କୋଲକାତା : ଦେଶର ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ଯଦି ସମ୍ବିଧାନକୁ ଅସମ୍ମାନ କରି ଅସାମ୍ବିଧାନିକ ପଦକ୍ଷେପ ଗ୍ରହଣ କରନ୍ତି ତେବେ ଏହା ଦ୍ୱାରା ରାଜ୍ୟରେ ନିଶ୍ଚିତଭାବେ ରାଜନୈତିକ ସଂକଟ ଉପୁଜିଛି ବୋଲି ଗ୍ରହଣ କରାଯିବ । ଏହା ଚିନ୍ତାଜନକ ଓ ଭାରତର ସାର୍ବଭୌମତ୍ୱ ପ୍ରତି ଖୋଲା ଚ୍ୟାଲେଞ୍ଜ କହିଲେ ଅତ୍ୟୁକ୍ତି ହେବନି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଏବେ ଏଭଳି କିଛି ଅସାମ୍ବିଧାନିକ ପଦକ୍ଷେପ ନେବା ଦ୍ୱାରା ସେଠାକାର ରାଜ୍ୟପାଳ ଜଗଦିପ ଧନକାର ରାଜ୍ୟରେ ରାଜନୈତିକ ସଂକଟ ଉପୁଜିଥିବା କହିଛନ୍ତି । ଡିସେମ୍ବର ୧୬ ତାରିଖ ଦିନ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ବିଶାଳ ବିକ୍ଷୋବ ଶୋଭାଯାତ୍ରା ଆୟୋଜିତ ହୋଇଛି । କୋଲକାତା ସହରର ରେଡରୋଡ ଠାରୁ ଏହି ର୍ୟାଲି ବାହିରି ନୋବେଲ ବିଜେତତା ବିଶ୍ୱପ୍ରସିଦ୍ଧ କବି ରବିନ୍ଦ୍ରନାଥ ଟାଗୋରଙ୍କ ନିବାସ ଠାକୁରବାଡିଠାରେ ଶେଷ ହୋଇଥିଲା । ଏହି ଶୋଭାଯାତ୍ରାରେ ମମତାଙ୍କ ସହ ରାଜ୍ୟ ସରକାରର ସମସ୍ତ ମନ୍ତ୍ରୀ, ଟିଏମସି ଦଳର ସମସ୍ତ ନେତୃବୃନ୍ଦ ଓ ଦଳର କର୍ମୀମାନେ ଦୀର୍ଘ ୪କି.ମି ବ୍ୟାପି ଶୋଭାଯାତ୍ରାରେ ସାମିଲ ଥିଲେ । ଏହି ଅବସରରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ନାଗରିକ ସଂଶୋଧନ ଆଇନ(ସିଏଏ) ଓ ଜାତୀୟ ନାଗରିକତ୍ୱ ପଞ୍ଜୀକରଣ (ଏନଆରସି) କୁ ସେ ରାଜ୍ୟରେ ଲାଗୁ କରାଇ ଦେବେ ନାହିଁ ବୋଲି କହିଥିଲେ । ଦଳର କର୍ମୀମାନଙ୍କୁ ସେ ସବୁ ଧର୍ମ ଓ ବର୍ଣ୍ଣ ମିଳିମିଶି ରହିବା ପାଇଁ ଶପଥ ପାଠ କରାଇଥିଲେ । ଏଥିପୂର୍ବରୁ ମମତା ଏହି ଶୋଭାଯାତ୍ରା ପାଇଁ ସରକାରୀ ବ୍ୟୟରେ ବିପୁଳ ବିଜ୍ଞାପନ ପ୍ରକାଶିତ କରିଥିଲେ ଯାହାକୁ ନେଇ ରାଜ୍ୟପାଳ ତାଙ୍କୁ ବାରମ୍ବାର ତାଗିଦ କରିଆସୁଥିଲେ । ମମତା କିନ୍ତୁ ରାଜ୍ୟପାଳଙ୍କ ପରାମର୍ଶକୁ ଖାତିର କରିନଥିଲେ । ଏଭଳି ର୍ୟାଲିରୁ ନିବୃତ ରହିବାକୁ ମଧ୍ୟ ରାଜ୍ୟପାଳ ଉପଦେଶ ଦେଇଥିଲେ କାରଣ ଏହାର କୁପରିଣାମ ରାଜ୍ୟ ଓ ଦେଶ ଉପରେ ପଡିବ ବୋଲି ରାଜ୍ୟପାଳ ଯୁକ୍ତି ବାଢିଥିଲେ । ହେଲେ ରାଜ୍ୟପାଳଙ୍କ ଉପଦେଶନାମାକୁ ବେଖାତିର କରି ଆଜିର ର୍ୟାଲିରେ ମମତାଙ୍କ ଯୋଗଦେବା ପରେ ରାଜ୍ୟପାଳ ଏଥିନେଇ କଡା ଆପତି ଦର୍ଶାଇଛନ୍ତି । ମୁଖ୍ୟମନ୍ତ୍ରୀ ଅସାମ୍ବିଧାନିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି ଓ ଲୋକଙ୍କୁ ହିଂସା କରିବା ପାଇଁ ଉସୁକାଉଛନ୍ତି ବୋଲି ଗମ୍ଭୀର ଅଭିଯୋଗ କରିଛନ୍ତି ରାଜ୍ୟପାଳ । ସେ ଏଥିନେଇ କେନ୍ଦ୍ରସରାକାରଙ୍କୁ ରିପୋର୍ଟ କରିବେ । ପୂର୍ବରୁ ରାଜ୍ୟରେ ଇଡି ଓ ସିବିଆଇ ପରି କେନ୍ଦ୍ରିୟ ଅନୁଷ୍ଠାନକୁ ମମତା ପୁରାଇ ଦେଉନଥିଲେ । ଏବେ ସିଧାସଳଖ ଦେଶର ଅସମ୍ବିଧାନିକ ପଦକ୍ଷେପ ନେବାର ଆସ୍ପର୍ଦ୍ଧା କରିଛନ୍ତି ମମତା । ଯେତେବେଳେ ସେ ରାଜ୍ୟପାଳଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ସେତେବେଳେ ବିଧି ଦ୍ୱାରା ସ୍ଥାପିତ ଭାରତର ସମ୍ବିଧାନ, ଆଇନ ଓ ସଂପ୍ରଭୂତାକୁ ଏହି ପଦରେ ଥିବା ପର୍ଯ୍ୟନ୍ତ ସମ୍ମାନ ଦେଇ କାମ କରିବେ ବୋଲି ଶପଥ ନେଇଥିଲେ । ହେଲେ ଏବେ ଠିକ୍ ଏହାର ବିପରୀତ କାମ କରୁଛନ୍ତି । ସମ୍ବିଧାନ ଦ୍ୱାରା ପ୍ରଣୀତ ଆଇନକୁ ସେ କେବଳ ରାଜ୍ୟରେ କାର୍ଯ୍ୟ ନକରାଇବା ପାଇଁ ଘୋଷଣା କରିନାହାଁନ୍ତି । ସୁପ୍ରିମକୋର୍ଟ ଦ୍ୱାରା ଯେଉଁ ଏନଆରସି ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ତାହାକୁ ମଧ୍ୟ ରାଜ୍ୟରେ ଲାଗୁ କରାଇବେ ନାହିଁ ବୋଲି ଖୋଲାଖୋଲି କହିବା ସହ ଲୋକଙ୍କୁ ଏହା ବିରୋଧରେ ଉସୁକାଇବା ସମ୍ପୂର୍ଣ୍ଣ ଅସାମ୍ବିଧାନିକ ଓ ମୁଖ୍ୟମନ୍ତ୍ରୀ ପରି ସାମ୍ବିଧାନିକ ପଦ ମର୍ଯାଦାର ଖୋଲାଖୋଲି ଅପମାନ ହୋଇଥିବାରୁ ଏହି ପଦରେ ସେଭଳି ବ୍ୟକ୍ତି ଆଉ ରହିବାର ଅଧିକାର ନାହିଁ ବୋଲି ସାମ୍ବିଧାନିକ ବିଶ୍ଲେଷକମାନେ ଅଲୋଚନା କରୁଛନ୍ତି ।

Comments
Post a Comment