ରାଜ୍ୟସ୍ତରୀୟ ଆଲୋଚନାଚକ୍ର ନାଗରିକ ସଂଶୋଧନ ଆଇନ ଏକ ଦୃଷ୍ଟିଭଙ୍ଗୀ



ପୁରୀ  : ସାମ୍ବାଦିକ ଓ ଲେଖକଙ୍କୁ ନେଇ ଏକ ରାଜ୍ୟସ୍ତରୀୟ ଫୋରମ ଦି ମିଡିଆ ତରଫରୁ ପୁରୀର ଅନ୍ନପୂର୍ଣ୍ଣ ରଙ୍ଗମଞ୍ଚରେ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ନାଗରିକ ସଂଶୋଧନ ଆଇନ ଏକ ଦୃଷ୍ଟିଭଙ୍ଗୀ ଉପରେ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ଅତିଥି ଭାବେ ସମାଜସେବୀ ନମିତା ରଣା, ବିଶିଷ୍ଟ ସ୍ତମ୍ଭକାର ସତ୍ୟବ୍ରତ ପଣ୍ଡା, ବଶିଷ୍ଟ ଆଇନଜୀବୀ ଶ୍ରୀ ମିଶ୍ର, ଆର‌୍ୟୁବେଦିକ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ସୁଦର୍ଶନ ବେହେରା ପ୍ରମୁଖ ଯୋଗଦେଇ ଉକ୍ତ ଆଇନର ଆବଶକତା ଓ ଅନ୍ୟାନ୍ୟ ଦିଗ ଉପରେ ଆଲୋଚନା କରିଥିବାବେଳେ ଏହା ଆମ ଦେଶ ପାଇଁ ଜରୁରୀ ବୋଲି ପ୍ରକାଶ କରିଥିଲେ  । ଏଥିରେ ଅନୁଷ୍ଠାନର ସଭାପତି ଯୁବ ସଙ୍ଗଠନକ ସାମ୍ବାଦିକ ଲକ୍ଷ୍ମୀନାରାୟଣ ପଟ୍ଟନାୟକଙ୍କ ସ୍ୱାଗତ ଭାଷଣ ଦେଇଥିଲାବେଳେ ବିଶିଷ୍ଟ ସାମ୍ବାଦିକ ସରୋଜ ମିଶ୍ର ଅଧ୍ୟକ୍ଷତା କରିଥବଲେ  । ଏଥିରେ ରାଜ୍ୟର ବିଭିନ୍ନ ସଙ୍ଗଠନ, ସାମ୍ବାଦିକ, ବୁଦ୍ଧିଜୀବୀ ଓ ଅନ୍ୟମାନେ ଯୋଗଦେଇଥିବାବେଳେ କେତେକ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା  ।

Comments