ବଜରଙ୍ଗ ଦଳ ଦ୍ୱାରା ରକ୍ତଦାନ ଶିବିର


ରାଉରକେଲା, ୧୭ ।୧୧  : ବିଶ୍ୱ ହିନ୍ଦୁ ପରିଷଦର ଅନ୍ୟତମ ପ୍ରତିଷ୍ଠାତା ତଥା ପୂର୍ବତନ ଅର୍ନ୍ତଜାତୀୟ କାର୍ଯ୍ୟଧ୍ୟକ୍ଷ ସ୍ୱର୍ଗତ ଅଶୋକ ସିଂହଲଙ୍କ ପୁଣ୍ୟତିଥି ଅବସରରେ ଆଜି ବଜରଙ୍ଗ ଦଳ ରାଉରକେଲା ଶାଖା ଦ୍ୱାରା ଶ୍ରଦ୍ଧାଞ୍ଜଳି ଦିବସ ପାଳନ ହୋଇଯାଇଛି  । ଏହି ଅବସରରେ କୋଏଲନଗରସ୍ଥିତ ସି ବ୍ଲକର କମ୍ୟୁନିଷ୍ଟ ସେଣ୍ଟରଠାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା  । ରାଉରକେଲା ସରକାରୀ ଡାକ୍ତରଖାତାର ବ୍ଲଡ ବ୍ୟାଙ୍କର କର୍ମଚାରୀମାନଙ୍କ ସହାୟତାରେ ଆୟୋଜିତ ଏହି ଶିବିରରେ ବଜରଙ୍ଗ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ରାଜୁସିଂଙ୍କ ନେତୃତ୍ୱରେ ଶତାଧିକ କର୍ମୀମାନେ
ଯୋଗଦେଇଥିଲେ ।

Comments