ରାଜନଗର,୩ା୧୧ ; ରାଜନଗର ବ୍ଲକ ମହିଁଷାସୁର ସୁରଭି ପଡିଆରେ ଛାଲିଥିବା ଗୋ-ନବରାତ୍ର ମହୋତ୍ସବର ଷଷ୍ଠ ଦିବସ ଅନୁଷ୍ଠିତ ହୋଇଯାଇଛି । ସ୍ୱାମୀ ସମର୍ପଣାନନ୍ଦ ଗିରି ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା କେନ୍ଦ୍ରାପଡାର ବିଧାୟକ ଶଶିଭୂଷଣ ବେହେରା ଯୋଗଦେଇ ଆମେ ଗୋ-ମାତାକୁ ପାଳନ କରୁନାହୁଁ ବରଂ ଗୋ-ମାତା ଆମକୁ ପାଳନ କରୁଛି ବୋଲି କହିଥିଲେ । ଜଣେ ମା କ୍ଷୀର ଖାଉଥିବା ଶିଶୁଟି ମାତୃହିନ ହୋଇଗଲେ, ତାକୁ ଗୋ-ମାତାର କ୍ଷୀର ଦ୍ୱାରା ବଂଚେଇ ରକ୍ଷାଯାଏ । କେବଳ କ୍ଷୀର ନୁହେଁ ତାର ଗୋମୟ, ଗୋ ମୂତ୍ର ମଧ୍ୟ ଆମର କାର୍ଯ୍ୟରେ ଲାଗିଥାଏ ବୋଲି କହିଥିଲେ । ଫକିରମୋହନ ବିଶ୍ୱବିଦ୍ୟାଳୟର ଉପ-କୁଳପତି ମଧୁମତି ଦାଶ ଯୋଗଦଇ ଆମଦେଶର ଦେଶୀ ଗାଈ କ୍ଷୀର ଅମୃତର ଧାରା ହୋଇଥିବା ବେଳେ ବିଦେଶୀ ଜର୍ସି ଗାଈର କ୍ଷୀର ଧଳା ଜହର ବୋଲି କହିଥିଲେ । ଗୋବର୍ଦ୍ଧନପୀଠର ମହେଶକୁମାର ଯୋଗଦେଇ ଉକ୍ରଳରୁ ହିଁ ସ୍ୱାଧିନତା ସଂଗ୍ରାମ ଆରମ୍ଭ ହୋଇଥିଲା । ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସନ୍ୟାସୀ ପରମହଂସ ସ୍ୱାମୀ ପ୍ରଜ୍ଞାନାନନ୍ଦ ମହାରାଜ ଗୋ-ମାତାର ସୁରକ୍ଷା ପାଇଁ ଚଳାଇଥିବା ଏହି ଅଭିଯାନ ନିଶ୍ଚୟ ସଫଳ ହେବ ବୋଲି କହିଥିଲେ । ବ୍ରହ୍ମଚାରୀ ପ୍ରଦୀପ୍ତ ଗୋ-ମାତା କିଭଳି ଆମକୁ ବିପଦ ଆପଦ ସମୟରେ ରକ୍ଷାକରେ ସେନେଇ ତାଙ୍କର ପ୍ରତ୍ୟେକ୍ଷ ଅନୁଭୂତି ସ୍ୱରୁପ ଗତ ଫଣି ବାତ୍ୟା ସମୟରେ ପୁରିସ୍ଥିତ ବାଲିଘାଇ ଆଶ୍ରମରେ ରଖା ଯାଇଥିବା ଷଣ୍ଢ ମାନଙ୍କୁ ଦେଖିବାକୁ ଯାଇଥିବା ସମୟରେ ଗୋଟିଏ ଷଣ୍ଢ ମୁଣ୍ଡିଆ ମାରି ତଡିଦେଲା ଓ ନିଜେ ପଛକୁ ହଟିଗଲା । କିଛି ସମୟପରେ ସେଠାରେ ବଡ ଗଛର ଡାଳ ଭାଙ୍ଗି ପଡିଥିଲା । ଯଦି ସେଠାରେ ସେ ଉପସ୍ଥିତ ଥାଆନ୍ତେ ନିଶ୍ଚୟ ମୃତ୍ୟୁବରଣ କରିଥାନ୍ତେ ବୋଲି କହିଥିଲେ । କୃଷ୍ଣକେଶବା ଯୋଗଦେଇ ମଣିଷ ଜୀବନରେ ଧର୍ମ, ଅର୍ଥ, କାମ, ମୋକ୍ଷ ଏହି ଚତୁଃବର୍ଗ ପାଇବାକୁ ହେଲେ ଗୋ ସେବା କଲେ ଏହା ପ୍ରାପ୍ତ ହୋଇପାରିବ ବୋଲି କହିଥିଲେ । ସନ୍ଥ ଦୀନବନ୍ଧୁ ଦାସ ମହାରାଜ ତାଙ୍କ ବକ୍ତବ୍ୟରେ ଗୋ ପୂଜାର ମହାତ୍ମ୍ୟ ସଂପର୍କରେ ବୁଝାଇଥିଲେ । ବିଧାୟକ ତଥା ଗୋ-ନବରାତ୍ର ଅଭ୍ୟର୍ତନା କମିଟିର ସଭାପତି ଧ୍ରୁବ ସାହୁ ଆଗାମି ଦିନରେ ଷଣ୍ଢ ମାନଙ୍କ ପାଇଁ ଏକ ଗୋଶାଳା କରାଯିବ ବୋଲି ଘୋଷଣା କରିଥିଲେ । ଏହି ଅବସରରେ ଏହି ବ୍ଲକ ବେଲପାଳର ବାଳକୃଷ୍ଣ ସେଠୀଙ୍କୁ ଉତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।

Comments
Post a Comment