ବଡ଼ ଯୁଦ୍ଧାଭ୍ୟାସ ‘ସିନ୍ଧୁ ସୁଦର୍ଶନ’


ବାଡମେର, ୧୭/୧୧ : ରାଜସ୍ଥାନର ପୋଖରଣ ଫାୟାରିଂ ରେଞ୍ଜର ବାଡମେର ଠାରେ ଭାରତୀୟ ସେନା ଓ ବାୟୁସେନା ମିଳିତ ଭାବେ ସବୁଠାରୁ ବଡ଼ ଯୁଦ୍ଧାଭ୍ୟାସ ‘ସିନ୍ଧୁ ସୁଦର୍ଶନ’ ଜାରି ରଖିଛନ୍ତି  । ୨୦୦ କି.ମି. ପରିସରରେ ଚାଲିଥିବା ଏହି ମିଳିତ ଯୁଦ୍ଧାଭ୍ୟାସରେ ଭାରତୀୟ ସ୍ଥଳ ସେନାର ୪୦ ହଜାର ସୈନ୍ୟ, ୩୦୦ ଟ୍ୟାଙ୍କ୍, ୪୦୦ ଭାରୀଯାନ ଏବଂ ୩୦୦ ତୋପ ସାମିଲ ରହିଛି  ।ସେହିପରି ଏହି ମିଳିତ ଯୁଦ୍ଧାଭ୍ୟାସରେ ୧୨୫ ମିଲିମିଟର ଗୋଳାମାଡ଼ କରି ଶତ୍ରୁକୁ ଧ୍ୱଂସ କରିପାରୁଥିବା ଟି-୯୦ ଟ୍ୟାଙ୍କ୍, ୧୫୫ ମିଳିମିଟରର ଗୋଳାମାଡ଼ କରିପାରୁଥିବା କେ-୯ ବଜ୍ର ତୋପ, ୩୦ ମିଲିମିଟର ର ଗନ୍ ବିଏମ୍ପି, ପିନାକା ମଲ୍ଟି ବ୍ୟାରେଲ ରକେଟ ଲଞ୍ଚ
ର ଭଳି ଅସ୍ତ୍ରଶସ୍ତ୍ରକୁ ବ୍ୟବହାର କରାଯାଇଛି  । ଭାରତୀୟ ଟ୍ୟାଙ୍କ ରେଜିମେଣ୍ଟର ପ୍ରମୁଖ ଟ୍ୟାଙ୍କ୍ ଟି-୯୦ ଟ୍ୟାଙ୍କ୍ ପ୍ରତିସେକେଣ୍ଡରେ ଗୋଟିଏ ଲେଖାଏଁ ଗୋଳାମାଡ଼ କରିପାରିଥାଏ  । ଏଣୁ ପ୍ରତି ମିନିଟ୍ରେ ୭ଟି ଗୋଳା ଦାଗିପାରିବ  । ସେହିପରି କେ-୯ ବଜ୍ର ୧ ମିନିଟ୍ରେ ୮ଟି ଗୋଳାମାନ କରିବାର ସାମର୍ଥ୍ୟ ରଖୁଥିଲାବେଳେ ପିନାନା ମଲ୍ଟି ବ୍ୟାରେଲ୍ ରକେଟ ଲଂଚର ମିନିଟ୍କୁ ୧୨ଟି ରକେଟ୍ ମାଡ଼ କରିପାରିବ  । ଏତଦ୍ବ୍ୟତୀତ ଆମେରିକାର କ୍ରୟ କରାଯାଇଥିବା ଆପାଚେ ଆଟାକ ହେଲିକପ୍ଟର ଏବଂ ଏମଆଇ ହେଲିକପ୍ଟରକୁ ମଧ୍ୟ ସିନ୍ଧୁ ସୁଦର୍ଶନ ଯୁଦ୍ଧାଭ୍ୟାସରେ ସାମିଲ କରାଯାଇଛି  । ଏତଦ୍ବ୍ୟତୀତ ଏହି ମିଳିତ ଯୁଦ୍ଧାଭ୍ୟାସରେ ଉଭୟ ଦିନ ଓ ରାତିରେ କିଭଳି ଭାବେ ଶତ୍ରୁର ମୁକାବିଲା କରାଯାଇପାରିବ , ଯୁଦ୍ଧକ୍ଷେତ୍ରରେ ଆଟାକ ହେଲିକପ୍ଟରର କିଭଳି ବ୍ୟବହାର କରାଯାଇ ଶତ୍ରକୁ ଧ୍ୱଂସ କରାଯାଇପାରିବ ତାହାର ମଧ୍ୟ ଯୁଦ୍ଧାଭ୍ୟାସ କରାଯାଇଥିଲା  ।

Comments