ବିଭିନ୍ନ ଦାବିକୁ ନେଇ ସୁନ୍ଦରଗଡ ଅଙ୍ଗନବାଡି କର୍ମୀଙ୍କ ବିକ୍ଷୋଭ


ସୁନ୍ଦରଗଡ,୪ ।୧୧: ଭାରତୀୟ ମଜଦୁର ସଂଘ ସହ ସମ୍ବନ୍ଧିତ ଅଲ ଓଡିଶା ଲେଡିଜ ଅଙ୍ଗନବାଡି ୱାର୍କର୍ସ ସଂଘର କର୍ମକର୍ତ୍ତାମାନେ ବିଭିନ୍ନ ଦାବି ନେଇ ସୁନ୍ଦରଗଡ ବସଷ୍ଟାଣ୍ଡଠାରେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଳାପାଳଙ୍କ ଅଫିସ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ନିଜ ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ମଧ୍ୟ ଦେଇଥିଲେ । ସଂଘର ନେତ୍ରୀ ବାସନ୍ତୀ ବାଗଙ୍କ ନେତୃତ୍ୱରେ ହୋଇଥିବା ଏହି ଶୋଭାଯାତ୍ରା ଓ ବିକ୍ଷୋଭରେ ଜିଲ୍ଳାର ସମସ୍ତ ଶତାଧିକ କର୍ମୀମାନେ ଭାଗ ନେଇଥିଲେ ।

Comments