ବଜରଙ୍ଗଦଳ ତରଫରୁ ହିତଚିନ୍ତକ ଅଭିଯାନ

ଭୁବନେଶ୍ୱର,ବଜରଙ୍ଗଦଳର ନୂତନ ସଭ୍ୟ ସଂଗ୍ରହ (ହିତଚିନ୍ତକ) କାର୍ଯ୍ୟକ୍ରମ ଗତ ନଭେମ୍ବର ୨୪ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୮ ତାରିଖରେ ଶେଷ ହୋଇଛି । ଏହି ଅବସରରେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ପାର୍କ, ପୋଖରିପୁଟ ମଧୁସୁଦନ ଦାସ ପାର୍କ ଓ ଭାସ୍କରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବିଶ୍ୱହିନ୍ଦୁ ପରିଷଦ ତରଫରୁ ଷ୍ଟଲ ଲଗାଯାଇଥିଲା । ଏହି ଷ୍ଟଲ ମାଧ୍ୟମରେ ଶତାଧିକ ବ୍ୟକ୍ତି ‘ହିତଚିନ୍ତକ’ ରୂପେ ସଦସ୍ୟତା ଗ୍ରହଣ କରିଥିଲେ । ସଂଗଠନର ମହାନଗର ସମ୍ପାଦକ ଶରତ ଚନ୍ଦ୍ର ମହାପାତ୍ର, ବିଭୁତି ଭୂଷଣ ମହାପାତ୍ର, ସୁଭ୍ରାଶୁଂ ଶତପଥି, ଅଶୋକ ମିଶ୍ର, ଦେବକି ନନ୍ଦନ ଓଝା, ଗୋବିନ୍ଦ ଜେନା, ରଶ୍ମିରଞ୍ଜନ ଜେନା , ଦେବ ପ୍ରସାଦ ଜେନା, ବିନାୟକ ସେନାପତି, ନାରାୟଣ ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳତା ରୂପେ ପରିଚାଳନା କରିଥିଲେ । 

Comments

Post a Comment