ପାକ୍ କ୍ରିକେଟର ଦାନିଶ କାନେରିଆଙ୍କୁ ଧର୍ମୀୟ ଉତ୍ପୀଡନ



ନୂଆଦିଲ୍ଲୀ, ୨୭/୧୨  : ଆମର ପଡ଼ୋଶୀ ଶତ୍ରୁ ରାଷ୍ଟ୍ର ପାକିସ୍ତାନକୁ ସବୁବେଳେ ଭାରତର ଚିନ୍ତା  । ଏହି ଚିନ୍ତା ଭାରତର ହିତ ପାଇଁ ନୁହେଁ ବରଂ ପ୍ରଭୂତ କ୍ଷତି ପାଇଁ  । ସମ୍ମୁଖ ୪ଟି ଯୁଦ୍ଧରେ ଭାରତ ଠାରୁ ଶୋଚନୀୟ ଭାବେ ପରାଜିତ ହୋଇଥିବା ପାକିସ୍ତାନ ସବୁବେଳେ କ୍ଷତି କରିବା ଉଦ୍ଦେଶ୍ୟରେ ଭାରତ ଉପରେ ତୀକ୍ଷ୍ଣ ନଜର ରଖିଛି  । ଭାରତରେ କିଛି ବି ରାଜନୈତିକ, ଅର୍ଥନୈତିକ ବା ସାମାଜିକ ସମସ୍ୟା ଦେଖାଦେଲେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଓ ସେନାଧ୍ୟକ୍ଷ ତାଳି ମାରି ଏହା ଉପରେ ତତ୍କ୍ଷଣାତ କଟୂ ଟିପପ୍ଣୀ ଦେଇଥାନ୍ତି  । ବର୍ତ୍ତମାନ ଆମ ଦେଶର କେତେକ ରାଜ୍ୟରେ ନାଗରିକତା ସଂଶୋଧନ ଆଇନ୍କୁ ନେଇ ଉଗ୍ର ବିକ୍ଷୋଭ ପ୍ରଦର୍ଶନ ହେବା ସହ ବ୍ୟାପକ ହିଂସା ଓ ପୋଡ଼ାଜଳ ହେଉଥିବାବେଳେ ଏହାର ପଛପଟେ ଥିବା କଂଗ୍ରେସ ଏବେ ପାକିସ୍ତାନର ଭାଷା କହୁଛି  । ୧୯୪୭ ପରେ ଧର୍ମୀୟ ପ୍ରତାଡ଼ନା ହେତୁ ନିଜର ଭିଟାମାଟି ଛାଡ଼ି ଭାରତକୁ ପଳାଇ ଆସିଥିବା ଲକ୍ଷ ଲକ୍ଷ ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଓ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ଦେଶରେ ଦୀର୍ଘ ୭୦ ବର୍ଷ ଧରି ଶରଣାର୍ଥୀ ସାଜି ଦୟନୀୟ ଭାବେ ଜୀବନ ଅତିବାହିତ କରୁଥିଲାବେଳେ କଂଗ୍ରେସ ଓ ତା’ର ସହଯୋଗୀଦଳଗୁଡ଼ିକ ସେମାନଙ୍କ ଏହି ଶୋଚନୀୟ ଅବସ୍ଥା ପ୍ରତି ଦୃଷ୍ଟି ନଦେଇ ବରଂ ସେମାନଙ୍କୁ ଦେଶର ନାଗରିକତ୍ୱ ପ୍ରଦାନ ଲକ୍ଷ୍ୟରେ ପ୍ରସ୍ତୁତ ସିଏଏକୁ କଡ଼ା ବିରୋଧ କରୁଛି  । ଅନ୍ୟପଟେ ସିଏଏକୁ ନେଇ ଚିନ୍ତିତ ହୋଇପଡ଼ିଥିବା ପାକିସ୍ତାନରେ ଏବେ ବି ଧର୍ମୀୟ ଆଧାରରେ ସେଠାରେ ସଂଖ୍ୟାଲଘୁ ହିନ୍ଦୁ ଓ ଶିଖଙ୍କୁ ପ୍ରତାଡ଼ନା କରାଯାଉଛି ଯାହାକି ପାକ୍ କ୍ରିକେଟ୍ ଦଳର ନିୟମିତ ସଦସ୍ୟ ରହି ଅନେକ ଅନ୍ତର୍ଜାତୀୟ ମ୍ୟାଚ୍ରେ ପାକିସ୍ତାନକୁ ପ୍ରତିନିଧିତ୍ୱ କରିଥିବା ଦାନୀଶ କନେରିଆଙ୍କ କ୍ଷେତ୍ରରେ ଜଳଜଳ ହୋଇ ଦିଶୁଛି  । ଦାନୀଶ ଜଣେ ହିନ୍ଦୁ ହୋଇଥିବାରୁ ଗୋଟିଏ ଡାଇନିଂ ଟେବୁଲ୍ରେ ପାକ୍ ଖେଳାଳୀମାନେ ତାଙ୍କ ସହିତ ଖାଇବାକୁ ମଧ୍ୟ ପସନ୍ଦ କରନ୍ତି ନାହିଁ ବୋଲି ଖୋଦ୍ ପୂର୍ବତନ ପାକିସ୍ତାନୀ ଫାଷ୍ଟ ବୋଲର ତଥା ରାୱଲପିଣ୍ଡି ଏକ୍ସପ୍ରେସ ଭାବେ ଖ୍ୟାତ ସୋଏବ ଅଖତର ଏକ ଟ୍ୱିଟ୍ କରିଛନ୍ତି  । ତେବେ ଏତେ ଧର୍ମୀୟ ଉତ୍ପୀଡ଼ନ ପାଇ ସୁଦ୍ଧା ଦାନିଶ ଭାଙ୍ଗିଯାଇନାହାନ୍ତି ବରଂ ସେ ଜଣେ ହିନ୍ଦୁ ହୋଇଥିବାରୁ ନିଜକୁ ଗର୍ବିତ ଅନୁଭବ କରୁଛନ୍ତି ବୋଲି ଦାନିଶ କହିଛନ୍ତି  । ଏବେ ସୋଏବଙ୍କ ଏହି ଟ୍ୱିଟ୍କୁ ନେଇ ଭାରତରେ ରାଜନୀତି ସରଗରମ ହୋଇପଡ଼ୁଛି  । ସର୍ବଦା କେନ୍ଦ୍ରର ମୋଦି ସରକାରଙ୍କ ପ୍ରତିଟି କାମକୁ ବିରୋଧ କରି ଉଦ୍ଦେଶ୍ୟମୂଳକ ଭାବେ ବିରୋଧ କରି ପାକିସ୍ତାନର ଭାଷା କହୁଥିବା କଂଗ୍ରେସ କ’ଣ ଏବେ ବି ସିଏଏକୁ ବିରୋଧ କରିବ ବୋଲି ବିଜେପି ପାଲଟା ପ୍ରଶ୍ନ କରିଛି  । ଏହି ମର୍ମରେ ବିଜେପି ଆଇଟି ସେଲ ପ୍ରମୁଖ ଅମିତ ମାଲବୀୟ ବିରୋଧୀ କଂଗ୍ରେସ ଓ ତା’ର ସହଯୋଗୀଙ୍କୁ ଭର୍ତ୍ସନା କରି କହିଛନ୍ତି ଯେ, ଯଦି ଦାନୀଶଙ୍କ ଭଳି ଜଣେ ଆର୍ନ୍ତଜାତୀକ ଖେଳାଳୀଙ୍କୁ ପାକିସ୍ତାନ ଧର୍ମୀୟ ଉତ୍ପୀଡ଼ନ ଦେଇପାରୁଛି ତା’ହେଲେ ସେଠାରେ ଥିବା ଅଣମୁସଲିମ ସଂଖ୍ୟାଲଘୁ୍ଙ୍କୁ କିଭଳି ଉତ୍ପୀଡ଼ନ ଦେଉଥିବା ତାହା ଏଥିରୁ ସ୍ପଷ୍ଟ ଭାବେ ପ୍ରମାଣିତ ହେଉଛି  । ଏଣୁ ସର୍ବଦା ପାକିସ୍ତାନର ଭାଷା କହୁଥିବା କଂଗ୍ରେସ ଏବେ ବି ସିଏଏକୁ ବିରୋଧ କରିବ କି ନାହିଁ ତାହା ଏବେ ଚିନ୍ତା କରୁ ବୋଲି ଶ୍ରୀ ମାଲବୀୟ କହିଛନ୍ତି  ।

Comments