ବଜରଙ୍ଗ ଦଳ ଦ୍ୱାରା ରକ୍ତଦାନ ଶିବିର


ରାଜଗାଙ୍ଗପୁର,୪ ।୧୧: ବଜରଙ୍ଗ ଦଳ ରାଜଗାଙ୍ଗପୁର ଶାଖା ଦ୍ୱାରା ହୃତାତ୍ମା ଦିବସ ପାଳନ ଅବସରରେ ଏକ ମାଗଣା ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି । ରାଜଗାଙ୍ଗପୁର ଅଗ୍ରସେନ ଭବନଠାରେ ଆୟୋଜିତ ଏହି ଶିବିରରେ ବଜରଙ୍ଗଦଳର ପ୍ରାୟ ୫୩ଜଣ କର୍ମୀମାନେ ନିଜ ରକ୍ତଦାନ କରିଥିବା ଜଣାପଡିଛି । ବଜରଙ୍ଗଦଳର କର୍ମୀମାନଙ୍କର ଏପରି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Comments