ପେଜାୱର ମଠାଧୀଶ ବିଶ୍ୱେଶ ତୀର୍ଥ ସ୍ୱାମୀଜୀଙ୍କ ଦେହାନ୍ତରେ ସଂଘର ଶୋକ

                                                              ଫାଇଲ ଫଟୋ

ବେଙ୍ଗାଲୁର: କର୍ଣ୍ଣାଟକର ପ୍ରମୁଖ ମଠଗୁଡ଼ିକ ମଧ୍ୟରୁ ଅନ୍ୟତମ ପେଜାୱର ମଠର ମଠାଧୀ ବିଶ୍ୱେଶ ତୀର୍ଥ ସ୍ୱାମୀଜୀଙ୍କ ଡିସେମ୍ବର ୨୯ ତାରିଖ ଦେହାନ୍ତ ଘଟିଛି  । ବୟସାଧିକ ହେତୁ ବହୁଦିନରୁ ରୋଗାକ୍ରାନ୍ତ ହୋଇ ପଡ଼ିଥିବା ବିଶ୍ୱେଶ ତୀର୍ଥ ସ୍ୱାମୀଜୀଙ୍କୁ କର୍ଣ୍ଣାଟକ ମେଡିକାଲ କଲେଜରେ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଯାଇଥିଲା  । ପରେ ଚିକିତ୍ସା କରୁଥିବା ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ତାଙ୍କୁ ତାଙ୍କର ପେଜୱାର ମଠକୁ ଅଣାଯାଇଥିଲା ବେଳେ ସେଠାରେ ସେ ତାଙ୍କର ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ  । ଅନ୍ୟପଟେ ମଠାଧୀଶ ବିଶ୍ୱେଶ ତୀର୍ଥ ସ୍ୱାମୀଜୀଙ୍କ ଦେହାନ୍ତକୁ ନେଇ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପରମପୂଜନୀୟ ସରସଂଘଚାଳକ ଡ.ମୋହନ ଭାଗବତ ଓ ମାନନୀୟ ସରକାର୍ଯ୍ୟବାହ ଶ୍ରୀ ସୁରେଶ (ଭୈୟାଜୀ) ଯୋଷୀ ଗଭୀର ଶୋକବ୍ୟକ୍ତ କରି କହିଛନ୍ତି ଯେ, ପରମଶ୍ରଦେ୍ଧୟ ପେଜାୱର ମଠର ମଠାଧୀ ବିଶ୍ୱେଶ ତୀର୍ଥ ସ୍ୱାମୀଜୀଙ୍କର ବୈକୁଣ୍ଠଲୀନ ଆମ ସମସ୍ତଙ୍କ ପାଇଁ ଦୁଃଖଦାୟକ । ଦେଶ ଏବଂ ଧର୍ମ ପାଇଁ ସଦା ସର୍ବଦା ଚିନ୍ତାରତ ତାଙ୍କର ସୌମ୍ୟ, ଶାନ୍ତ,ପ୍ରସନ୍ନ ଏବଂ ଶୀତଳ ବ୍ୟକ୍ତିତ୍ୱ ଆମ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ପାଇଁ ବହୁତ ବଡ ଆଧାର । ତାଙ୍କର ସ୍ପଷ୍ଟ ଏବଂ ସ୍ନେହଭରା ପରାମର୍ଶ ଅନେକ କଠିନ ସମସ୍ୟାକୁ ବହୁତ ସରଳ କରିଦିଏ । ବଟ ବୃକ୍ଷର ଶୀତଳ ଛାୟା ପରି ତାଙ୍କର ସାନିଧ୍ୟ ଏବେ ଆମକୁ ଆଉ ମିଳିବ ନାହଁ । ତାଙ୍କର ଭାବନାତ୍ମକ ଇଛା ଓ ସାମର୍ଥ୍ୟ ଯୋଗୁଁ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ପଥ ପରିଷ୍କାର ହୋଇ ଯାଇଛି । କିନ୍ତୁ ମନ୍ଦିର ନିର୍ମାଣ ହେବା ଆଗରୁ ସେ ଆମଠାରୁ ଦୁରକୁ ଚାଲିଗଲେ ।  ଯେଉଁ ତପସ୍ୱୀଙ୍କ ନିଷ୍କାମ ତପସ୍ୟା କାରଣରୁ ଭାରତ ବର୍ଷର ପ୍ରାଣ ସ୍ୱରୂପ ଧର୍ମ ଜୀବନ ସଦା ତେଜସ୍ୱୀ ହେଉଥିଲା ସେହି ଆଧ୍ୟାତ୍ମିକ ସନ୍ଥଙ୍କର ପାର୍ଥୀବ ରୂପକୁ ଆମେ ଦେଖି ପାରିବା ନାହିଁ କିନ୍ତୁ ତାଙ୍କର ସ୍ମୃତି, ପ୍ରେରଣା ପ୍ରକାଶ ରୂପରେ ସମସ୍ତଙ୍କୁ ମାର୍ଗ ଦର୍ଶନ କରୁଥିବ । ଆମେ ସେହି ପବିତ୍ର ବିଭୂତିଙ୍କ ପ୍ରତି ନିଜର ବ୍ୟକ୍ତିଗତ ତଥା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ବିନିମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ ।

Comments