ଭଞ୍ଜନଗର, : ପବିତ୍ର ଗୋଷ୍ଠାଷ୍ଟମୀ ତିଥିରେ ସବୁଠି ଗୋମାତାଙ୍କ ପୂଜା କରାଯାଉଥିବାବେଳେ ବେଲଗୁଣ୍ଠା ବ୍ଲକ ବଡପଡା ପଞ୍ଚାୟତର ସିରିକୋଈ ଗ୍ରାମରେ କିନ୍ତୁ ଏକ ଅଭାବନୀୟ ଘଟଣା ଘଟିଛି । ଗ୍ରାମର ଜଣେ ଗୋପାଳକଙ୍କ ଗାଈ କୁଆରରୁ ଗୋଷ୍ଠାଷ୍ଟମୀ ରାତିରେ କିଛି ଦୁବୃର୍ତ୍ତ ଗୋଟିଏ ଗାଈ ଫିଟାଇ ନେଇ ତାକୁ କିଛିଦୂରରେ କାଟି ଗାଈର ମାଂସ ନେଇଯିବାସହ ତାର ଚମଡା ଠାରୁ ଆରମ୍ଭ କରି କଟାଯାଇଥିବା ୪ଟି ଗୋଡକୁ ଘଟଣାସ୍ଥଳରେ ହିଁ ଫୋପାଡି ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି । ଆଉ ମଙ୍ଗଳବାର ସକାଳୁ ଏଭଳି ଘଟଣା ଜଣାପଡିବାପରେ ସିରିକୋଈ ଗ୍ରାମରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ମିଳିଥିବା ସୁଚନା ପ୍ରକାରେ ସୋମବାର ଗୋଷ୍ଠାଷ୍ଟମୀ ତିଥି ରହିଥିବାରୁ ବିଭିନ୍ନ ସ୍ଥାନରେ ଗୋମାତାଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ବେଲଗୁଣ୍ଠା ବ୍ଲକ ବଡପଡା ପଞ୍ଚାୟତର ସିରିକୋଈ ଗ୍ରାମରେ ମଧ୍ୟ ଗୋଷ୍ଟାଷ୍ଟମୀ ତିଥିରେ ଗୋପୂଜନ କରାଯାଇଥିଲା । ଗ୍ରାମର ଜୟ ଗୌଡ ନାମକ ଜଣେ ଗୋପାଳକ ନିଜ ଗାଈଗୋଠରେ ୨ଶହରୁ ଉର୍ଦ୍ଧ ଗାଈଗୋରୁ ରଖିଛନ୍ତି । ସେ ସବୁଦିନଭଳି ସୋମବାର ସଂଧ୍ୟାରେ ମଧ୍ୟ ଗ୍ରାମର କିଛି ଦୂରରେ ଗାଈଗୋରୁଙ୍କୁ ଖୋଲାରେ ବାନ୍ଧି ଚର୍ତୁପାଶ୍ୱର୍ରେ ବାଉଁଶପାତିର ବାଡ ଦେଇ ସଂଧ୍ୟାରେ ଘରକୁ ଫେରିଥିଲେ । ହେଲେ ବିଳମ୍ବିତ ରାତିରେ କିଛି ଦୁବୃର୍ତ୍ତ ଜୟ ଗୌଡଙ୍କ ଗାଈଗୋଠରେ ପଶି ଗୋଟିଏ ଗାଈକୁ ନେଇ ଗାଈଗୋଠ ଠାରୁ ମାତ୍ର କିଛି ଫୁଟ ଦୂରରେ ତାକୁ ମାରିବାସହ ତାର ମାଂସ ନେଇ ଯାଇ ହାଡ, ଛାଲ ଓ ଗୋଡ ଆଦି ଫୋପାଡି ଦେଇ ଚମ୍ପଟ ମାରିଛନ୍ତି । ସକାଳୁ ଏଭଳି ଘଟଣା ଦେଖିବାପରେ ଘଟଣା ସାରା ଗ୍ରାମରେ ଚହଳ ପକାଇ ଦେଇଥିଲା । ପ୍ରଥମେ ଏହା କୌଣସି ବନ୍ୟଜନ୍ତୁ ଦ୍ୱାରା ହୋଇଥାଇପାରେ ବୋଲି ଗ୍ରାମବାସୀ ସନ୍ଦେହ କରିଥିଲେ । ପରେ ଗାଈଗୋଠରୁ ମାତ୍ର ଗୋଟିଏ ଗାଈକୁ କିଛିଦୂରରେ କାଟିବାସହ ତାର ଛାଲ ଓ ୪ଟି ଗୋଡକୁ ଫୋପଡା ଯାଇଥିବା ଓ ଘଟଣାସ୍ଥଳରେ କିଛି ଖାଦ୍ୟସାମଗ୍ରୀ ଓ ମଦ ପାଉଚ୍ ପଡିଥିବାରୁ ଏହା କିଛି ଦୁବୃର୍ତ୍ତଙ୍କ କାଣ୍ଡ ବୋଲି ସ୍ପଷ୍ଟ ଜଣାପଡିଛି । ପୂର୍ବରୁ ମଧ୍ୟ ଦୁବୃର୍ତ୍ତମାନେ ଜୟ ଗୌଡଙ୍କ ଗାଈଗୋଠରୁ ଗୋଟିଏ ଗାଈ ନେଇଯାଇଥିଲେ ଓ ୪ଟି ଗାଈକୁ ଆହାତ କରିଥିଲେ । ସେହିପରି ଗାଆଁ ଭିତରେ ପଶି ଗ୍ରାମରେ ବନ୍ଧା ଯାଇଥିବା ଗୋଟିଏ ଗାଈକୁ ମଧ୍ୟ ନେଇ ପଳାଇଥିଲେ ଦୁବୃର୍ତ୍ତ । ତେବେ ଏହି ଘଟଣାକୁ ନେଇ ଗ୍ରାମର ଗୋପାଳକଙ୍କ ମନରେ ଛନକା ପଶିଛି । ପୂର୍ବରୁ ଏଭଳି ଘଟଣାକୁ ଗୋପାଳକ ମାନେ ବନ୍ୟଜନ୍ତୁଙ୍କ କାମ ହୋଇ ଥାଇପାରେ ବୋଲି ଅନୁମାନ କରୁଥିଲେ । ହେଲେ ମଙ୍ଗଳବାର ସକାଳୁ କଟା ଯାଇଥିବା ଗାଈର ମାଂସ ଗାଏବ ହେବାସହ ଘଟଣାସ୍ଥଳରେ ତାର ଛାଲ, ଗୋଡ ଆଦି ଫୋପଡା ଯାଇଥିବା ଓ ତା ନିକଟରୁ ମଦ ପାଉଚ ଓ ଖାଦ୍ୟ ସାମଗ୍ରୀ ମିଳିବା ଘଟଣାରୁ ଏହା ଦୁବୃର୍ତ୍ତମାନଙ୍କ କାଣ୍ଡବୋଲି ଗ୍ରାମବାସୀ ଦୃଢ ନିଶ୍ଚିତ ହୋଇଛନ୍ତି । ତୁରନ୍ତ ପ୍ରଶାସନ ପକ୍ଷରୁ ଏହାର ବିଧିବଦ୍ଧ ତଦନ୍ତ କରାଯିବାକୁ ଗ୍ରାମବାସୀମାନେ ଅନୁରୋଧ କରିଛନ୍ତି ।

Comments
Post a Comment