କେନ୍ଦୁଝର, ୧୫ ।୧୨ : ଆଜି ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ମୟୂରଭଞ୍ଜ ବିଭାଗର ପୂର୍ବତନ ସଂଘଚାଳକ ମାନନୀୟ ଟଙ୍କଧର ମହାନ୍ତଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । କେନ୍ଦୁଝର ଜିଲ୍ଲା ସଂଘଚାଳକ କୈଳାସ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିବାବେଳେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଖଗେଶ୍ୱର ମହାନ୍ତ । ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ୟ ଅତିଥି ଭାବେ ଓଡ଼ିଶା ପୂର୍ବ ପ୍ରାନ୍ତ କାର୍ଯ୍ୟବାହ ଡ. ଅନିଲ ମିଶ୍ର ଓ ଓଡ଼ିଶ ପଶ୍ଚିମ ପାନ୍ତ କାର୍ଯ୍ୟବାହ ଦୁର୍ଗା ପ୍ରସାଦ ସାହୁ ଯୋଗଦେଇ ସ୍ୱର୍ଗତ ଟଙ୍କଧରଙ୍କ ସ୍ମୃତିଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସହ ବିଭାଗ ସଂଘଚାଳକ ଯୋଗେନ୍ଦ୍ର ନାଥ ସାହୁ, ଅଶୋକ ପାଢୀ, ଘନଶ୍ୟାମ ପ୍ରଧାନ, ପ୍ରସନ୍ନ ମିଶ୍ର ଆଦି ପ୍ରମୁଖ କାର୍ଯ୍ୟକର୍ତ୍ତା ଯୋଗଦେଇ ଟଙ୍କଧରଙ୍କ ସ୍ମୃତିଚାରଣ କରିଥିଲେ । ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ କେନ୍ଦୁଝର ଜିଲ୍ଲା ଓ ରାଜ୍ୟର ବହୁ ସ୍ଥାନରୁ ୫ ଶହ ରୁ ଉଦ୍ଧ୍ୱର୍ କାର୍ଯ୍ୟକର୍ତ୍ତାମାନେ ଯୋଗଦେଇଥିଲେ ।

Comments
Post a Comment