ବିଦ୍ୱୁତ୍ ପରିଷଦ ତରଫରୁ ଆଲୋଚନାଚକ୍ର


ବ୍ରହ୍ମପୁର,୪ା୧୧: ରବିବାର ସ୍ଥାନୀୟ ନିଳକଣ୍ଠ ନଗର ଶିଶୁ ମନ୍ଦିରରେ ଜ୍ଞାନୀଗୁଣୀ ବ୍ୟକ୍ତି ମାନଙ୍କୁ ନେଇ ପ୍ରାଦେଶିକ ବିଦ୍ୱତ୍ ପରିଷଦର ଏକ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଦ୍ୟାଳୟର ଅଧ୍ୟକ୍ଷ ଏସ୍. ମୋହନ ରାଓ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ବିଦ୍ୱତ୍ ପରିଷଦର ସଂଯୋଜକ ରୁଦ୍ର ନାରାୟଣ ବେହେରା ଆଲୋଚନାର ଚକ୍ରର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ, ବିଦ୍ୟାଭାରତୀର ରାଷ୍ଟ୍ରୀୟ ମନ୍ତ୍ରୀ କିଶୋର ଚନ୍ଦ୍ର ମହାନ୍ତି ଆଲୋଚ୍ୟ ବିଷୟ ଶିକ୍ଷା ଓ ସର୍ବାଙ୍ଗୀଣ ବିଷୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଉଚ୍ଚଶିକ୍ଷା ବିଭାଗର ଆଂଚଳିକ ଶିକ୍ଷା ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ତ୍ରପାଠୀ ଶିକ୍ଷା ଓ ସର୍ବାଙ୍ଗୀଣ ବିକାଶ ସମ୍ପର୍କରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଉପସ୍ଥିତ ବହୁ ଶିକ୍ଷାବିତ୍ମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ସେମାନଙ୍କ ମଧ୍ୟରେ ଶ୍ରୀକାନ୍ତ ମହାପାତ୍ର, ବିନାୟକ ଦାସଙ୍କ ଭାଷଣ ଅନ୍ୟତମ ରହିଥିଲେ । କାର୍ଯ୍ୟକ୍ରମର ଶେଷରେ ପରିଚାଳନ ସମିତିର ସମ୍ପାଦକ ନାରାୟଣ ପଣ୍ଡା ଉପସ୍ଥିତ ବ୍ୟକ୍ତି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ଗଞାମ ବିଭଗ ନିରୀକ୍ଷକ ସରୋଜ ପଟ୍ଟନାୟକ, ଫୁଲବାଣୀ ବିଭାଗ ନିରୀକ୍ଷକ ରଞନ କୁମାର ପ୍ରଧାନ, ଏହା ସହ ଗଞାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ସମ୍ପାଦକ ଓ ସଭାପତି ତଥା ବିଦ୍ୟାଳୟ ପରିଚାଳନା ସମିତିର ଯୁଗ୍ମ ସମ୍ବାଦିକା ମମତା ପାଣିଗ୍ରାହୀ, କୋଷାଧ୍ୟକ୍ଷ ରବିନ୍ଦ୍ରନାଥ ଜେନା, ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଉମାଧବ ମହାନ୍ତି, ସଦସ୍ୟ ନିଳକଣ୍ଠ ସାହୁ, କାଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥିଲେ ।

Comments