ସଭା ଅନୁଷ୍ଠିତ ହେଲା । ଏହା ଥିଲା ସ୍ୱଦେଶୀ ଆନ୍ଦୋଳନର ପ୍ରାରମ୍ଭିକ ପର୍ବ । ସ୍ୱଦେଶୀ ଆନ୍ଦୋଳନରେ ଯୋଗଦେବା ପାଇଁ ମଧୁସୂଦନ ଦସ୍ତଖତ ମାଗିଲେ । ବହୁ ସଂଖ୍ୟକ ପୁଲିସ୍ ସେଠାରେ ଉପସ୍ଥିତ ଥିଲେ । ତେଣୁ ସବୁ ଲୋକ ନୀରବ ରହିଲେ । ମାତ୍ର ୨୦ ବର୍ଷର ତରୁଣ ନୀଳକଣ୍ଠ ହିଁ କେବଳ ଦସ୍ତଖତ ଦେଇଥିଲେ । ତାରୁଣ୍ୟରୁ ସେ ଥିଲେ ଦୃଢ଼ମନା । ବଙ୍କିମଚନ୍ଦ୍ରଙ୍କର \"ଆନନ୍ଦ ମଠ\'ର ପ୍ରଭାବ ନୀଳକଣ୍ଠଙ୍କୁ ବ୍ରହ୍ମାରୀ ଜୀବନ ଯାପନ ପ୍ରତି ସମାକୃଷ୍ଟ କରିଥିଲା । ସେ ହୃଦୟଙ୍ଗମ କରିଥିଲେ ପାରିବାରିକ ଜୀବନର ଜଞ୍ଜାଳଭିତରେ ସେ ପଥଭ୍ରଷ୍ଟ ହେବେ । ମାତ୍ର ବୃଦ୍ଧ ପିତାଙ୍କର କୁଳରକ୍ଷା ନିମିତ୍ତ ବିକଳ ଆବେଦନରେ ଗୋପବନ୍ଧୁ ପ୍ରଭାବିତ ହୋଇ ନୀଳକଣ୍ଠଙ୍କୁ ସଂସାରୀ ଜୀବନ ଯାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଣ୍ଟ୍ରାନ୍ସ ପରୀକ୍ଷାର ଅôବ୍ୟବହିତ ପୂର୍ବରୁ ୧୯୦୫ ମସିହା ଫେବୃଆରୀ ୫ ତାରିଖରେ ନୀଳକଣ୍ଠଙ୍କର ରାଧାରାଣୀଙ୍କ ସହିତ ବିବାହ ସମ୍ପନ୍ନ ହୋଇଥିଲା । ଏହି ବିବାହୋତ୍ସବ ବୈଦିକରୀତିରେ ସମ୍ପନ୍ନ ହୋଇଥିଲା । ନୀଳକଣ୍ଠ ଥିଲେ ସ୍ୱାଭିମାନୀ, ଆତ୍ମମର୍ଯ୍ୟାଦାସମ୍ପନ୍ନ । ନୀଳକଣ୍ଠଙ୍କର ବିବାହ ପ୍ରସଙ୍ଗରେ ଜଣେ ଲୋକ ତାଙ୍କ ନନାଙ୍କୁ ପ୍ରସ୍ତାବ ଦେଲେ, \"ସଙ୍ଗେ ସଙ୍ଗେ ଚାରି ହଜାର ଟଙ୍କା ନିଅ । ପୁଅପାଇଁ ନିର୍ବନ୍ଧକର । ଅନେକ ଅଳଙ୍କାର ଓ ଜିନିଷ ପାଇବ । ତା\'ପରେ ସେ ପୁଅକୁ ସେ ଯେ ପର୍ଯ୍ୟନ୍ତ ଚାହିଁବ ସେ ପର୍ଯ୍ୟନ୍ତ ପଢ଼ାଇବେ ।\' ମାତ୍ର ନୀଳକଣ୍ଠ ତାହା ପ୍ରତ୍ୟାଖ୍ୟାନ କରିଥିଲେ । ଅସ୍ପୃଶ୍ୟତା ଓ ସମାଜର ଅନ୍ୟାନ୍ୟ ବ୍ୟାଧିବିରୋଧୀ ଲଢ଼େଇରେ ତାଙ୍କ ଭାଷଣ ଯୁବପିଢ଼ୀଙ୍କୁ ଆଜି ବି ପ୍ରେରଣା ଦିଏ  । ୧୯୫୧ ମସିହାରେ  ଜନସଂଘରୁ ସେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ  । ଜବାହରଲାଲ ନେହରୁଙ୍କ ଅନୁରୋଧରେ ୧୯୫୫ ମସିହାରେ ସେ କଂଗ୍ରେସରେ ଯୋଗ ଦେଇଥିଲେ  । କଂଗ୍ରେସ ତରଫରୁ ୧୯୫୭ରେ ସେ ପୁଣି ବିଧାନସଭାକୁ ନିର୍ବାଚିତ ହୋଇଥିଲେ  । ୍ଅନନ୍ୟ ପ୍ରତିଭାର ଅଧିକାରୀ ନୀଳକଣ୍ଠ ୧୯୬୭ ମସିହା ନଭେମ୍ବର ୬ ତାରିଖରେ ଇହଲୀଳା ସମ୍ବରଣ କରିଥିଲେ  ।

Comments